• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 29 July 2021

  • Satyendu Shekher Mishra
  • 3 years ago

ତୃତୀୟ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କାକୁ ୮୨ ରନ୍‌ର ଟାର୍ଗେଟ ଦେଲା ଭାରତ

ଶ୍ରୀଲଙ୍କା ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ତୃତୀୟ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କାକୁ ୮୨ ରନ୍‌ର ଟାର୍ଗେଟ । ୨୦ ଓଭରରେ ୮ ୱିକେଟ ହରାଇ ଭାରତର ସ୍କୋର ୮୧ ।

  • Satyendu Shekher Mishra
  • 3 years ago

ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ, ରାତି ପାହିଲେ ମାଟ୍ରିକ୍ ପରୀକ୍ଷା

ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ । କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କାଲିଠାରୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । More

  • Satyendu Shekher Mishra
  • 3 years ago

ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଫ୍ଲାଇନ୍‌ରେ ପରୀକ୍ଷା ଦେବାକୁ OHRCଙ୍କ ଆଦେଶ

ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଫ୍ଲାଇନ୍‌ରେ ପରୀକ୍ଷା ଦେବାକୁ OHRCଙ୍କ ଆଦେଶ । OHRC ନିଜର ଗତ ୨୬ ତାରଖ ଆଦେଶରେ ପରିବର୍ତ୍ତନ କରିଛନ୍ତି । ପୂର୍ବ ଆଦେଶରେ ଅଫ୍ଲାଇନ୍‌ରେ ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୋର୍ଡର ପୁନଃ ଆବେଦନ କ୍ରମେ ଆଦେଶରେ ପରିବର୍ତ୍ତନ କରିଛନ୍ତି OHRC । OHRCଙ୍କ ଆଦେଶ ବଳରେ ପରୀକ୍ଷା ପାଇଁ ସବୁ ସୁବିଧା ସୁଯୋଗ ଦିଆଯିବ । ସୁନ୍ଦରଗଡ଼ର ସବ୍‌ଡେଗା ଓ କୁର୍ଟା ପରୀକ୍ଷା କେନ୍ଦ୍ରକୁ ପରିବର୍ତ୍ତନ କରାଯିବ । ପରୀକ୍ଷା କେନ୍ଦ୍ରକୁ ସୁନ୍ଦରଗଡ଼ର ବି. ଏସ୍ ହାଇସ୍କୁଲକୁ ପରିବର୍ତ୍ତନ କରାଯାଇଛି ।

  • Satyendu Shekher Mishra
  • 3 years ago

ସରକାରଙ୍କ ମୁଖା ଖୋଲିଦେଲେ ଗାଁର କୁନି କୁନି ପିଲା..

ଛୋଟ ପିଲା ସିନା, ମୁଣ୍ଡରେ କିନ୍ତୁ ବଡ଼ ଚିନ୍ତା । ପ୍ରଶାସନିକ ସ୍ତରରେ ଯାହା ହୋଇପାରିଲାନି, ମେଳି ବାନ୍ଧି କରି ଦେଖାଇଲେ । କାଦୁଅ, ଖାଲଖମା ଭର୍ତ୍ତି ରାସ୍ତାର ମରାମତି କଲେ । More

  • Sarbeswar
  • 3 years ago

ଏଣିକି ବାଘଙ୍କର ହେବ ଡିଏନଏ ପ୍ରୋଫାଇଲିଂ

ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି। More

  • Satyendu Shekher Mishra
  • 3 years ago

ଓଡ଼ିଶା ପ୍ରଦେଶ କଂଗ୍ରେସର ପଞ୍ଚାୟତ ନିର୍ବାଚନ କମିଟି ଘୋଷଣା

ଓଡ଼ିଶା ପ୍ରଦେଶ କଂଗ୍ରେସର ପଞ୍ଚାୟତ ନିର୍ବାଚନ କମିଟି ଘୋଷଣା । ଯଜ୍ଞେଶ୍ୱର ବାବୁ କମିଟି ଆବାହକ, ଉମା ବଲ୍ଲଭ ରଥଙ୍କ ସହ ୪ ଜଣ ସଦସ୍ୟ ।କମିଟି ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବ ।

