/odishatv-khabar/media/post_attachments/uploadimage/library/16_9/16_9_0/Manas_Das_1630426738.jpg)
Manas Das
ମାନବାଧିକାରକୁ କ୍ଷୁର୍ଣ୍ଣ କରି ଆଦିବାସୀଙ୍କ ଉପରେ ଜୁଲୁମ୍ ଚଳାଇଥିବା ଗୁରୁଜୀ ମାନସ ଦାସ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ମାନସ ଓ ମାନବବାଦ ସଂଗଠନ ବିରୋଧରେ ଏକାଧିକ ଏତଲା ପରେ ବି ଗିରଫଦାରୀ ତ ଦୂରର କଥା, ଥରୁଟିଏ ବି ପଚରାଉଚରା କରୁନି ପୋଲିସ ।ଅନ୍ୟପକ୍ଷରେ ଧୀରେଧୀରେ ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର । ଲାଗୁଛି, କୌଣସି ଅଦୃଶ୍ୟ ଶକ୍ତି ଚାପରେ ଏହି ତଥାକଥିତ ସମାଜ ରକ୍ଷକଙ୍କ ସୁରକ୍ଷାରେ ଲାଗିପଡ଼ିଛି ପୋଲିସ । ତେବେ ମାନବବାଦ ସଂଗଠନ ସଦସ୍ୟଙ୍କ ଅମାନୁଷିକ ନିର୍ଯାତନା ସହିନପାରି ଗାଁରୁ ବିତାଡ଼ିତ ପୀଡ଼ିତଙ୍କୁ ଆଜି ପୋଲିସ ଭେଟିଛି ।
Also Read
ବର୍ବରତାର ସବୁ ସୀମା ଟପିଗଲା ପରେ ଗ୍ରାଉଣ୍ଡ ଜିରୋରେ ପୋଲିସର ତନାଘନା । ଗତ ୮ ବର୍ଷ ଧରି ଗାଁରୁ ତଡ଼ା ଖାଇ ଅପନ୍ତରା ଜାଗାରେ ପଡ଼ି ରହିଥିବା ନିରୀହ ଆଦିବାସୀଙ୍କ କଥା ଏବେ ମନେପଡ଼ୁଛି ଖୋର୍ଦ୍ଧା ପୋଲିସକୁ । କାହିଁକି ଜଙ୍ଗଲ ନିକଟରେ ପଡ଼ିରହିଛନ୍ତି ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ଟି ପରିବାର । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ହେଲେ ତଦନ୍ତର ଫୋକସ୍ରେ ରହିଛନ୍ତି ସେହି ତଥାକଥିତ ଗୁରୁଜୀ ମାନସ ଦାସ । ଗାଁରେ କୌଣସି ଗଣ୍ଡଗୋଳ ସମୟରେ ମାନସ ଦାସଙ୍କ ଉପସ୍ଥିତି ସମ୍ପର୍କରେ ପଚାରି ଫେରିଯାଇଛି ପୋଲିସ । ଅଥଚ ସେମାନଙ୍କୁ କେମିତି ନ୍ୟାୟ ମିଳିବ, ସେ ଭରସା କାହାକୁ ଦେଇ ନାହିଁ ପୋଲିସ ା
ସେମାନଙ୍କ ମଧ୍ୟରୁ କାହାକୁ ୨୦୧୪ର ଏକ ହତ୍ୟା ମାମଲାରେ ଛନ୍ଦି ଜେଲ୍ ପଠାଇ ଦିଆଯାଇଥିଲା ତ ଆଉ କାହାକୁ ମାଡ଼ ମାରି ଗାଁରୁ ତଡ଼ି ଦେଇଥିଲେ ମାନସ ଦାସଙ୍କ ମାନବବାଦ ସଂଗଠନ ସଦସ୍ୟ । ତେବେ ଥାନାକୁ ଡାକି ମାନସ ଦାସଙ୍କୁ ଏକଥା ନପଚାରି ଯନ୍ତ୍ରଣାରେ ଜର୍ଜରିତ ନିର୍ଯାତିତଙ୍କଠୁ ତଥ୍ୟ ଆଦାୟ ପଛର ଉଦ୍ଦେଶ୍ୟ କଣ ? ସେନେଇ ଏହି ପୀଡ଼ିତ ବର୍ଗ ଦ୍ୱନ୍ଦ୍ୱରେ ରହିବା ସହ ମାନସ ଦାସଙ୍କ ସଂପୃକ୍ତି କଥା ଉଠାଇଛନ୍ତି ।
ତେଣେ ମାନବବାଦ ସଂଗଠନର ମୁଖ୍ୟ ତଥା ଗୁରୁଜୀ ମାନସ ଦାସଙ୍କ ବିରୋଧରେ ତୀବ୍ର ହେବାରେ ଲାଗିଛି ବିଭିନ୍ନ ବର୍ଗଙ୍କ ସ୍ୱର । ଆଜି ବିଜେପିର ଏକ ଟିମ୍ କଡ଼ବ ଗାଁକୁ ଯାଇ ନିସ୍ତୁକ ମାଡ଼ ଖାଇଥିବା ବାପ, ପୁଅଙ୍କୁ ଏବଂ ଅଭିମାନପୁରକୁ ଯାଇ ହତ୍ୟାର ଶିକାର ହୋଇଥିବା ସତ୍ୟବ୍ରତ ନାଏକଙ୍କ ପରିବାରକୁ ଭେଟିଛି । ଏପଟେ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ନୀଳମାଧବ ଆଦିବାସୀ ସଂଘ, ଆମ୍ବେଦକର ବିଚାର ମଞ୍ଚ, ବିଶ୍ୱାବସୁ ଶବର ସଂଘ ଆଦି ୧୧ଟି ଅନୁଷ୍ଠାନର ସଦସ୍ୟ ଏବଂ ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧା ଏସ୍ପିଙ୍କୁ ଭେଟି ମାନସ ଦାସଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି ।
Also Read
ତେବେ ଗତ ୪ ଦିନ ଧରି ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ଏବଂ ବିଭିନ୍ନ ସଂଗଠନର ତୀବ୍ର ପ୍ରତିକ୍ରିୟା ପରେ ଖୋର୍ଦ୍ଧା ଏସ୍ପି କହିଛନ୍ତି, ସତ୍ୟବ୍ରତ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ୬ ଜଣ ଜେଲ୍ରେ ଅଛନ୍ତି । ସେମାନେ ପୂର୍ବରୁ କଡ଼ବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେଣୁ ସମସ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଛି । ରିମାଣ୍ଡରେ ଆସିଲେ ପଲିଗ୍ରାଫ୍ ଟେଷ୍ଟ କରାଯିବ ଏବଂ ଘଟଣାରେ ଯିଏ ବି ସଂପୃକ୍ତ ଥିବେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେପଟେ ସବୁ ଅଭିଯୋଗକୁ ଆଜି ବି ବାଏଁ ବାଏଁ ଉଡ଼ାଇଦେବା ସହ ତାଙ୍କ ସଂଗଠନ କେବଳ ରାଜ୍ୟ ଭିତରେ ନୁହେଁ, ବାହାରେ ବି ରହିଛି ବୋଲି ବେଶ୍ ଦମ୍ଭର ସହ କହିଛନ୍ତି ମାନସ ଦାସ । ତାସହ ସାମ୍ବାଦିକମାନଙ୍କୁ ଆଇନ୍ର ପାଠ ପଢ଼ାଇବାକୁ ବି ପଛାଇ ନାହାଁନ୍ତି ମାନସ ଦାସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)






/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)