Advertisment

Gautam Adani: ଆଦାନୀ ଲାଞ୍ଚ ପ୍ରସଙ୍ଗ; ଆରେଷ୍ଟ ୱାରେଣ୍ଟ ମିଳିନଥିବା ସ୍ପଷ୍ଟ କଲେ ଭାରତ ସରକାର

ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ଗିରଫ ପରୱାନା ନେଇ ଆମେରିକା ପକ୍ଷରୁ କୌଣସି ଅନୁରୋଧପତ୍ର ମିଳିନଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର ।

author-image
Sonali Ojha
ଅଦ୍ୟତନ ହୋଇଛି
Gautam Adani

Gautam Adani

ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କୁ ନେଇ ଗଣମାଧ୍ୟମରେ ନାନା ଖବର ପ୍ରକାଶ ପାଉଛି। ନିବେଶକଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଛି ଆମେରିକା। ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ଗିରଫ ପରୱାନା ନେଇ ଆମେରିକା ପକ୍ଷରୁ କୌଣସି ଅନୁରୋଧପତ୍ର ମିଳିନଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର ।

Advertisment

କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଥିଲା। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଆମେରିକାର ଆଦାନୀଙ୍କ ସହିତ ଜଡ଼ିତ ସଂସ୍ଥାଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ। ଏନେଇ ଆମେରିକା ପକ୍ଷରୁ କୌଣସି ଅନୁରୋଧପତ୍ର ମିଳିନି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈସ୍ୱାଲ କହିଛନ୍ତି ଏହା ଏକ ଆଇନଗତ ମାମଲା, ଯେଉଁଥିରେ ବେସରକାରୀ ସଂସ୍ଥା, ବ୍ୟକ୍ତିବିଶେଷ ଏବଂ ଆମେରିକାର ନ୍ୟାୟ ବିଭାଗ ଜଡ଼ତି ରହିଛନ୍ତି। ଏଭଳି ସ୍ଥିତିରେ ଥିବା ନିୟମ କାନୁନ ପ୍ରକ୍ରିୟାର ପାଳନ କରାଯିବ। ଗିରଫ ପରୱାନାର କାର୍ଯ୍ୟକାରିତା ସମେତ ଭାରତ ମଧ୍ୟରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଲେ ଆମେରିକା ସରକାର ପ୍ରଥମେ ଭାରତୀୟ ଗୃହମନ୍ତ୍ରଣାଳୟକୁ ପ୍ରଥମେ ଅବଗତ କରାଇବେ।

Advertisment

ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ଆଣିଥିଲା ଆମେରିକା। ଏକ ରିପୋର୍ଟରେ କୁହାଯାଇଛି ଯେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର, ଅନ୍ୟ ୭ଜଣ ଅଭିଯୁକ୍ତଙ୍କ ସହିତ ସୋଲାର୍ ଏଲର୍ଜି କମ୍ପାନୀ ପାଇଁ ଚୁକ୍ତିନାମା ପାଇବା ଏବଂ ଭାରତର ସର୍ବ ବୃହତ ସୌର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍‌ ବା ୨୨୩୭ କୋଟି ଟଙ୍କା ଲାଞ୍ଚ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ

ବ୍ୟାଙ୍କ ଏବଂ ଏହାକୁ ନିବେଶକଙ୍କଠାରୁ ଏହି ତଥ୍ୟ ଲୁଚାଇଥିବାର ଅଭିଯୋଗ ହୋଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୀନ୍ ଏନର୍ଜି ମିଥ୍ୟା ବିବୃତ୍ତି ଆଧାରରେ ବିଭ୍ରାନ୍ତ କରିଥିଲେ ।୨୦୨୧ ମସିହାରେ ବଣ୍ଡ ଅଫର୍ ସହିତ ଆମେରିକା ସମେତ ଅନ୍ତର୍ଜାତୀୟ ନିବେଶକ ଏବଂ ଆମେରିକୀୟ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ଆମେରିକୀୟ ଆଟର୍ଣ୍ଣି ବ୍ରାଏନ୍ ପିସ୍ କହିଛନ୍ତି ଯେ କୋଟି କୋଟି ଟଙ୍କାର ନିବେଶ ପାଇବା ପାଇଁ ଭାରତର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଏହା ମଧ୍ୟ କୁହାଯାଇଥିଲା ଯେ ଗୌତମ ଆଦାନୀ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ସରକାରୀ କର୍ମଚାରୀଙ୍କୁ ଭେଟିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଯେ ଆଦାନୀ ଏବଂ ଅନ୍ୟମାନେ ପ୍ରାୟ ୨୬୫ ନିୟୁତ ଡଲାର (ପ୍ରାୟ ୨୨୩୮ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି। ସେ ଆଶା କରିଥିଲେ ଯେ ଏହି ଚୁକ୍ତିନାମା ଦୁଇ ଦଶନ୍ଧି ମଧ୍ୟରେ ୨ ବିଲିୟନ ଡଲାର (ପ୍ରାୟ ୧୬୮୮୨ କୋଟି ଟଙ୍କା) ଲାଭ କରିବ । ଆମେରିକୀୟ ଓକିଲମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ସଂପୂର୍ଣ୍ଣ ମାନିପୁଲେସନ୍‌ରେ ସେମାନଙ୍କର ସମ୍ପୃକ୍ତି ଲୁଚାଇବା ପାଇଁ କୋଡ୍ ନାମ ବ୍ୟବହାର କରାଯାଇଥିଲା। ଗୌତମ ଆଦାନୀଙ୍କୁ 'ନ୍ୟୁମେରୋ ୟୁନୋ' ବା 'ବିଗ୍ ମ୍ୟାନ୍' କୁହାଯାଉଥିଲା।

ତେବେ ଆମେରିକାର ଅଭିଯୋଗକୁ ଆଦାନୀ ଗ୍ରୁପ ପକ୍ଷରୁ ଖଣ୍ଡନ କରାଯାଇଛି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି କମ୍ପାନୀ କହିଛି। ଏଥିସହିତ ମାମଲାରେ ଆବଶ୍ୟକ ପଡ଼ିଲେ ସମସ୍ତ ଆଇନଗତ ବାଟର ସାହାର ନିଆଯିବ ବୋଲି ଆଦାନୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ହଠାତ୍‌ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି !

Bribe Govt Of India Goutam Adani
Advertisment
Advertisment