  • Satyendu Shekher Mishra
  • 3 years ago

ଗୋଟିଏ ଦେଶ ଗୋଟିଏ ରାସନ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗୋଟିଏ ଦେଶ ଗୋଟିଏ ରାସନ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ରାଜ୍ୟ ବାହାର ଲୋକ ଓଡ଼ିଶାରେ ରାସନ ପାଇପାରିବେ । ବାହାର ରାଜ୍ୟରେ ରହୁଥିବା ଓଡ଼ିଶା ଲୋକ ବି ସେଠାରୁ ରାସନ ପାଇବେ । ରାଜ୍ୟର ୧୦, ୫୭୮ ସୁଲଭ ମୂଲ୍ୟ ଦୋକାନରୁ ହିତାଧିକାରୀ ପାଇବେ ସୁବିଧା । ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ପ୍ରଦାନ କାଯର୍ୟକ୍ରମ ବି ଆରମ୍ଭ ।

  • Sarbeswar
  • 3 years ago

“ମାସିକିଆ ଚାନ୍ଦା ନଦେଲେ ସାଙ୍ଘାତିକ ହଇରାଣ ହେବ”

ତେବେ ନଭେମ୍ବର ୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ।ଏପରିକି କାଳିଆପାଣି IIC ମଧ୍ୟ ଫୋନ କରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି। More

  • Satyendu Shekher Mishra
  • 3 years ago

ଅଗଷ୍ଟ ୨୩ରୁ କମନ PG ପ୍ରବେଶିକା ପରୀକ୍ଷା

ଅଗଷ୍ଟ ୨୩ରୁ କମନ PG ଏଣ୍ଟ୍ରାନ୍ସ । କମନ PG ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନ୍‌ରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ । More

  • Satyendu Shekher Mishra
  • 3 years ago

୨୦୦୮ କନ୍ଧମାଳ ହିଂସା ଘଟଣାରେ ୨୪ ଜଣଙ୍କୁ ଜେଲ୍ ଦଣ୍ଡାଦେଶ

୨୦୦୮ କନ୍ଧମାଳ ହିଂସା ଘଟଣାରେ ୨୪ ଜଣଙ୍କୁ ଜେଲ୍ ଦଣ୍ଡାଦେଶ । ଜଣେ ହିଂସା ପୀଡ଼ିତଙ୍କ ଅଭିଯୋଗ ଆଧାରରେ ରୁଜୁ ମାମଲାର ଶୁଣାଣି ।୨୪ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏଁ ଜେଲ୍ ସହ ୧୦ ହଜାର ଲେଖାଏଁ ଜରିମାନା । ଜରିମାନା ଅନାଦେୟରେ ଅଧତ୍କ ୬ ମାସ ଜେଲ୍ ଦଣ୍ଡାଦେଶ ।ମାମଲାର ଶୁଣାଣି କରି ଦଣ୍ଡାଦେଶ କଲେ କୋଟଗଡ଼ ଜେଏମ୍ଏଫ୍ସି କୋର୍ଟ ।

  • Satyendu Shekher Mishra
  • 3 years ago

NCBର ନୂଆ ଡିଜି ଓଡ଼ିଆ IPS ସତ୍ୟ ନାରାୟଣ ପ୍ରଧାନ, କହିଲେ ଫୋକସ୍‌ରେ ଓଡ଼ିଶା

ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ । More

  • Satyendu Shekher Mishra
  • 3 years ago

୮ ବର୍ଷ ପରେ ଧରାପଡ଼ିଳା ଚିଟ୍‌ଫଣ୍ଡ ଠକ, ଓଡ଼ିଶାରୁ ଠକି ୟୁପିରେ ବୁଲୁଥିଲା

୮ ବର୍ଷ ଧରି ଫେରାର ଥିବା ଚିଟ ଫଣ୍ଡ ଠକେଇ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତର ନାଁ ଦିଲୀପ କୁମାର ଜୈନ । More

  • Satyendu Shekher Mishra
  • 3 years ago

ବ୍ୟାଘ୍ର ଦିବସରେ PCCFଙ୍କ ବଡ଼ ବୟାନ, ରାଜ୍ୟରେ ଅପରାଧୀଙ୍କ ନେଟୱାର୍କ ବଢ଼ିଛି !

ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଜୈବ ବିବିଧତା ରକ୍ଷା ପାଇଁ ବାଘ ବଂଶ ବୃଦ୍ଧି ଉପରେ ସବୁଠି ଦିଆଯାଉଛି ଗୁରୁତ୍ୱ । କୌଣସି ଅଞ୍ଚଳରେ ବାଘର ଉପସ୍ଥିତି ସେ ଅଞ୍ଚଳରେ ଉତ୍କ୍ରୁଷ୍ଟ ଜୈବ ବିବିଧତାକୁ ଦର୍ଶାଇଥାଏ । More

  • Sarbeswar
  • 3 years ago

ସେଲ୍ଫି ହେଲା କାଳ: ଗାଧୋଇବା ସମୟରେ ବୁଡ଼ି ଗଲେ ଯୁବକ

ଅନ୍ୟ ବନ୍ଧୁ ମାନେ ନଦୀ ପୀଠକୁ ଉଠି ଆସି ଚିତ୍କାର କରିଥିଲ। ଆଉ ଘଟଣା ସ୍ଥଳରେ ଅନେକ ଲୋକ ମାନେ ମଧ୍ୟ ରୁଣ୍ଡ ହୋଇ ଯାଇଥିଲେ। ତେବେ ଜଳେଶ୍ୱର ଦମକଳ ବାହିନୀ ଖବର ପାଇ ନଇରେ ଭିତରେ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ପରେ ଜଳେଶ୍ୱରର ଜି କେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡ଼ିକାଲରେ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଖଡ଼ଗପୁର ଥାନା ଗାନ୍ଧିନଗର ଗ୍ରାମର ସେକ ହେପାଜତ ହୁସେନଙ୍କ ପୁତ୍ର ସେକ ସରଫରାଜ ହୁସେନ(୧୭) ବୋଲି ଜଣା ପଡିଛି। More

  • Prangyan Parimita
  • 3 years ago

ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗ : ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଲା କଂଗ୍ରେସ

ପୌର ପରିଷଦରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସମସ୍ୟା ବଢୁଥିବା ଦର୍ଶାଇ ନଗର ଉନ୍ନୟନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସ୍ମାର୍ଟସିଟି ସହ ଅନ୍ୟ ସବୁ ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ସ୍ଥାପନ ପାଇଁ ଦାବି ଜଣାଇଛି ଦଳ । More

  • Sarbeswar
  • 3 years ago

ବଙ୍ଗୋପସାଗରରେ ଲଘୁଚାପ: ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତାସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଓ କଟକ। ତେବେ ଲଘୁଚାପ ଯୋଗୁଁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। More

  • Rajalaxmi Sahoo
  • 3 years ago

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଆଇ ରାମବ୍ରହ୍ମଙ୍କ ପରଲୋକ

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଆଇ ରାମବ୍ରହ୍ମଙ୍କ ପରଲୋକ ହୋଇଛି। କୋଭିଡ ସଂକ୍ରମିତ ପରେ ଗତ କିଛି ମାସ ଧରି ସେ ହାଇଦ୍ରାବାଦ ସ୍ଥିତ ଇଣ୍ଡୋ-ଆମେରିକାନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ସେ ୨୦୧୯ ମସିହାରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ସେ ଅନେକ ସଂସ୍କାର ଆଣିଥିଲେ। 

  • Rajalaxmi Sahoo
  • 3 years ago

ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ, ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ମହିଳା

ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ। ହେଲେ ହଠାତ୍‌ ଚଳନ୍ତା ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର କାର୍ଗିଲ ବସ୍ତି ନିକଟରେ ଟ୍ରେନ୍ ଲାଇନ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। More

  • Rajalaxmi Sahoo
  • 3 years ago

ଅନ୍‌ଲକ୍‌ ହେବ କି ଓଡ଼ିଶା ? ଜାଣନ୍ତୁ କ’ଣ କହିଲେ DMET ମୁଖ୍ୟ

କିଛି ଦିନ ହେଲା ଦୈନିକ ପଜିଟିଭ ସଂଖ୍ୟା ୧୬୦୦/୧୭୦୦ ଭିତରେ ହିଁ ଟ୍ରେଣ୍ଡ ରହୁଛି। ଵିଶେଷ ବଢ଼ି ନାହିଁ। ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ୍‌ ପ୍ରକ୍ରିୟା ନିଷ୍ପତ୍ତି ନେବେ।   More

  • Prangyan Parimita
  • 3 years ago

ନୟାଗଡ଼ ଗଛ ସାର : ଜୀବନର ପ୍ରତିଟି ମୁହୂର୍ତ୍ତ ଦେଇଛନ୍ତି ଗଛ ପାଇଁ

ପେଶା ଶିକ୍ଷକ, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି । More

  • Prangyan Parimita
  • 3 years ago

ତୁମ ପରି ଛୋଟ ପିଲା ଟିଏ . . . ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା

ଘର ସମ୍ମୁଖରେ ମେଞ୍ଚା ମେଞ୍ଚା କାଦୁଅ । ସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍‌ ହୋଇଯାଉଛି । ଶୋଇ ରହୁଛି ପ୍ରଶାସନ । ଆଉ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ More

  • Minati Mishra
  • 3 years ago

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି

ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଟିଚର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହେବ। ଏ ନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। More

  • Prangyan Parimita
  • 3 years ago

ଆସନ୍ତା କାଲିଠାରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା : ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ ଅନୁମତି

ମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚି ସାରିଛି । ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । More

  • Rajalaxmi Sahoo
  • 3 years ago

୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ପଡ଼ୋଶୀ

୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ଭଟାଗୁଡା ଗାଁରେ ବୁଧବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। More

  • Prangyan Parimita
  • 3 years ago

ଅସହାୟ ଯମୁନା : ସ୍ୱାମୀଙ୍କୁ ଛଡାଇନେଲା, ଏତେ ବଡ଼ ଦୁନିଆରେ ଏକା କରିଦେଲା ମହାମାରୀ

ଦାଉ ସାଜିଲା ମହାମାରୀ । ମଥାର ସିନ୍ଦୂର ପୋଛି ବିଧବା ସଜାଇଲା । ଏତେ ବଡ଼ ଦୁନିଆରେ ଏକା କରିଦେଲା ଅଦୃଶ୍ୟ ଭୂତାଣୁ । ଦିନେ ହସଖୁସିର ସଂସାର କରି ଅନେକ କିଛି କରିବାର ସ୍ୱପ୍ନ ଦେଖିଥିଲେ । More

  • Prangyan Parimita
  • 3 years ago

କୂଳ ଲଙ୍ଘି ମାଡ଼ି ଆସୁଛି ଜୁଆର : ସମୁଦ୍ର ଆଁରେ ପୁରୀ-କୋଣାର୍କ ବେଳାମାର୍ଗ

ଅଶାନ୍ତ ହେଉଛି, କୂଳ ଖାଉଛି । ବେଳକୁ ବେଳ ଭୟଙ୍କର ହେଉଛି ସମୁଦ୍ର । କୂଳ ଲଙ୍ଘି ସମୁଦ୍ର ଜୁଆର ମାଡରେ ଉପକୂଳ ପ୍ରାଚୀର ସଦୃଶ ପ୍ରାକୃତିକ ବାଲିବନ୍ତ ଓ ଝାଉଁ ବଣ ସମୁଦ୍ର ଗର୍ଭରେ ଚାଲିଯିବା ପରେ ଏବେ ସମୁଦ୍ର ଢେଉ ସିଧାସଳଖ ମାଡ ହେଉଛି ପୁରୀ କୋଣାର୍କ ବେଳାମାର୍ଗର ସୁରକ୍ଷା ପ୍ରାଚୀରରେ । More

