ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବଳ ଗୋଟାଉଛି ସାମୁଦ୍ରିକ ଝଡ଼ ଫେଙ୍ଗଲ । ତାମିଲନାଡ଼ୁ-ପୁଡୁଚେରୀ ଉପକୂଳ ମୁହାଁ ହୋଇଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି । ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଚେନ୍ନାଇ, ପୁଡୁଚେରୀ ସମେତ ବହୁ ଜିଲ୍ଲାରେ ସ୍କୁଲ ଛୁଟି, ଘୋଷଣା କରାଯାଇଛି । ଏପଟେ ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି ।
Also Read
ଗଭୀର ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହେବାକୁ ଯାଉଛି । ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ତାମିଲନାଡ଼ୁ ଉପକୂଳ ଆଡ଼କୁ ମୁହାଁଉଛି । ୨୯ ତାରିଖ ମଧ୍ୟରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି IMD।
ଅଧିକ ପଢନ୍ତୁ: ଡରାଇଲାଣି ଲଘୁଚାପ!! ନେଇପାରେ ବାତ୍ୟାର ରୂପ ..
ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ତାମିଲନାଡୁରେ ଏବେଠୁ ଏହାର ପ୍ରଭାବ ଦେଖାଦେଲାଣି। ନାଗପଟ୍ଟିନମ ଓ ଅନ୍ୟ ଅଞ୍ଚଳରେ ଉଚ୍ଚ ଜୁଆର ଆସିଥିବା ଦେଖିବାକୁ ମିଳିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ।
ଏପଟେ ବର୍ଷ ପରେ ବର୍ଷ ଉତ୍ତପ୍ତ ହେଉଛି ପୃଥିବୀ, ଭାଙ୍ଗୁଛି ଗୋଟିକ ପରେ ଗୋଟିଏ ରେକର୍ଡ । ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ୱ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ୱ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି । ମାନବଜାତି ନିଜେ ପୃଥିବୀରେ ନିଆଁ ଲଗାଉଛି ଏବଂ ନିଜେ ହିଁ ତାର ଫଳ ଭୋଗୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ ।
ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ବିଶ୍ୱର ହାରାହାରି ତାପମାତ୍ରାକୁ ଦେଖି ଆକଳନ କରାଯାଉଛି ଯେ, ୨୦୨୪ ମସିହା ତାତିରେ ସର୍ବକାଳୀନ ରେକର୍ଡ ଭାଙ୍ଗିବାକୁ ଯାଉଛି । କେବଳ ଏତିକି ନୁହେଁ, ପ୍ରି-ଇଣ୍ଡଷ୍ଟ୍ରିଆଲ୍ ବା ପ୍ରାକ୍-ଔଦ୍ୟୋଗିକ ବିଶ୍ୱ ତାପମାତ୍ରା ସ୍ତର ଠାରୁ ପ୍ରଥମ ଥର ପାଇଁ ଦେଢ଼ ଡିଗ୍ରୀ ଉତ୍ତାପ ବୃଦ୍ଧି ପାଇଛି ।
ଚଳିତ ଶତାବ୍ଦୀରେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦେଢ଼ ଡିଗ୍ରୀ ଭିତରେ ସୀମିତ ରଖିବା ପାଇଁ ପ୍ୟାରିସ ରାଜିନାମାରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୩ରେ ଏହା ୧.୪୫ ଡିଗ୍ରୀ ବୃଦ୍ଧି ପାଇଥିଲା । ତେବେ ଚଳିତବର୍ଷ ଏହା ପ୍ରଥମ ଥର ପାଇଁ ୧.୫ ଡିଗ୍ରୀ ବଢ଼ିଥିବାରୁ ଏହାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକାଶ ପାଇଛି ।