Advertisment

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟି ପିଟି ମାରିଦେଲେ

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

author-image
Rajalaxmi Sahoo
Murder In Angul

Murder In Angul

ଅନୁଗୁଳ: ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ପୁରୁଣାଗଡ଼ ଗାଁର ସୁବାଶିଷ ମହାପାତ୍ର।

Advertisment

ସୂଚନା ଅନୁସାରେ, ସୁବାଷ ଦୋରାଙ୍କ ଏକ ଫାଷ୍ଟଫୁଡ୍‌ ଦୋକାନ ରହିଛି। ଗତକାଲି ସନ୍ଧ୍ୟାରେ ସୁଭାଶିଷ ସୁବାଷଙ୍କ ଦୋକାନକୁ ଫାଷ୍ଟଫୁଡ ଖାଇବାକୁ ଯାଇଥିଲେ। ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ସୁବାଷ ଓ ତାଙ୍କ ପୁଅଙ୍କ ସହ ସୁଭାଶିଷଙ୍କର ବଚସା ହୋଇଥିଲା। ଏହି କଥାକୁ ନେଇ ରାତି ପ୍ରାୟ ୧୦ଟା ସମୟରେ ପୁରୁଣାଗଡ଼ ଛକରେ ସୁବାଷ ଓ ତାଙ୍କ ୨ ପୁଅ ସୁଭାଶିଷଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ସମୟରେ ପୁଅର ଚିତ୍କାର ଶୁଣି ସୁଭାଶିଷଙ୍କଙ୍କ ମା’ ଆସି ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ମାତ୍ର ସୁବାଷ ଓ ତାଙ୍କର ଜଣେ ପୁଅ ସୁବାଶିଷଙ୍କୁ ମାଡ଼ି ବସି ଧରି ଥିବାବେଳେ ସୁବାଷଙ୍କ ଅନ୍ୟ ଜଣେ ପୁଅ ଏକ ଲୁହା ରଡ଼ରେ ସୁବାଶିଷଙ୍କ ମୁଣ୍ଡକୁ ପିଟି ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସୁବାଷ ଓ ତାଙ୍କ ୨ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। 

Advertisment

ଗୁରୁତର ଅବସ୍ଥାରେ ସୁବାଶିଷଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ବନ୍ତଳା ଥାନାରେ ଅଭିଯୋଗ ପରେ ପୋଲିସ ସୁବାଷ ଓ ତାଙ୍କ ୨ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାର ତଦନ୍ତ ଚଳାଇଛି। 

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କୌଣସି କାରଣରୁ ବଚସା ଯୋଗୁ ଏହି ହତ୍ୟାକାଣ୍ଡ ହୋଇଛି। ଅନ୍ୟପକ୍ଷେ, ସୁବାଶିଷଙ୍କ ମୃତ୍ୟୁକୁ ନେଇ ପୁରୁଣାଗଡ଼ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ମୃତକଙ୍କ ମା’ଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ପାଇଁ ଦାବି ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟ କରିଛନ୍ତି।

Murder Angul Youth Murdered
Advertisment
Advertisment