Advertisment

ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ କଣ କହିଲା ବିଏମ୍‌ସି, ଜାଣନ୍ତୁ

ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ୨୭୬ କେସ୍ ଚିହ୍ନଟ ହୋଇଛି। ଗତ ୩୦ ତାରିଖ ଠାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି।

author-image
Chandan Shishu
ଅଦ୍ୟତନ ହୋଇଛି
ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ କଣ କହିଲା ବିଏମ୍‌ସି, ଜାଣନ୍ତୁ

Dengue Ward

ଭୁବନେଶ୍ୱର: ରାଜଧାନୀରେ ଏ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ତନାଘନା ଆରମ୍ଭ କରିଛି ବିଏମ୍‌ସି। ବିଏମ୍‌ସି ଜୋନାଲ କମିଶନର କହିଛନ୍ତି, ପ୍ରଥମ ଡେଙ୍ଗୁ ରୋଗୀ ମରିଛନ୍ତି ବୋଲି ସକାଳେ ଆମେ ଖବର ପାଇଲୁ। ଆମର  ଗୋଟେ ଟିମ୍ ଏବେ ତାଙ୍କ ଘରକୁ ଯାଇଛନ୍ତି। ଆମର ଟିମ୍ ବର୍ତ୍ତମାନ ତାଙ୍କ ଘର ଲୋକଙ୍କ ସହ କଥା ହେଉଛନ୍ତି। ସେ ଟେଷ୍ଟିଂ କେଉଁଠି କରିଥିଲେ କିଛି ହେଲ୍ଥ ଇସ୍ୟୁ ରହିଛି କି।  ଏସବୁ ତନାଘନା ଚାଲିଛି।

Advertisment

ସେପଟେ ଡେଙ୍ଗୁ ମୃୃତ୍ୟୁକୁ ନେଇ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି ବିଏମ୍‌ସି କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମର ପ୍ରତିଦିନ ସର୍ଭିଲାନ୍ସ  ଚାଲିଛି। ଗତକାଲି ସୁଦ୍ଧା ବିଏମସିରେ ୪୫୦ରୁ ଅଧିକ ଘରେ ସର୍ଭିଲାନ୍ସ କରିଛି। ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ୨୭୬ କେସ୍ ଚିହ୍ନଟ ହୋଇଛି। ଗତ ୩୦ ତାରିଖ ଠାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି। ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ପ୍ରତିଦିନ ୧୫ ରୁ ୨୦ କେସ  ଆସୁଛି। ବିଭିନ୍ନ ପ୍ରତିଷେଧକ ମୁଳକ ବ୍ୟବସ୍ଥା ଚାଲିଛି, ଚିନ୍ତାଜନକ ନୁହେଁ। ଯଦି ମୃତ୍ୟୁ ହୋଇଥାଏ, ଘରୋଇ ହସ୍ପିଟାଲରେ ହୋଇଥିବ କିନ୍ତୁ ରିପୋର୍ଟ ଆସିନାହିଁ। ସଚେତନ ହେବାକୁ ସେ ପରାମର୍ଶ ଦେଇଛନ୍ତି 

Advertisment

କିଛି ଦିନ ତଳେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ଯେ, ଜ୍ୱର ସହ ଗୋଡ଼ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରାଇ ନିଅନ୍ତୁ। ସରକାରୀ ମେଡିକାଲରେ ଟେଷ୍ଟ କରାନ୍ତୁ, ଘରୋଇ ମେଡିକାଲରେ କରନ୍ତୁନି। କ୍ୟାପିଟାଲ, RMRC, AIIMS, ଖୋର୍ଦ୍ଧା ଜିଲ୍ଲା ମେଡିକାଲରେ ଟେଷ୍ଟ କରନ୍ତୁ।

Odisha News BMC Dengue In Odisha Dengue Virus
Advertisment
Advertisment