• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିକେନ କଟଲେଟ୍’ 

ଘରେ ଘରେ ଚିକେନକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଆପଣମାନଙ୍କୁ ଚିକେନର ଏକ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ଚିକେନ କଟଲେଟ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା।

‘ଚିକେନ କଟଲେଟ’ବନେଇବା ପାଇଁ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍‌-500 ଗ୍ରାମ, ସିଝା ଆଳୁ-2ଟି,କଟା ରସୁଣ,କଟା ଅଦା,କଟା ପିଆଜ,କଟା କଞ୍ଚାଲଙ୍କା, ଜିରା, ରିଫାଇନ ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଚାଟ୍‌ ମସଲା।,ସ୍ୱାଦନୁସାରେ ଲୁଣ, ଗୋଲ ମରିଚ ଗୁଣ୍ଡ, ଏବଂ ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବୋନ୍‌ଲେସ୍‌ ଚିକେନକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡ କରି ନିଅନ୍ତୁ ।
  • ଏହା ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ ।
  • ଏହାପରେ ତେଲରେ ଜିରା, କଟା ପିଆଜ, କଟା ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା ପକାଇ ଭଲ ଭାବରେ ଭାଜି ଦିଅନ୍ତୁ ।
  • ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
  • ଆଗରୁ ଗ୍ରାଇଣ୍ଡ କରି ରଖିଥିବା ଚିକେନ୍‌ ପକାଇ ମସଲାରେ ଚିକେନ୍‌କୁ ଭଲ ଭାବରେ ମିଶାଇ ଦିଅନ୍ତୁ।
  • ଏହାପରେ କଡେଇକୁ ଘୋଡାଇ ଚିକେନକୁ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ ।
  • ଏହା ପରେ ସେଥିରେ ଗୋଲ ମରିଚ ଗୁଣ୍ଡ ଏବଂ ଧନିଆ ପତ୍ର ପକାଇ ଗ୍ୟାସ୍‌ ବନ୍ଦ କରି ଚିକେନ୍‌କୁ ଥଣ୍ଡା ହେଲା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
  • ଏହା ପରେ ଚିକେନର ମିଶ୍ରଣରେ ସିଝା ଆଳୁ, କଟା ପିଆଜ, ଧନିଆ ପତ୍ର, ପୁଦିନା ପତ୍ର, କଞ୍ଚା ଲଙ୍କା, ପକାଇ ଭଲରେ ଗୋଳାଇ ଦିଅନ୍ତୁ।
  • ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ କରି କଟଲେଟର ସେପ୍ ଦେଇ ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଅନ୍ୟ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ସେଥିରେ ଅଳ୍ପ ଲୁଣ, ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ।
  • ଅନ୍ୟ ଏକ ପାତ୍ରରେ ବ୍ରେଡ୍‌ କ୍ରମ୍ବସ୍‌ ରଖି ସେଥିରେ ଲୁଣ, ଚାଟ୍‌ ମସଲା, ଗୋଲ ମରିଚ ଗୁଣ୍ଡ ଏବଂ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।
  • ଏହା ପରେ ଆପଣ କଟ୍‌ଲେଟ୍‌କୁ ଅଣ୍ଡା ଘୋଳରେ ବୁଡ଼ାଇ ବ୍ରେଡ୍‌ କ୍ରମ୍ବସ୍‌କୁ ମଧ୍ୟ ଏଥିରେ ପକାଇ ଚାରିଆଡ଼େ ଲଗାଇ ଦିଅନ୍ତୁ।
  • ଚୁଲିରେ କଡ଼େଇ ବସାଇ ସେଗୁଡ଼ିକୁ ଛାଣି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଚିକେନ କଟଲେଟ । ଏହି ରେସିପିଟିକୁ ଆପଣ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।