Advertisment

ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାରେ ପହଞ୍ଚିଲେ ମହିଳା

ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାର ଦ୍ୱାରସ୍ଥ ହେଲେ ମହିଳା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବେହେରା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାରେ ପହଞ୍ଚିଲେ ମହିଳା

police station

ଅନୁଗୁଳ: ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାର ଦ୍ୱାରସ୍ଥ ହେଲେ ମହିଳା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବେହେରା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ମ୍ୟାଲେରିଆ ଓ ଡେଙ୍ଗୁ ଦାଉରୁ ରକ୍ଷା ପାଇବା ପାଇଁ ଡ୍ରେନ୍‌ ସଫା ନିମନ୍ତେ ପ୍ରଶାସନ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଥିଲ ଓ ଡ୍ରେନ୍‌ ଗୁଡିକୁ ସଫା କରିବା ପାଇଁ ଗାଁରେ ଥିବା ମହିଳା ସଂଘ ପକ୍ଷରୁ ଗତକାଲି ଡ୍ରେନ୍‌ ସଫେଇ କାମ ଆରମ୍ଭ ହୋଇଥିଲା। 

Advertisment

ତେବେ ଗାଁର ସ୍ୱରୂପ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ସଫେଇ କାମ ଚାଲୁଥିବା ବେଳେ କୌଣସି କାରଣରୁ ମହିଳାମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱରୂପ ଘରୁ ଏକ ଟାଙ୍ଗିଆ ଆଣି ଆକ୍ରମଣ କରିବା ଲାଗି ମହିଳାମାନଙ୍କୁ ଭୟଭୀତ କରାଇଥିଲେ। ଏହାସହ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଫଳରେ ମହିଳାମାନେ ଡ୍ରେନ୍‌ ସଫେଇ କାର୍ଯ୍ୟକୁ ବନ୍ଦ କରିବା ସହିତ ରାତିରେ ଘଟଣାକୁ ନେଇ ଏକ ଗ୍ରାମସଭା କରିଥିଲେ। ରାତିରେ ଏହି ସଭା ଚାଲି ଥିବାବେଳେ ସ୍ୱରୂପ ପୁଣି ଟାଙ୍ଗିଆ ବୁଲାଇ ଲୋକଙ୍କୁ ଭୟଭୀତ କରାଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଳେ। ଏନେଇ ଗାଁରେ ୫୦ରୁ ଅଧିକ ମହିଳା ପୁରୁଷ ସ୍ୱରୂପଙ୍କ ବିରୋଧରେ ଅଭିଯୋଗ ଆଣି ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଥିଲେ। 

Advertisment

ଜଣେ ଅଭିଯୋଗକାରିଣୀଙ୍କ କହିବା ଅନୁଯାୟୀ, ଡେଙ୍ଗୁ ଓ କରୋନା ପାଇଁ ଡ୍ରେନ୍‌ ସଫା କରିବା ଲାଗି ଆମ ପାଖକୁ ଅର୍ଡର ଆସିଥିଲା। ଏହାପରେ ସାହିର ଡ୍ରେନ୍‌ ବହୁତ ଅପରିଷ୍କାର ଥିବା ଯୋଗୁ ମହିଳାମାନେ ମିଶି ଡ୍ରେନ୍‌ ସଫା କରିଥିଲୁ। ହେଲେ ଏହି ସମୟରେ ସ୍ୱରୂପ ସାହୁ ନାମକ ଜଣେ ବ୍ୟକ୍ତି ଟାଙ୍ଗିଆ, ଶାବଳ ଧରି ଜଗବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାକୁ ଆମେ ବିରୋଧ କରିବାରୁ ସେ ଆମକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଆମେ ଥାନାର ଦ୍ୱାରସ୍ଥ ହେଲୁ। ଅନ୍ୟପକ୍ଷେ, ପୋଲିସ ଘଟଣାର ତଦନ୍ତ କରି ସ୍ୱରୂପଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି। 

Odisha News
Advertisment
Advertisment