Advertisment

Ajit Doval From Spy Master To NSA: ଅଜିତ ଡୋଭାଲଙ୍କ ନିଆରା ବ୍ୟକ୍ତିତ୍ୱ, ଗୁଇନ୍ଦାଗିରି କରି ଏବେ ଜାତୀୟ ସୁରକ୍ଷାର ଚାଣକ୍ୟ

ନିଜକୁ ଜଣେ ଆଇଏସଆଇ ଏଜେଣ୍ଟର ପରିଚୟ ଦେଇ ସ୍ୱର୍ଣ୍ଣମନ୍ଦିର ଭିତରେ ପ୍ରବେଶ କରିଥିଲେ । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ସହ ମିଶି ସେମାନଙ୍କ ଅସ୍ତ୍ରଶସ୍ତ୍ର ଓ ଆଡ୍ଡାର ମ୍ୟାପ ସଂପର୍କରେ ତଥ୍ୟ ହାସଲ କରିଥିଲେ । ସେମାନଙ୍କ ଗ୍ରୁପରେ ଏକ ପ୍ରମୁଖ ସଭ୍ୟ ହୋଇ ସେମାନଙ୍କୁ ଭୁଲ୍ ପରାମର୍ଶ ଦେଇ ସେମାନଙ୍କୁ କ୍ଷତି ପହଞ୍ଚାଇଥିଲେ । ଏ ସବୁ କରିଥିଲେ କେବଳ ଦେଶର ନିରାପତ୍ତା ପାଇଁ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ଦେଶ ସୁରକ୍ଷାରେ ବ୍ରତୀ ଅଜିତ ଡୋଭାଲ୍

ଦେଶ ସୁରକ୍ଷାରେ ବ୍ରତୀ ଅଜିତ ଡୋଭାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ । ଡିଜିପି ସମ୍ମିଳନୀରେ ଯୋଗଦେବେ । ତେବେ ଏହି ଦୁଇଜଣଙ୍କ ପରେ ଏହି ସମ୍ମିଳନୀକୁ ଆସିଥିବା ତୃତୀୟ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର୍ (NSA) ବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ କୁମାର ଡୋଭାଲ୍ । ଅଜିତ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଦେଶର ସୁରକ୍ଷା ପ୍ରସଙ୍ଗରେ ଏହି ସମ୍ମିଳନୀରେ ତାଙ୍କ ବକ୍ତବ୍ୟ ରଖିବେ । ଏହି ଅଜିତ ଡୋଭାଲ ହେଉଛନ୍ତି ଜଣେ ଦେଶପ୍ରେମୀ ଓ ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ । କେବଳ ଭାରତ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ଜଣେ ଗୁଇନ୍ଦା ମାଷ୍ଟର ଭାବେ ତାଙ୍କର ପରିଚିତି ରହିଛି । ତେବେ ଜାଣନ୍ତୁ, କିଏ ଏହି ଅଜିତ ଡୋଭାଲ୍ ଓ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ଅଧିକ ଭରସା କରନ୍ତି ।

Advertisment

ଅଜିତ ଡୋଭାଲଙ୍କ ଜନ୍ମ ୧୯୪୫ ମସିହା ଜାନୁଆରୀ ୨୦ ତାରିଖରେ । ସେ ହେଉଛନ୍ତି ଦେଶର ସବୁଠୁ ଅଧିକ ସମୟ ଧରି ରହିଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା । ସେ ଲଗାତର ତୃତୀୟ ଥର ଲାଗି ଏହି କାର୍ଯ୍ୟଭାର ସମ୍ଭାଳୁଛନ୍ତି । ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅଜିତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ସେବେଠାରୁ ଏହା ତୁଲାଇ ଆସୁଛନ୍ତି ଅଜିତ ଡୋଭାଲ୍ । କେରଳ କ୍ୟାଡରର ଏହି ଆଇପିଏସ୍ ଅଧିକାରୀ ଗୁଇନ୍ଦା ବ୍ୟୁରୋ ( IB )ର ନିର୍ଦ୍ଦେଶକ ଥିଲେ । ସେ ତାଙ୍କ କ୍ୟାରିଅରର ଅଧିକାଂଶ ସମୟ ଗୁଇନ୍ଦାଗିରିରେ ବିତାଇଛନ୍ତି । ସେ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ହେବା ପୂର୍ବରୁ ଏହାର ଅପରେସନ ୱିଙ୍ଗର ମୁଖ୍ୟ ଭାବେ ପ୍ରାୟ ୧୦ ବର୍ଷ କାମ କରିଛନ୍ତି । ସେ ପାକିସ୍ତାନରେ ଛଦ୍ମବେଶରେ ପ୍ରାୟ ବର୍ଷାଧିକ କାଳ ଗୁଇନ୍ଦାଗିରି କରିଛନ୍ତି । ପରେ ଇସଲାମାବାଦରେ ୬ ବର୍ଷ ଧରି ଭାରତୀୟ ହାଇକମିଶନରେ ଅଧିକାରୀ ଦାୟିତ୍ୱ ସମ୍ଭାଳିଛନ୍ତି ।

ଅଧିକ ପଢନ୍ତୁ:କାହିଁକି ହେଉଛି DGP ସମ୍ମିଳନୀ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା ? 