  • Rajalaxmi Sahoo
  • 3 years ago

ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାରେ ପହଞ୍ଚିଲେ ମହିଳା

ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାର ଦ୍ୱାରସ୍ଥ ହେଲେ ମହିଳା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବେହେରା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। More

  • Rajalaxmi Sahoo
  • 3 years ago

କଟିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗ

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗକୁ କାଟି ଦିଆଯାଇଛି। ଲକ୍ଷାଧିକ ଟଙ୍କାର ବିଲ ବକେୟା କାରଣରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ସୂଚନା ମିଳିଛି। ଏପଟେ ଲିଙ୍ଗରାଜ ମନ୍ଦିର ବିଦ୍ୟୁତ ସଂଯୋଗ ତୁରନ୍ତ ନଦେଲେ ନୀତିକାନ୍ତି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସେବାୟତ। ଐତିହ୍ୟ ସୌନ୍ଦର୍ଯ୍ୟକରଣ ନାଁରେ ମନ୍ଦିର କାର୍ଯ୍ୟାଳୟ ଭଙ୍ଗା ଗଲା। ହେଲେ ସ୍ଥାୟୀ କାର୍ଯ୍ୟାଳୟ ର୍ନିମାଣ ପାଇଁ ପଥର ଖଣ୍ଡେ ପଡିଲା ନାହିଁ। ଏପଟେ ବିଦ୍ୟୁତ ସଂଯୋଗ କାଟି ଦିଆଗଲା। ଅସ୍ଥାୟୀ କାର୍ଯ୍ୟାଳୟର ବକେୟା ବିଲ୍‌ କିଏ ଦେବ, ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ।  ଯାତ୍ରୀଙ୍କ ପାଇଁ ଲଜିଙ୍ଗ ସ୍ଥାନରେ ମନ୍ଦିର କାର୍ଯ୍ୟାଳୟ ଚାଲିଛି। ବିଏମସି ଦାୟିତ୍ୱରେ ଥିବାବେଳେ ଏ ଅବ୍ୟବସ୍ଥା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ରାହ୍ମଣ ନିଯୋଗ ସମିତି ସମ୍ପାଦକ।  ଏପଟେ ଖୁବଶୀଘ୍ର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ବିଦ୍ୟୁତ ସଂଯୋଗ ପାଇଁ ବ୍ୟବସ୍ଥା କରାଯିବ ବିଏମସି ଏସଡ଼ିଓ କହିଛନ୍ତି। 

  • Rajalaxmi Sahoo
  • 3 years ago

ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ ସ୍କ୍ୱାଡ୍ରନ ଭାରତୀୟ ବାୟୁସେନାରେ ସାମିଲ

ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ ସ୍କ୍ୱାଡ୍ରନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ଇଷ୍ଟର୍ଣ୍ଣନ ଏୟାର କମାଣ୍ଡ ଅଧିନସ୍ଥ ପଶ୍ଚିମବଙ୍ଗର ହସିମରା ଏୟାର ବେସ୍‌ରେ ଆନୁଷ୍ଠାନିକ ଭାବେ ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ ସ୍କ୍ୱାଡ୍ରନକୁ ସାମିଲ କରାଯାଇଥିଲା। ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆର.କେ.ଏସ୍. ଭଦୌରିଆ ଉପସ୍ଥିତ ଥିଲେ। ରାଫେଲ ଯୁଦ୍ଧ ବିମାନକୁ ଓ୍ୱାଟର କାନନ ସାଲ୍ୟୁଟ ପ୍ରଦାନ କରାଯାଇଥିଲା। ଦେଶର ପୂର୍ବ ଦିଗରେ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ରାଫେଲ୍‌କୁ ସାମିଲ୍ କରାଯାଇଥିବା ଏୟାର ଚିଫ ମାର୍ଶଲ କହିଥିଲେ। ଫ୍ରାନ୍ସରୁ ଭାରତ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇବାକୁ ଥିବା ବେଳେ ଏବେ ସୁଦ୍ଧା ୨୬ଟି ପାଇ ସାରିଛି।  

