Advertisment

ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ, ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ଭଲ ପାଇ ବାହା ହୋଇଥିଲେ, ହେଲେ ଚାରି ମାସ ବି ତିଷ୍ଠି ପାରିଲାନି ପ୍ରେମ ବିବାହ। ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ।

author-image
Rajalaxmi Sahoo
Newly Married Woman Found Dead

Newly Married Woman Found Dead

ଧର୍ମଗଡ଼: ଭଲ ପାଇ ବାହା ହୋଇଥିଲେ, ହେଲେ ଚାରି ମାସ ବି ତିଷ୍ଠି ପାରିଲାନି ପ୍ରେମ ବିବାହ। ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ। କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ବଣିଜରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଝିଅର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକ ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। 

Advertisment

ସୂଚନା ଅନୁସାରେ, ବଣିଜରା ଗାଁର ଜନ୍ମେଜୟ ମାଝୀ ନାମକ ଜଣେ ଯୁବକ ଗତ ମେ ମାସରେ ପଦ୍ମିନୀ ରାଉତ ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ପଦ୍ମିନୀ ଅନ୍ୟ ଜାତିର ଥିଲେ। ତେବେ ଗତକାଲି ହଠାତ୍ ଘର ଭିତରେ ଝୁଲନ୍ତା ଅବସ୍ଥାରେ ପଦ୍ମିନୀଙ୍କ ମୃତଦେହ ମିଳିଥିଲା। ଏସମ୍ପର୍କରେ ଜନ୍ମେଜୟ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ପଦ୍ମିନୀଙ୍କ ପରିବାର ଲୋକ ପୋଲିସ୍‌କୁ ଜଣାଇବା ସହ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପଦ୍ମିନୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

Advertisment

ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଜନ୍ମେଜୟ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହ ଜନ୍ମେଜୟଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇଛି।

Woman Found Dead
Advertisment
Advertisment