ଆଇଏସଆଇ ଏଜେଣ୍ଟ ହେଇ ଭେଦିଥିଲେ ରହସ୍ୟ 

ସେ ‘ଅପରେସନ ବ୍ଲାକ ଥଣ୍ଡର୍’ ରେ ସାମିଲ୍ ହୋଇଥିଲେ । ନିଜକୁ ଜଣେ ଆଇଏସଆଇ ଏଜେଣ୍ଟର ପରିଚୟ ଦେଇ ସ୍ୱର୍ଣ୍ଣମନ୍ଦିର ଭିତରେ ପ୍ରବେଶ କରିଥିଲେ । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ସହ ମିଶି ସେମାନଙ୍କ ଅସ୍ତ୍ରଶସ୍ତ୍ର ଓ ଆଡ୍ଡାର ମ୍ୟାପ ସଂପର୍କରେ ତଥ୍ୟ ହାସଲ କରିଥିଲେ । ସେମାନଙ୍କ ଗ୍ରୁପରେ ଏକ ପ୍ରମୁଖ ସଭ୍ୟ ହୋଇ ସେମାନଙ୍କୁ ଭୁଲ୍ ପରାମର୍ଶ ଦେଇ ସେମାନଙ୍କୁ କ୍ଷତି ପହଞ୍ଚାଇଥିଲେ । ଏ ସବୁ କରିଥିଲେ କେବଳ ଦେଶର ନିରାପତ୍ତା ପାଇଁ । ‘ଅପରେସନ ବ୍ଲୁ ଷ୍ଟାର’ରେ ଏହା ଦେଶକୁ ସଫଳତା ଦେଇଥିଲା । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କୁ ସ୍ୱର୍ଣ୍ଣମନ୍ଦିରରରୁ ବାହାର କରି ଦିଆଯାଇଥିଲା । ୨୦୨୫ରେ ମିଆଁମାରରେ ହୋଇଥିବା ‘ଅପରେସନ ହଟ୍ ପରସ୍ୱିଟ’ରେ ସୀମାପାର୍ ଷ୍ଟ୍ରାଇକରେ ମଧ୍ୟ ତାଙ୍କର ବିଶେଷ ଭୂମିକା ଥିଲା ।

Advertisment

ସିକ୍କିମ୍ ମିଶ୍ରଣରେ ବଡ ଯୋଗଦାନ

ଅଜିତଙ୍କ ବାପା ମେଜର୍ ଜି ଏନ୍ ଡୋଭାଲ୍ ଥିଲେ ଜଣେ ସେନା ଅଧିକାରୀ । ଆଜମେର୍ ମିଲିଟାରୀ ସ୍କୁଲରେ ପାଠ ପଢିଥିବା ଅଜିତ ପିଲାଟି ବେଳୁ ହିଁ ଦେଶସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିଲେ । ୧୯୭୫ ମସିହାରେ ଭାରତରେ ସିକ୍କିମର ମିଶ୍ରଣରେ ତାଙ୍କର ଏକ ବଡ ଯୋଗଦାନ ଥିଲା । ୧୯୯୯ରେ ଆଫଗାନିସ୍ତାନର କାନ୍ଦାହାରରେ ବିମାନ ଅପହରଣ ଘଟଣାରେ ପାସେଞ୍ଜରମାନଙ୍କୁ ସୁରକ୍ଷିତ ଭାବେ ଛାଡିବା ପାଇଁ ଅପହରଣକାରୀଙ୍କ ସହ କଥାବାର୍ତ୍ତା କରୁଥିବା ଟିମରେ ସାମିଲ୍ ଥିଲେ ଅଜିତ । ୨୦୦୫ରେ ଚାକିରିରୁ ଅବସର ନେଇଥିଲେ ଅଜିତ ଡୋଭାଲ୍ । କିନ୍ତୁ ବିଦେଶର ବିଭିନ୍ନ ବ୍ୟାଙ୍କରେ ଥିବା ଭାରତୀୟ ଟଙ୍କା ସଂପର୍କରେ ସେ ୨୦୦୯ରେ ରିପୋର୍ଟ ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ ।

ଅଧିକ ପଢନ୍ତୁ:ଭୁବନେଶ୍ୱରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ...

ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ପଛର... 

ଚୀନ ସହ ଚାଲିଥିବା ଡୋକଲାମ୍ ବିବାଦରେ କଥାବାର୍ତ୍ତା ଜରିଆରେ ହୋଇଥିବା ସମାଧାନ ପାଇଁ ସେତେବେଳର ସଚିବ ତଥା ବର୍ତ୍ତମାନର ବୈଦେଶିକ  ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ଅଜିତ ଡୋଭାଲଙ୍କୁ ଅନେକ ଶ୍ରେୟ ଦିଆଯାଏ । ୨୦୧୯ରେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ସଂପର୍କରେ ଯେଉଁ ୭ ଜଣ ପ୍ରମୁଖ ବ୍ୟକ୍ତି ଆଗରୁ ଜାଣିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଅଜିତ ଡୋଭାଲ୍ ।

ଅଜିତ ଡୋଭାଲଙ୍କୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ଦେଶର ସୁରକ୍ଷା ଓ ବୈଦେଶିକ ବ୍ୟାପାର ସଂପର୍କିତ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଉଛନ୍ତି । ସେ ଯେଉଁ ଟାସ୍କ ନିଅନ୍ତି, ତାହା ସଫଳ କରି ଦେଖାନ୍ତି ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ ।

ଅଧିକ ପଢନ୍ତୁ: ଏହି ସବୁ ରୁଟ୍‌ରେ ୩ ଦିନ ଚାଲିବନି ମୋ ବସ୍‌ !

National Security Act Prime Minister Of India NSA Ajit Doval
Advertisment
Advertisment