  • Rajalaxmi Sahoo
  • 3 years ago

ସୁବର୍ଣ୍ଣ ଜିଭ ଛେଲା ଶ୍ରୀମନ୍ଦିରକୁ ଦାନ କଲେ ଜଣେ ଦାତା

ଶ୍ରୀଜିଉଙ୍କ ଅବକାଶ ନୀତିରେ ବ୍ୟବହୃତ ହେବା ପାଇଁ ଜଣେ ଦାତା ୩ ଗୋଟି ସୁବର୍ଣ୍ଣ ଜିଭ ଛେଲା ଶ୍ରୀମନ୍ଦିରକୁ ଦାନ କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଓ ଅନ୍ୟ ଅଧିକାରୀଙ୍କ ସହ ସେବାୟତଙ୍କ ଉପସ୍ଥିତିରେ ଏହି ଜିଭ ଛେଲା ଦାତା ଜଣକ ଦାନ କରିଥିବା ସୂଚନା ମିଳିଛି। ୩ଟି ଜିଭ ଛେଲାର ଓଜନ ୯୦ ଗ୍ରାମ ୩୩୦ ମିଲିଗ୍ରାମ ଭୁବନେଶ୍ୱରର ଦାତା ପଦ୍ମଚରଣ ପାତ୍ର ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ଜିଭ ଛେଲାର ବ୍ୟବହାର ପାଇଁ ଏହା ସମର୍ପଣ କରିଛନ୍ତି।  ଏହା ପୂର୍ବରୁ ସେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ସୂର୍ଯ୍ୟ, ଚନ୍ଦ୍ର ଦାନ କରିଥିଲେ। 

  • Rajalaxmi Sahoo
  • 3 years ago

ଭୁବନେଶ୍ୱର ବିମାନ ବନ୍ଦରର ହେବ ଘରୋଇକରଣ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ହେବ ଘରୋଇକରଣ। ଏନେଇ ନିଷ୍ପତ୍ତି ନିଆଯାଇଥିବା ଗତକାଲି ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂଙ୍କ ପ୍ରଶ୍ନ ଉତ୍ତରରେ ଭି.କେ ସିଂ ଏହା କହିଛନ୍ତି।

  • Rajalaxmi Sahoo
  • 3 years ago

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି।  More

  • Minati Mishra
  • 3 years ago

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ମିଳିଲା ଆଉ ଏକ ପୁରସ୍କାର 

ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର  । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି । More

  • Rajalaxmi Sahoo
  • 3 years ago

ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା

ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହେବା ପରେ ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଯୋଡ଼ି ହୋଇଛି।  More

  • Minati Mishra
  • 3 years ago

ବ୍ରହ୍ମପୁର ରେଳ ଷ୍ଟେସନର ଉନ୍ନତୀକରଣ ହେବ

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନର ହେବ ଉନ୍ନତୀକରଣ। ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାରର ସୁବିଧା କରାଯିବା ସହ ଅଧତ୍କ ଶୌଚାଳୟ ନିର୍ମାଣ କରାଯିବ। ଇଷ୍ଟକୋଷ୍ଟ ରେଳବାଇର ମହାପ୍ରବନ୍ଧକ ବ୍ରହ୍ମପୁର ରେଳଷ୍ଟେସନ ଗସ୍ତ କରିବା ଅବସରରେ ଏହା କହିଛନ୍ତି। ଷ୍ଟେସନର ଆଲୋକୀକରଣ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେବେ ନୂତନ ରେଳ କିମ୍ବା ବ୍ରହ୍ମପୁର- ଫୁଲବାଣୀ, ଗୋପାଳପୁର-ରାୟଗଡା ନୂତନ ରେଳଲାଇନ୍ ବର୍ତ୍ତମାନ ପରିସ୍ଥିତିରେ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଆସନ୍ତା ଦିନରେ ଅଧିକ ଅର୍ଥ ବରାଦ କରାଯାଇ ଷ୍ଟେସନର ଆଧୁନିକୀକରଣ କରାଯିବ ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଲୱେ ମହାପ୍ରବନ୍ଧକ ।

