• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯିବେ । ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ । ପଦାଧିକାରୀ ଓ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ କରିବେ ।

ଫୋକସରେ ରହିବ ସରକାର ଓ ସଂଗଠନ । ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତାର ସମୀକ୍ଷା କରିବେ ଖୋଦ୍ ମୋଦି । ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ଠାରୁ ରିପୋର୍ଟ କାର୍ଡ ନେବେ । ଆଗାମୀ ୨୫ ବର୍ଷ ଯାଏ ସତ୍ତାରେ ରହିବାକୁ ସଂଗଠନର ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ । ଚଳିତ ଥର କୋଟିଏ ସଭ୍ୟ ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି । ସେନେଇ ମଧ୍ୟ ଆଲୋଚନା କରିବେ । ସେପଟେ ଅପରାହ୍ନରେ ଓଡ଼ିଶା ଆସୁଥିବା ନେଇ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ।

ମୋଦି ଲେଖିଥିଲେ, ଡିଜିପି ସମ୍ମିଳନୀ ସହ ରାଜ୍ୟ ବିଜେପିର କାର୍ଯ୍ୟକ୍ରମରେ ସାମିଲ ହେବି । ସମ୍ମିଳନୀରେ ଦେଶର ବହୁ ବରିଷ୍ଠ ପୋଲିସ ଅଧିକାରୀ ରହିବେ । ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ବିଚାର ବିମର୍ଶ ହେବ । ଚଳିତ ଜୁନ୍ ମାସରୁ ଓଡ଼ିଶାରେ ବିଜେପି କାର୍ଯ୍ୟଭାର ଗ୍ରହଣ କରିଛି । ଓଡ଼ିଶାରେ ବିଜେପି ସରକାର ଯୋଗୁଁ ଅଭିବୃଦ୍ଧି ହାର ବଢ଼ିଛି । ଗରିବ ଏବଂ ବିଭିନ୍ନ ବର୍ଗର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର ।

ଅଧିକ ପଢ଼ନ୍ତୁ:ଅଜିତ୍ ଡୋଭାଲ୍: ପାକିସ୍ତାନରେ ଅଣ୍ଡର କଭର ଏଜେଣ୍ଟ, ଭାରତରେ ରିକ୍ସାବାଲା ...

ଗତଥର ହୋଇଥିବା ଡିଜିପି ସମ୍ମିଳନୀରେ ମୁଖ୍ୟ ୫ଟି ପଏଣ୍ଟ ଉପରେ ଫୋକସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ ସିଟିଜେନ୍ ଫାଷ୍ଟ, ଡିଗନିଟି ଫାଷ୍ଟ ଓ ଜଷ୍ଟିସ ଫାଷ୍ଟ । ଏହା ସହ ଦଣ୍ଡା ବଦଳରେ ପୋଲିସ ଡେଟା ସହ କାମ କରିବା ଆବଶ୍ୟକ । ମହିଳା ସୁରକ୍ଷା ଉପରେ ଏମିତି ଗୁରୁତ୍ୱ ଦିଆଯାଉ ଯେମିତି କି ଯେକୌଣସି ମହିଳା ବିନା ଭୟରେ ଯେଉଁଠି ବିନା ଭୟରେ କାମ କରିପାରିବ । ସୋସିଆଲ ମିଡିଆ ବ୍ୟବହାର କରି ଲୋକଙ୍କ ପାଖରେ ସକରାତ୍ମକ ସୂଚନା ପହଞ୍ଚାଇବା ଉପରେ ଗୁରୁତ୍ୱ । ଏହା ସହ ନାଗରିକ ଓ ପୋଲିସ ମଧ୍ୟରେ ସଂପର୍କ ବଢ଼ାଇବା ଉପରେ ମଧ୍ୟ ମୋଦି ଗୁରୁତ୍ୱ ଦେଇଥିଲେ ।

ସେପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପିଏମ ମୋଦି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସରେ ମୋଦିଙ୍କ ବୈଠକ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସାଂସଦ, ବିଧାୟକ, ମନ୍ତ୍ରୀ ଓ ଦଳର ପଦାଧିକାରୀ ଯୋଗଦେବେ । ରାଜ୍ୟର ରାଜନୈକିତ ସ୍ଥିତି, ସଂଗଠନର ସଦସ୍ୟତା ଅଭିଯାନ କେତେବାଟ ଗଲା, ସାଂଗଠନିକ ନିର୍ବାଚନ ପାଇଁ ପ୍ରଦେଶ ପାର୍ଟି କେତେ ପ୍ରସ୍ତୁତ ଅଛି ଏହି ସବୁ ବାବଦରେ ପିଏମ ମୋଦି ପଚାରି ବୁଝି ପାରନ୍ତି ।

ଏହାସହ କେନ୍ଦ୍ର ସରକାରଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ନେଇ ରିପୋର୍ଟ ତଲବ କରିପାରନ୍ତି । ସେହିପରି ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା କରିବେ । ଗରିବ କଲ୍ୟାଣ ପାଇଁ ରାଜ୍ୟ ସରକାର ନୂଆ ଯୋଜନା କଣ କରିଛନ୍ତି ଓ ରାଜ୍ୟର ବିକାଶ ପାଇଁ କଣ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ସେନେଇ ମଧ୍ୟ ପିଏମ ମୋଦି ପଚାରି ବୁଝି ପାରନ୍ତି ।

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

OTV is now on Whatsapp

Join and get latest news update delivered to you via whatsapp

Join Now