Advertisment

AR Rahman Divorce: ନିଷ୍ପତ୍ତି ବଦଳାଇବେ ରହମାନ-ସାଇରା; ପୁଣି ହେବେ ଏକାଠି !

ଏ. ଆର୍. ରହମାନ ଓ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ଖବର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏବେ ଉଭୟଙ୍କ ସଂପର୍କକୁ ନେଇ ଅନେକ ଆଲୋଚନା ଭିତରେ ଉଭୟ ଏକାଠି ହେବା ନେଇ ଖବର ଆସୁଛି। ଯାହା ଜଣାପଡୁଛି ରହମାନ ଏବଂ ସାଇରା ପୁଣି ଏକାଠି ହୋଇପାରନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
A R Rahman Divorce

A R Rahman Divorce

ଓସ୍କାର ବିଜେତା ସଂଗୀତକାର ଏ. ଆର୍. ରହମାନ ଓ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ଖବର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୨୯ ବର୍ଷର ସଂପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ। ଏବେ ଉଭୟଙ୍କ ସଂପର୍କକୁ ନେଇ ଅନେକ ଆଲୋଚନା ଭିତରେ ଉଭୟ ଏକାଠି ହେବା ନେଇ ଖବର ଆସୁଛି। ଯାହା ଜଣାପଡୁଛି ରହମାନ ଏବଂ ସାଇରା ପୁଣି ଏକାଠି ହୋଇପାରନ୍ତି। ଏନେଇ ସାଇରା ବାନୁଙ୍କ ଓକିଲ ଏକ ବିବୃତ୍ତି ରଖିଛନ୍ତି। ଯାହା ଶୁଣି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି।

Advertisment

ସାଇରା ବାନୁଙ୍କ ଓକିଲ ବନ୍ଦନା ଶାହା କହିଛନ୍ତି, ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଏଲିମୋନି ନେଇ କୌଣସି ଆଲୋଚନା ହୋଇନାହିଁ। ବନ୍ଦନା ପିଲାମାନଙ୍କର ସୁରକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁଣି ସଂପର୍କ ଗଢିଉଠିପାରେ।

ଓକିଲ କଣ କହିଲେ?

ବନ୍ଦନା ଏକ ସାକ୍ଷାତକାରରେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ସମନ୍ୱୟ ସମ୍ଭବ। ରହମାନ ଏବଂ ସାଇରା ଦେଇଥିବା ବିବୃତ୍ତିରେ ଯନ୍ତ୍ରଣା ସ୍ପଷ୍ଟ ବାରିହୋଇପଡୁଛି। ସେମାନଙ୍କର ଅନେକ ବର୍ଷର ସଂପର୍କ ରହିଛି। ଉଭୟ ଯେଉଁ ନିଷ୍ପତ୍ତି ନେଇଛନ୍ତି ଖୁବ ଭାବିଚିନ୍ତି ନେଇଛନ୍ତି। କିନ୍ତୁ ମୁଁ କୌଣସି ସ୍ଥାନରେ କହି ନାହିଁ ଯେ ଆପୋଷ ବୁଝାମଣା ସମ୍ଭବ ନୁହେଁ।

Advertisment

ତେବେ ଏବି ବୟାନ ପରେ ଯାହା ଜଣାପଡୁଛି ସାଇରା ଓ ରହମାନ ସେମାନଙ୍କର ଛାଡପତ୍ର ନିଷ୍ପତ୍ତି ଉପରେ ପୁନଃବିଚାର କରିପାରନ୍ତି। ସେମାନେ ପୁଣି ଥରେ ଏକାଠି ହୋଇପାରନ୍ତି। ତେବେ ଏନେଇ ସାଇରା ଓ ରହମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଏହା ଓକିଲଙ୍କ ନିଜସ୍ୱ ମତ ବୋଲି ବିବେଚନା କରାଯାଇପାରେ ।

ସାଇରା ବାନୁ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କହିଥିଲେ, “ବିବାହର ଅନେକ ବର୍ଷ ପରେ ମୁଁ ମୋ ସ୍ୱାମୀ ଏ. ଆର୍. ରହମାନଙ୍କଠାରୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛି। ଆମ ସମ୍ପର୍କରେ ଭାବନାତ୍ମକ ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରସ୍ପର ପ୍ରତି ଆମର ଗଭୀର ପ୍ରେମ ସତ୍ତ୍ୱେ, ଆମେ ଜାଣିବାକୁ ପାଇଲୁ ଯେ ଚାପ ଏବଂ ଅସୁବିଧା ଆମ ମଧ୍ୟରେ ଏମିତି ଏକ ଖାଇ ସୃଷ୍ଟି କରିଛି ଯାହାକୁ ବର୍ତ୍ତମାନ ସମୟରେ କୌଣସି ପକ୍ଷ ସମାଧାନ କରିବାକୁ ସକ୍ଷମ ନୁହେଁ।”

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା, ଜାଣନ୍ତୁ ସେ କିଏ…

ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ 'X' ରେ ଏକ ପୋଷ୍ଟ୍‌ ମାଧ୍ୟମରେ ରହମାନ ନିଜ ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଥିଲେ, “ଆମେ ଆଶା କରିଥିଲୁ ଯେ ଆମେ ତିରିଶ ବର୍ଷ ପୂରଣ କରିବୁ, କିନ୍ତୁ ଲାଗୁଛି ଯେ ସବୁ ଜିନିଷର ଏକ ଅଦୃଶ୍ୟ ଅନ୍ତ ଥାଏ। ଭଗବାନଙ୍କ ସିଂହାସନ ମଧ୍ୟ ଭଙ୍ଗା ହୃଦୟର ଭାରରେ ଥରିପାରେ। ତଥାପି, ଏହି ବିଚ୍ଛିନ୍ନ ଜୀବନର କିଛି ଅର୍ଥ ଅଛି, ଯଦିଓ ଭାଙ୍ଗିଯାଇଥିବା ଖଣ୍ଡଗୁଡ଼ିକ ପୁନର୍ବାର ସେମାନଙ୍କର ସ୍ଥାନ ଖୋଜନ୍ତି ନାହିଁ। ଆମର ବନ୍ଧୁଗଣ, ଏହିଭଳି ଏକ ସମୟ ଦେଇ ଗଲାବେଳେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।”

ରହମାନଙ୍କୁ ନିକଟରେ ଗୋଆର ୫୫ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦେଖିବାକୁ ମିଳିଥିଲା। ତାଙ୍କର ଏକ ମ୍ୟୁଜିକ୍ ଡକ୍ୟୁମେଣ୍ଟାରୀ ‘ହେଡ୍ ହଣ୍ଟିଂ ଟୁ ବିଟ୍ ବକ୍ସିଂ’ ଏଠାରେ ପ୍ରଦର୍ଶିତ ହୋଇଥିଲା । ରହମାନ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ମଧ୍ୟ କଥା ହୋଇଥିଲେ । କିନ୍ତୁ ତାଙ୍କ ମୁହଁର ଚମକ ପୂର୍ବ ପରି ଦେଖାଯାଉନଥିଲା।

ଅଧିକ ପଢ଼ନ୍ତୁ: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌

Bollywood Divorce A R Rahman
Advertisment
Advertisment