• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ମୁମ୍ବାଇ: ପୋର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସମାନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି କେସର ତଦନ୍ତ ଜୋରସୋର ଚଳାଇଥିବା ବେଳେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ସାମନାକୁ ଆସିଛି । ରାଜ କୁନ୍ଦ୍ରାଙ୍କ ନାଁରେ ଏହି ମାମଲା ରୁଜୁ ହେବା ମାତ୍ରେ ରାଜ ତାଙ୍କ ମୋବାଇଲ ବଦଳାଇ ଦେଇଥିଲେ । ତେବେ ରାଜଙ୍କ ଗିରଫଦାରୀ ପରେ ଏହି କଥା ସାମନାକୁ ଆସିଥିଲା ।

ପୋଲିସର ସୂଚନା ଅନୁସାରେ ଚଳିତ ବର୍ଷ ଫେବୃଆରୀ ମାସରେ ଅଶ୍ଳୀଳ ମାମଲାରେ ରାଜ କୁନ୍ଦ୍ରାଙ୍କ ନାମରେ ପ୍ରଥମ ଥର ପାଇଁ ମାମଲା ରୁଜୁ ହୋଇଥିଲା ଓ ରାଜ୍ କୁନ୍ଦ୍ରା ଏହା ଜାଣିପାରି ନିଜର ପ୍ରତିର‍କ୍ଷାକୁ ଦୃଷ୍ଚିରେ ରଖି ସଙ୍ଗେ ସଙ୍ଗେ ତାଙ୍କର ମୋବାଇଲ ବଦଳାଇ ଦେଇଥିଲେ । ସୂଚନା ଅନୁସାରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ନେଇ ରାଜଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହା ପରେ ଏକ ମାମଲା ରୁଜୁ ହୋଇଥିଲା।

ପ୍ରାଥମିକ ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବା ପରେ ପୋଲିସ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ପରେ ଅଶ୍ଳୀଳ ରାକେଟ୍ ଚଳାଇଥିବାରୁ ପୋଲିସ ଉମେଶ କାମାଥଙ୍କୁ ଗିରଫ କରିଥିଲା । ଉମେଶ କାମଥ ପ୍ରଥମେ ରାଜଙ୍କ ପିଏ ଭାବେ କାର୍ଯ୍ୟ କରୁଥିଲେ ଓ ତାଙ୍କ କଂପାନୀରେ କାମ କରୁଥିଲେ । ପୋଲିସର ସୂଚନା ଅନୁସାରେ ରାଜ କୁନ୍ଦ୍ରା ଏହି କେସ୍ ର ମାଷ୍ଟର ମାଇଣ୍ଡ ଅଟନ୍ତି । ଲଣ୍ଡନରେ ରହୁଥିବା ରାଜ କୁନ୍ଦ୍ରା ଓ ତାଙ୍କ ଭାଇ କେନ୍ରିକ୍ ନାମକ ଏକ କମ୍ପାନୀ ଚଳାଉଥିଲେ। କଂମ୍ପାନୀ ନାଁରେ ଅଶ୍ଳୀଳ ଫିଲ୍ମର ରାକେଟ୍ ଚଳାଉଥିଲେ ଏହି ଦୁଇ ଭାଇ । ଅଶ୍ଳୀଳ ଫିଲ୍ମର ସୁଟିଂ ଭାରତରେ କରାଯାଉଥିଲା ଓ ପରେ ବିଦେଶକୁ ଟ୍ରାନ୍ସଫର କରିଦିଆଯାଉଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now