• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ  ଦେଶୀ ଉପାୟରେ ବନାନ୍ତୁ ସିଝା ଇଲିସି ମାଛ ବେସର

ଆମ ଦେଶୀ ଓଡ଼ିଆ ଖାଇବାର ରେସିପି ସବୁଠୁ ନିଆରା । ବିଶେଷ କରି ଓଡ଼ିଆ ଦେଶୀ ରାନ୍ଧଣା ପ୍ରାୟତଃ ଆମ ସଭିଙ୍କୁ ପସନ୍ଦ ହୋଇଥାଏ । ଆଜି ଆମେ ଇଲିଶି ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘‘ସିଝା ଇଲିଶି ମାଛ ବେସର । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ସିଝା ଇଲିଶି ମାଛ ବନେଇବା ପାଇଁ ସାମଗ୍ରୀ: ଇଲିଶି ମାଛ-500 ଗ୍ରାମ,କଞ୍ଚା ଲଙ୍କା-2ଟି, ଧନିଆ ପତ୍ର, କଟା ପିଆଜ, ଟମାଟୋ-2ଟି, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ସୋରିଷ ତେଲ, ଲେମ୍ବୁ, ଅଦା-ରସୁଣ ପେଷ୍ଟ, ସୋରିଷ ବଟା,ଅଳ୍ପ ଲୁଣ ।

-ପ୍ରଥମେ ଇଲିଶି ମାଛର ପିସକୁ ଭଲ ଭାବେ ଧୋଇ ସେଥିରେ ଲୁଣ ହଳଦୀ ପକାଇ ଗୋଳାଇ ଦିଅନ୍ତୁ ।

-ଏହା ପରେ ସେଥିରେ ସୋରିଷ ବଟା, ଅଦା-ରସୁଣ ପେଷ୍ଟ, କଟା ଟମାଟୋ ପକାନ୍ତୁ ।

- ଏହାପରେ ସେଥିରେ କଟା ପିଆଜ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଲେମ୍ବୁ ରସ ଓ ସୋରିଷ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।

-ଏହି ମାଛର ମିଶ୍ରଣକୁ କିଛି ସମୟ ପାଇଁ ଏକ ପତ୍ରରେ ଘୋଡେଇ ରଖନ୍ତୁ ।

-ଏହାପରେ ମାଛ ଓ ମସଲା ଭଲ ଭାବେ ମିଶିଗଲା ପରେ ଘୋଡଣୀ କାଢି ଦିଅନ୍ତୁ ।

-ଏହାପରେ ଚୁଲିରେ କଡେଇ ବସାଇ ମାଛର ମିଶ୍ରଣ ପକାନ୍ତୁ । ମସଲା ଟିକେ ଗରମ ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ । ମନେରଖନ୍ତୁ ଅଧିକ ପାଣି ଦେବେ ନାହିଁ ।

-ସେଥିରେ ଅଳ୍ପ ଲୁଣ ପକାଇ କଡେଇ ଚାରିପଟେ ଅଟା ଗୁଳା ଦେଇ ଘେଡଣୀରେ ଭଲ ଭାବେ ଘୋଡେଇ ଦିଅନ୍ତୁ ।

- ଏହାକୁ କମ୍ ଆଞ୍ଚରେ 15 ମିନିଟ ପର୍ଯ୍ୟନ୍ତ ମାଛକୁ ସିଝିବାକୁ ଛାଡି ଦିଅନ୍ତୁ ।

- ମାଛ 15 ମିନିଟ କୁକ୍ ହେବା ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ ,ଏହାପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ସିଝା ଇଲିଶି ମାଛ ବେସର । ଏହି ଦେଶୀ ‘ସିଝା ଇଲିଶି ମାଛ ବେସର ରେସିପିକୁ ଗରମ ଭାତ ସହିତ ଖାଇଲେ ବେଶୀ ଭଲ ଲାଗେ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।