ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା ଏବଂ ବର୍ଷାପାଣି ଜମା ହୋଇ ପୋଖରୀର ରୂପ ନେଇଥିଲା ।
ଓଡିଶା ଆସୁଛନ୍ତି ବିଭିନ୍ନ ରାଜ୍ୟର ପୋଲିସ୍ ଓ କେନ୍ଦ୍ରୀୟ ସଂଗଠନର ଡିଜି । ସ୍ୱାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି ।
‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍ । ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ କରିପାରିବେ ଆବେଦନ।
ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା। ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କାକୁ ଶପଥ ପାଠ କରାଇଛନ୍ତି। ହାତରେ ସମ୍ବିଧାନର କପି ଧରି ହିନ୍ଦୀରେ ଶପଥ ନେଇଛନ୍ତି ପ୍ରିୟଙ୍କା ।
ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଟ୍ରମ୍ପ 2.0 ସରକାର ବିଶ୍ୱରେ ଚାଲିଥିବା ଯୁଦ୍ଧ ବନ୍ଦ, ଭୂ-ରାଜନୈତିକ ଅସ୍ଥିରତା ହ୍ରାସ ଓ ଅଶୋଧିତ ତୈଳ ଦରରେ ସ୍ଥିରତା ଆଣିବା ଦିଗରେ କାର୍ଯ୍ୟ କରିବେ। ଏନେଇ ଷ୍ଟକବ୍ରୋକିଂ ଫାର୍ମ ପ୍ରଭୁଦାସ ଲିଲାଧର ଏକ ରିପୋର୍ଟରେ ସୂଚନା ଦେଇଛି । ଦୀର୍ଘ ଦିନର ସାମରିକ ଯୋଗଦାନ ଅପେକ୍ଷା ଟ୍ରମ୍ପଙ୍କ ବୈଦେଶିକ ନୀତି ବୁଝାମଣା ଉପରେ ଅଧିକ ଗୁରୁତ୍ୱ ଦେଇଛି।
ଖଣ୍ଡଗିରି ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ। ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଚଳାଉଥିବା ସନ୍ଦେହ କରାଯାଉଛି। ୪ ଯୁବତୀଙ୍କୁ ଉଦ୍ଧାର କରି ଛାନଭିନ୍ ଚଳାଇଛି ପୋଲିସ।
୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଆଳୁ ବୋଝେଇ ଟ୍ରକ୍। ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ନାକାବନ୍ଦୀ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି।
ନିଜ କଲେଜରେ ସେଣ୍ଟର କରିବା ପାଇଁ ବଡ଼ ଘୋଟାଲା। ଝିଅଙ୍କ ବଦଳରେ ପରୀକ୍ଷା ଦେଉଥିଲେ ପୁଅ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାଥରକେ ୨ହଜାର ଛାତ୍ର ଛାତ୍ରୀଙ୍କ ନାଁରେ ରେଜିଷ୍ଟ୍ରେସନ କରିଥିଲେ।
ଯଦି ଆପଣ ନିଜ ଘରର ଛାତରେ ଏକ ବଗିଚା କରିଛନ୍ତି ତେବେ ଏହି ଖବର ଉପରେ ନଜର ପକାଇବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଛାତ ବଗିଚାର କିଛି ଟିପ୍ସ କହିବୁ, ଯାହା ଦ୍ୱାରା ଜୈବିକ ସାର ବ୍ୟବହାର କରି ଆପଣ ପ୍ରଚୁର ପନିପରିବା ପାଇପାରିବେ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଝାଡ଼ଖଣ୍ଡରେ ଆଜିଠୁ ହେମନ୍ତ ସରକାର। ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ।
ଓଡ଼ିଶାର ଲୋକମାନେ ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ତେବେ ଆପଣ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କ ଜନ୍ମ କିପରି ହୋଇଥିଲା? ଆସନ୍ତୁ ଜାଣିବା…
ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।
ନଭେମ୍ବର ୨୭। ପାଣ୍ଡିଆନ ଦମ୍ପତିଙ୍କ ପାଇଁ ସଂଯୋଗ ନା ଦୁର୍ଯୋଗ ? ନଭେମ୍ବର ୨୭, ୨୦୨୩ରେ ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।
ରାଜଧାନୀରେ ହଇଚଇ ! ୪୦ ହଜାର ଟଙ୍କାରେ ପିଲା ବିକ୍ରି ! ୪ ବର୍ଷର ଅବୋଧ କନ୍ୟାଶିଶୁକୁ ଅନ୍ୟ ହାତରେ ଟେକିଦେଲେ ବାପା ଓ ସାବତ ମାଆ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବର ବଡଗଡ଼ ଥାନା ଅଞ୍ଚଳରେ ।
ଡିସେମ୍ବର ୪ରେ ପାଳନ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି।
୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ ।
ଚୁଟି କଳା କରୁଥିବାରୁ ମୁଣ୍ଡରେ ଘା’ ହେଉଛି ଓ ରୁପି ବଢୁଛି। ହାତରେ ବଜାରର କୃତ୍ରିମ ରଙ୍ଗ ଆଣି ମେହେନ୍ଦି କରିବାରୁ କଣନଖା ହେଲା ଓ ଚର୍ମରେ ଇମ୍ଫେକ୍ସନ୍ ହେଉଛି। ଏହା ଗୋଟିଏ ଥରରେ ଭଲ ହେଇଯିବ। ଆପଣଙ୍କ ବାଡ଼ିର ଏହି ଗଛଟି ଏହାର ମହୌଷଧି ପରି କାମ କରିବ।
ଉତ୍ତରପ୍ରଦେଶରେ ବାଟ ଖୋଜିବାକୁ ଯାଇ ଅଧାଗଢା ବ୍ରିଜରୁ ତଳେ ପଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣାରେ ତଦନ୍ତର ସାମନା କରିଛି ଗୁଗୁଲ ମ୍ୟାପ। କେମିତି ଓ କେଉଁ ପରିସ୍ଥିତିରେ ଫେଲ୍ ହେଲା ଗୁଗୁଲର ଜିପିଏସ୍ । ତଦନ୍ତ ଭିତରେ ସ୍ପଷ୍ଟୀକରଣ ରଖିଛି ଗୁଗୁଲ୍ ମ୍ୟାପ୍।
ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇ ଶୂନ୍ୟକାଳରେ ପ୍ରଶ୍ନ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଆଦାନୀ କମ୍ପାନୀ ଭାରତକୁ ସାରା ବିଶ୍ୱରେ ନିନ୍ଦିତ କରିଛି।
ଆଜିକାଲି ସଂକଟରେ ଅଛନ୍ତି ରାମ ଗୋପାଳ ବର୍ମା। ଗିରଫକୁ ଏଡାଇବାକୁ ସେ ଚେଷ୍ଟା କରୁଛନ୍ତି। କଥା ହେଉଛି ଯେ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ରାଜନୈତିକ ନେତାଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ୍ ଯୋଗୁଁ ପୋଲିସ ତାଙ୍କୁ ଖୋଜୁଛି।
ଭୁବନେଶ୍ବର ବଡ଼ଗଡ଼ ଥାନାରୁ ଆସିଲା ସାଂଘାତିକ ଅଭିଯୋଗ । ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ।
OSSC ରେ ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ। ଏନେଇ OSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।