• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଭିଜିଲାନ୍ସ ଜାଲରେ ବିଇଓ ଓ କିରାଣୀ 

ସୁନ୍ଦରଗଡ଼: ଲାଞ୍ଚ ନେବାବେଳେ ଭିଜିିଲାନ୍ସ ଜାଲରେ ପଡ଼ିଲେ ଦୁଇ ସରକାରୀ କର୍ମଚାରୀ। ସେମାନେ ହେଲେ  ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ। ସାହାସପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ବାଘଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଉଭୟେ ଧରା ପଡ଼ିଛନ୍ତି ।

ସୂଚନାଥାଉ କି, ୨୦୧୦ରେ ନାରାୟଣ ବାଘ କୁତାବଗା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବା ବେଳେ ୨୫ ଶହ ଟଙ୍କାର ୟୁସି ଦେବାରେ ଡେରି କରିଥିଲେ । ଏହାକୁ କାର୍ଯ୍ୟରେ ଅବହେଳା ଦର୍ଶାଇ ୫୦ ହଜାର ଟଙ୍କା ନ ଦେଲେ ସସ୍‌ପେଣ୍ଡ କରିବାକୁ ଧମକ ଦେଇଥିଲେ ବିଇଓ ସୁରେନ୍ଦ୍ର ସାହୁ।  କିଛି ଦିନ ପୂର୍ବେ ୧୫ ହଜାର ଟଙ୍କା ଦେଇଥିଲେ ନାରାୟଣ। ଏହା ସତ୍ତ୍ୱେ ତୁରନ୍ତ ବାକି ୩୫ ହଜାର ଟଙ୍କା ଦେବାକୁ ଚାପ ପକାଇଥିଲେ ବିଇଓ। ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ନାରାୟଣ ।

ପୂର୍ବ ସୂଚନା ମୁତାବକ କିରାଣୀ ବିରଞ୍ଚି ଖିଲେଇ ନାରାୟଣଙ୍କଠାରୁ ୩୫ ହଜାର ଟଙ୍କା ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ।   ବିରଞ୍ଚିଙ୍କ ସହିତ ସୁରେନ୍ଦ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି । ଟଙ୍କାକୁ ଭିଜିଲାନ୍ସ ଟିମ ଜବତ କରଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କାରାଯିବ।

ଏ ନେଇ ପ୍ରଧାନଶିକ୍ଷକ ନାରାୟଣ ବାଗ କହିଛନ୍ତି, ୫୦ ହଜାର ଟଙ୍କା ମାଗିଥିଲେ। କହିଥିଲେ, ଆଗରୁ ଜଣେ ସସ୍‌ପେଣ୍ଡ ହୋଇଛନ୍ତି। ତୁମେ ନ ଦେଲେ ସସ୍‌ପେଣ୍ଡ ହେବ। ତେଣୁ ୧୫ ହଜାର ଦେଇଥିଲି। କିରାଣୀଙ୍କ ମାଧ୍ୟମରେ ଆଉ ୩୫ ହଜାର ଦେଲି।’

 

OTV is now on Whatsapp

Join and get latest news update delivered to you via whatsapp

Join Now