  • Minati Mishra
  • 3 years ago

ଫର୍ମ ଫିଲପ୍ କଲେ, ହେଲେ ଆଡମିଟ୍‌ କାର୍ଡ ଆସିଲାନି

ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୋଇ ପରୀକ୍ଷା ଦେବାକୁ ଫର୍ମ ଫିଲପ୍ କରିଥିଲେ ବି ଏଯାଏ ମିଳିନି ଆଡମିଟ୍‌ କାର୍ଡ । ଏଭଳି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ବନମାଳି ଦାସ ଉଚ୍ଚ ବିଦ୍ୟାଳୟର ଛାତ୍ରୀ  ରାଜେଶ୍ୱରୀ ସାମନ୍ତ  । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କିଛି ଫଳ ମିଳିନାହିଁ।  ଆଡମିଟ୍‌ କାର୍ଡ ମିଳିନଥିବାରୁ କେମିତି ପରୀକ୍ଷା ଦେବେ ସେ ଚିନ୍ତାରେ ଛାତ୍ରୀ । ତେବେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବୋର୍ଡ ସହ ଯୋଗାଯୋଗ କରାଯାଉଛି ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କହିଛନ୍ତି  

  • Minati Mishra
  • 3 years ago

କୋଭିଡ୍ ଟିକାକାରଣକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ  ମୁଖପାତ୍ର

ଭୁବନେଶ୍ୱର:  କୋଭିଡ୍ ଟିକାକାରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ  ମୁଖପାତ୍ର ଅମୀୟ ପାଣ୍ଡବ। ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦିଆଯିବ ।  ତେବେ ଜୁଲାଇ ୨୩ରେ ସଂସଦରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ସଂଖ୍ୟା ୧୦୮ କୋଟି । ସେଥିପାଇଁ ୨୧୬ କୋଟି ଡୋଜ୍ ଆବଶ୍ୟକ । ତେବେ ଜୁଲାଇ ସୁଦ୍ଧା ମାତ୍ର ୪୫ କୋଟି ଟିକା ଦିଆଯାଇଛି।  ସେଥିରୁ ୩୬ କୋଟି ସିଙ୍ଗିଲ ଡୋଜ୍ ଏବଂ ବଳକା ୯ କୋଟି ଜବଲ ଡୋଜ୍‌। ତେଣୁ ଆଉ ୫ ମାସ ମଧ୍ୟରେ କେମିତି ୧୭୧ କୋଟି ଡୋଜ୍ ଦେବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ତୁରନ୍ତ ଟିକାକରଣ ଓ ଟିକା ଆବଣ୍ଟନ ନୀତି ସଂଶୋଧନ ସହ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ପାଇଁ ଖସଡା ପ୍ରସ୍ତୁତ ଏବଂ କୋଭିଡ ଖର୍ଚ୍ଚର ହିସାବ ମାଗିଛି କଂଗ୍ରେସ  ।

