ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି ।
ଜୋର୍ ଧରୁଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି । ରାଜଧାନୀରେ ହଲ୍ଲାବୋଲ ପରେ ଆଜି କଟକରେ ପ୍ରତିବାଦ କରୁଛନ୍ତି ଆଶାୟୀ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ବ୍ୟକ୍ତିଗତ ଜୀବନରେ ବେଶ୍ ଚର୍ଚ୍ଚିତ ଥିଲେ ରତନ ଟାଟା । ମୋବାଇଲରୁ ଅଟୋ ମୋବାଇଲ୍, ହୋଟେଲରୁ ଏୟାରପୋର୍ଟ ସବୁ ବ୍ୟବସାୟରେ ସଫଳ ଥିଲେ କିନ୍ତୁ ପ୍ରେମରେ ସଫଳ ହୋଇପାରିନଥିଲେ ରତନ ।
କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଯାଇଛି । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା ।
ରାଜ୍ୟରେ ରାସନ କାର୍ଡର E-KYC ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।
ମହିଳାଙ୍କ ଉତ୍ପାତକୁ ଦେଖି ଭିଡିଓରେ ଥିବା ପୋଲିସ୍ ଅଧିକାରୀ ଜଣଙ୍କ ମଦ ପିଇ ଆସି କାହିଁକି ଏମିତି କରୁଛ ବୋଲି କହୁଥିବା ଦେଖିବାକୁ ମିଳିଛି।
ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ରତନ ଟାଟାଙ୍କ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଶାନ୍ତନୁ ନାଇଡୁ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ସମବେଦନା ଜଣାଇଛନ୍ତି ।
ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରିଥିଲେ ।
କାକର ଭିଜା ସରୁ ଓଢଣୀ ଟାଣି ହସୁଛି କାଶତଣ୍ତୀ ଫୁଲ । ସକାଳ ସୁରୁଜର ପହିଲି ଛୁଆଁରେ ଯେମିତି ଫୁଲେଇ ହେଉଛି । ହାଲକା ପବନରେ ନବ ବିବାହିତା ବୋହୂଟିଏ ପରି କେତେବେଳେ ନଇଁପଡ଼ୁଛି ତ ପୁଣି କେତେବେଳେ ମୁଣ୍ଡଟେକି ମୁରୁକି ହସି ଦେଉଛି ।
ରେଡ୍ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ମାମଲାରେ ୬ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ନେଇ ଆତଙ୍କ ଖେଳିଛି। ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ଏକ୍ସପ୍ରେସ ଟ୍ରେନ୍ ।
ରତନ ଟାଟାଙ୍କ ମରଶରୀରକୁ ଏଠାରେ ଶେଷ ଦର୍ଶନ ପାଇଁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ରଖାଯିବ। ଏହାପରେ ଅପରାହ୍ମ ୪ଟାରେ ୱର୍ଲି କ୍ରିମେଟୋରିୟମରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ ରହିଛି ।
୧୯୯୫ ମସିହା ଡିସେମ୍ବର ୩୦ରେ ଗୋପାଳପୁର ଷ୍ଟିଲ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ଟାଟା । ସେତେବେଳେ ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ।
ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ସଦର ଥାନା ଡାଡିକେଜୁ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ।
ଭକ୍ତମାନେ ନବରାତ୍ରୀର ଅଷ୍ଟମୀରେ ଏବଂ କେତେକ ନବମୀ ତିଥିରେ ମଧ୍ୟ ପୂଜା କରନ୍ତି। କିନ୍ତୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଅଷ୍ଟମୀ ଏବଂ ନବମୀ ତିଥି ଗୋଟିଏ ଦିନରେ ପଡୁଛି। ତେଣୁ କନ୍ୟା ପୂଜା କେବେ କରାଯିବା ଉଚିତ ସେନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି।
ବରିଷ୍ଠ IAS ଅଧିକାରୀଙ୍କୁ ୧୬ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ। କେନ୍ଦୁଝର ଜିଲ୍ଲା ଦାୟିତ୍ବରେ ରହିବେ ବରିଷ୍ଠ IAS ହେମନ୍ତ ଶର୍ମା ।
୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ରତନ ଟାଟା। ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। କିଏ ହେବେ ତାଙ୍କ ଉତ୍ତରାଧିକାରୀ ?
ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଡାଏଟ୍ ମସ୍ତିଷ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କ’ଣ ଖାଇବା ଓ ନ ଖାବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରୁହେ ଆସନ୍ତୁ ଜାଣିବା।
ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ । ଭାବବିହ୍ବଳ ହେଲେ ରତନ ଟାଟାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ, ଭଲ ବନ୍ଧୁ ତଥା ଅଭିନେତ୍ରୀ ସିମି ଗରେୱାଲ ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ବେଶ୍ ପ୍ରଭାବଶାଳୀ ଛେଳି। ପ୍ରୋଟିନ୍ରେ ଭରପୁର ହାଲୁକା ଧୂସର ଓ କଳା-ଧଳା ରଙ୍ଗର ଛେଳିର ରହିଛି ଏକାଧିକ ଫାଇଦା।
ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଖୁବଶୀଘ୍ର ବିଧାୟକ ଦଳ ଓ ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନେବାକୁ ଥିବା ବେଳେ, ନାୟବ ସିଂ ସୈନି ପୁଣି ସିଏମ୍ ବନିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା। କେଉଁଠି ଝଟକୁଛି ଫ୍ରେଞ୍ଚ୍ ପ୍ୟାଲେସ୍ ଆଉ କେଉଁଠି ମନମୋହୁଛି ସ୍ବାମୀ ନାରାୟଣମନ୍ଦିର ଆକୃତିର ସୁଦୃଶ୍ୟ ତୋରଣ।