Advertisment

ରାଜ୍ୟରେ ୧,୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୬୫ ଆକ୍ରାନ୍ତ ମୃତ

ରାଜ୍ୟରେ ୧୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୭୮ ରହିଛି।ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ପଜିଟିଭ୍‌ ଚିହ୍ନଟ ହୋଇ ଥିବାବେଳେ କଟକରୁ ୨୨୯ ଚିହ୍ନଟ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରାଜ୍ୟରେ ୧,୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୬୫ ଆକ୍ରାନ୍ତ ମୃତ

covid test

ଭୁବନେଶ୍ୱର: ରାଜ୍ୟରେ ୧୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୭୮ ରହିଛି।ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ପଜିଟିଭ୍‌ ଚିହ୍ନଟ ହୋଇ ଥିବାବେଳେ କଟକରୁ ୨୨୯ ଚିହ୍ନଟ ହୋଇଛନ୍ତି। 

Advertisment

ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ ଜଣ ଲେଖାଏ, ଅନୁଗୁଳ, ବଲାଙ୍ଗିର, କଟକ, ଗଞ୍ଜାମ, ଯାଜପୁର, ପୁରୀରୁ ୩ ଜଣ ଲେଖାଏ, ଭଦ୍ରକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର,କୋରାପୁଟ, ମୟୂରଭଞ୍ଜ ଓ ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି। 

Advertisment


— I & PR Department, Odisha (@IPR_Odisha) July 29, 2021


— I & PR Department, Odisha (@IPR_Odisha) July 29, 2021

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୪,୧୩୨ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୧୭,୨୬୨ ଥିବାବେଳେ ୯,୫୧,୦୪୯ ଜଣ ସୁସ୍ଥ ହୋଇଛନ୍ତି।

ଜୁଲାଇ ୨୭ ରିପୋର୍ଟ ଅନୁସାରେ, ରାଜ୍ୟରେ ୧୭୦୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନରୁ ୯୮୮ ଜଣ ଚିହ୍ନଟ ହୋଇ ଥିବାବେଳେ ଲୋକାଲ କଣ୍ଟାକ୍ଟସ ଥିଲେ ୭୧୫ ଥିଲା।

ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

COVID19 Odisha Corona Update
Advertisment
Advertisment