Advertisment

କରୋନାର ନୂଆ ଭାରିଆଣ୍ଟ ଅଧିକ ଗୁରୁତର କରିପାରେ-ଡିଏମଇଟି

ଏବେ ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ଖୋର୍ଦ୍ଧା ଓ କଟକରେ ଲୋକଙ୍କ ସଂଖ୍ୟା ଅଧିକ।  ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି ।

author-image
Minati Mishra
undefined

covid 19

ଭୁବନେଶ୍ୱର: ଏବେ ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ଖୋର୍ଦ୍ଧା ଓ କଟକରେ ଲୋକଙ୍କ ସଂଖ୍ୟା ଅଧିକ।  ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି । ପ୍ରତିଷେଧକ କ୍ଷମତା ଯାଞ୍ଚ ପରେ ହିଁ  ବୁଷ୍ଟର ଡୋଜର ଆବଶ୍ୟକତା କଥା କହି ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Advertisment

ସେ କହିଛନ୍ତି, ଆପଣଙ୍କ ପାଖ ଲୋକ କୋଭିଡ୍ ବାହକ ହୋଇପାରେ, ତେଣୁ ଦୂରତା ରକ୍ଷା କରନ୍ତୁ। ଟିକା ନେଇଛନ୍ତି ବୋଲି କରୋନା ହେବନି ଭାବନ୍ତୁ ନାହିଁ, ସତର୍କ ରୁହନ୍ତୁ।  ଟିକା ନେଇଥିବା ବ୍ୟକ୍ତିଙ୍କ ବର୍ଷେରୁ ଦେଢ଼ ବର୍ଷ ପ୍ରତିଷେଧକ କ୍ଷମତା ଯାଞ୍ଚ ହେବ। ପରେ ବୁଷ୍ଟର ଡୋଜର  ଆବଶ୍ୟକତା କଥା କହି ହେବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର। ଟିକା ନେଇଛନ୍ତି ବୋଲି କରୋନା ହେବନି ଭାବନ୍ତୁ ନାହିଁ। ସତର୍କ ରୁହନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଏପଟେ କରୋନାର ନୂଆ ଭାରିଆଣ୍ଟକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ଅଧିକ ଗୁରୁତର କରିପାରେ  । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ପ୍ରମାଣିତ ହୋଇନାହିଁ  । ଅଗଷ୍ଟ ୩୦ ତାରିଖରେ WHO ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି କହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରିଆଣ୍ଟ ଅଫ କନସର୍ନ ବୋଲି କହିନି WHO  । ଅନଲକ୍ ପରେ ଲୋକଙ୍କ ଗହଳି ଅଧିକ ହେଉଛି  ଯଦି ଲୋକମାନେ କଟକଣା ମାନିବେନି, ତେବେ କୋଭିଡ ତୃତୀୟ ଲହରକୁ ରୋକି ହେବନି ବୋଲି କହିଛନ୍ତି ଡିଏମଇଟି ।

Advertisment

ଅନ୍ୟପକ୍ଷେ ସମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ସବୁ ରାଜ୍ୟ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ଚିନ୍ତା ବଢାଉଛି ସଂକ୍ରମଣ।  ବଢୁଛି ରିପ୍ରଡକସନ୍ ନମ୍ବର ବା ଆର ଭାଲ୍ୟୁ।   ଅଗଷ୍ଟ ୧୪ରୁ ୧୭ ମଧ୍ୟରେ ଆର ଭାଲ୍ୟୁ ୦.୮୯  ଥିବା ବେଳେ ଗତ ସପ୍ତାହରେ ଏହା ୧.୧୭କୁ ବଢିଛି  । ଚେନ୍ନାଇ ସ୍ଥିତ ମେଥମେଟିକାଲ ସାଇନ୍ସ ପକ୍ଷରୁ ହୋଇଥିବା ଗବେଷଣାରୁ ଏକଥା ଜଣାପଡିଛି  । କେରଳ, ମହାରାଷ୍ଟ୍ର, ମିଜୋରାମ ଓ ଜମ୍ମୁ କାଶ୍ମୀରରେ ଆର ଭାଲ୍ୟୁ ଏକରୁ ଅଧିକ ରହିଛି । ଆର ଭାଲ୍ୟୁ ଦ୍ୱାରା ସଂକ୍ରମଣ ବୃଦ୍ଧି ସମ୍ପର୍କରେ ଜଣାପଡିଥାଏ । କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆର ଭାଲ୍ୟୁରେ ସାମାନ୍ୟ ବୃଦ୍ଧି ସଂକ୍ରମଣ ବଢୁଥିବା ସୂଚାଇଥାଏ।

COVID-19 Odisha COVID19 Updates
Advertisment
Advertisment