  • Minati Mishra
  • 3 years ago

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଘରୋଇକରଣ ହେବ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ହେବ ଘରୋଇକରଣ । ଏନେଇ ନିଷ୍ପତ୍ତି ନିଆଯାଇଥିବା ନେଇ ଗତକାଲି ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂ ଏକ ପ୍ରଶ୍ନ ଉତ୍ତରରେ କହିଛନ୍ତି।  ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂଙ୍କ ପ୍ରଶ୍ନ ଉତ୍ତରରେ ଏହା କହିଛନ୍ତି ଭି.କେ ସିଂ । ପିପିପି ମୋଡ୍‌ରେ ବିମାନ ବନ୍ଦରର ବିକାଶ ଓ ପରିଚାଳନା କରାଯିବ । ଭୁବନେଶ୍ୱର ବିମାନ ବନ୍ଦର ସହ ବାରାଣସୀ, ଅମୃତସର, ରାୟପୁର, ଇନ୍ଦୋର, ତ୍ରିଚି ବିମାନବନ୍ଦରରେ ମଧ୍ୟ ପିପିପି ମୋଡରେ ହେବ ବିକାଶ ଓ ପରିଚାଳନା ।

  • Rajalaxmi Sahoo
  • 3 years ago

ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶା ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ସମ୍ଭାବନା, ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ

ଉତ୍ତର-ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆରେ ପରିଣତ ହୋଇସାରିଛି। ତେବେ ଏହି ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆ ଧୀରେ ଧୀରେ ପଶ୍ଚିମ ମୁହାଁ ହେଉଛି। More

  • Sarbeswar
  • 3 years ago

ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜି ଈଶ୍ୱର ବିଶୋଇ

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା More

  • Satyendu Shekher Mishra
  • 3 years ago

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହାସହ ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । More

  • Sarbeswar
  • 3 years ago

ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ: ସୌନ୍ଦର୍ଯ୍ୟ ହରାଇଲାଣି ବାରିପଦା ମାଉସୀ ମା’ ମନ୍ଦିର

ବାରିପଦା ବଡ଼ ଦାଣ୍ଡରେ ଶୋଭା ପାଉଛି ଏହି ମାଉସୀ ମା ମନ୍ଦିର । ବର୍ଷର ୯ ଦିନ ଏଠାକୁ ତିନି ଠାକୁର ଆସି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷ ତମାମ ଏଠାରେ ଭଗବାନ ରାଧାକୃଷ୍ଣ ପୂଜା ପାଉଛନ୍ତି। ସେଇଥିପାଇଁ ଏହି ମନ୍ଦିର ରାଧା ମୋହନ ମନ୍ଦିର ଭାବେ ବେଶ ପରିଚିତ । କୁହାଯାଏ ବାରିପଦାରେ ରଥଯାତ୍ରା ୧୫୭୫ ମସିହାରୁ ଆରମ୍ଭ ହେବା ଦିନରୁ ଏହି ଠାରେ ମାଉସୀ ମା ମନ୍ଦିର ହୋଇଅଛି। ପ୍ରଥମେ ଏଠାରେ ନଡ଼ା ଛପରର ମନ୍ଦିର ଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ମନ୍ଦିର ଓ ନାଟ ମଣ୍ଡପ ତିଆରି ହୋଇଥିଲା ।ହେଲେ ଏଇ ଭିତରେ ମନ୍ଦିରର ଅବସ୍ଥା ନ କହିଲେ ନସରେ । More

  • Satyendu Shekher Mishra
  • 3 years ago

୩ ଦିନ ପରେ ଆସିବ ନୂଆ ଗାଇଡ୍‌ଲାଇନ୍‌, ଲୋକଙ୍କ ପାଇଁ କେତେ କୋହଳ ହେବ କଟକଣା ?

ଆଉ ତିନି ଦିନ ପରେ ସରିବ ଜୁଲାଇ ଗାଇଡ୍‌ଲାଇନ୍ । ତେବେ ଅଗଷ୍ଟ ପହିଲାରୁ ସଂପୂର୍ଣ୍ଣ ଭାବେ ଅନ୍‌ଲକ୍‌ ହେବ କି ଓଡ଼ିଶା ? ଗୋଟିଏ ପଟେ ରାଜ୍ୟରେ ସାମଗ୍ରିକ ଭାବେ କରୋନା ସଂକ୍ରମଣ ଖସୁଛି, କିନ୍ତୁ କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି । More

  • Satyendu Shekher Mishra
  • 3 years ago

୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ

ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ୩୧ ତାରିଖ ସଂଧ୍ୟା ୬ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । More