ଗତ ୪ ତାରିଖରେ ଅର୍ଥାତ ଶପଥ ନେବା ପୂର୍ବ ଦିନ ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠି କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା ।
ବେଫିକର ଲୁଟେରା ... ବେସାହାରା ବାସିନ୍ଦା ... ଖଣ୍ଡାଧରି ବୁଲୁଛନ୍ତି ... ରାତି ଅନ୍ଧାରେ ଲୁଟୁଛନ୍ତି ।
ଗୁରୁବାର ରାତିରେ ଏକ ହାଇ ପ୍ରୋଫାଇଲ୍ ପାର୍ଟିରେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ପାର୍ଟିରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁହେଁ ଏକାଠି ନଜର ଆସିବା ପରେ ଏବେ ସେମାନଙ୍କୁ ନେଇ ଉଠୁଥିବା ଛାଡପତ୍ର ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଛି।
ବଲାଙ୍ଗିର ଜିଲ୍ଳାରେ ଥମୁନି ଶ୍ରମିକର ଶବ ଆସିବା ଘଟଣା । ଗତକାଲି ସଇଁନ୍ତଳାରେ ଜଣେ ଶ୍ରମିକର ଶବ ଆସିଥିବା ବେଳେ, ଦିନକ ତଳେ ଟିଟିଲାଗଡ ଖୋଲାନରେ ପହଞ୍ଚିଥିଲା ଆଉ ଜଣେ ଶ୍ରମିକର ଶବ । ହେଲେ ଶବ ଆଣିବା ପାଇଁ ଧାର କରଜ କରୁଛନ୍ତି ପରିବାର ଲୋକେ ।
ରାଜ୍ୟସଭା ମୁଲତବୀ ହେବା ପରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରିବା ବେଳେ ଏହି ନୋଟ୍ ବିଡ଼ା ଠାବ କରିଛନ୍ତି । ଏହି ୨୨୨ ସିଟ୍ଟି ତେଲଙ୍ଗାନାର କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କୁ ଆଲଟ୍ କରାଯାଇଛି । ରୁଟିନ୍ ଚେକ୍ ବେଳେ ସିଟରେ ଏହି ନୋଟ୍ ଥିବା ଜଣାପଡିଥିଲା । ସୁରକ୍ଷା କର୍ମୀମାନେ ତୁରନ୍ତ ଏହା ତାଙ୍କ ଦୃଷ୍ଟିକୁ ଆଣିଥିଲେ ବୋଲି କହିଛନ୍ତି ଧନକଡ । ତେଣୁ ଏହାର ତଦନ୍ତ କରାଯାଉଛି ।
‘ପୁଷ୍ପା ୨’ ବର୍ତ୍ତମାନ ସମୟ ପାଇଁ ସବୁ ଫିଲ୍ମକୁ ପଛରେ ପକାଇ ସବୁଠାରୁ ବଡ ଓପନିଂ ଫିଲ୍ମ ହୋଇପାରିଛି। ଏହା ଶାହରୁଖ ଖାନ୍ଙ୍କ ‘ଯବାନ’କୁ ମଧ୍ୟ ପଛରେ ପକେଇଦେଇଛି। ଫିଲ୍ମର ପ୍ରଥମ ଦିନର ରୋଜଗାର ଜାଣିଲେ ଆପଣ ବିଶ୍ୱାସ କରିପାରିବେନି।
୭୦ ହଜାର ଟଙ୍କା ଦେଲେ ମିଳୁଥିଲା ଡାକ୍ତରୀ ସାର୍ଟିଫିକେଟ୍ । ଗୁଜରାଟର ସୁରଟରୁ ଅପରେଟ କରୁଥିଲା ଏହି ଗ୍ୟାଙ୍ଗ୍ । ପ୍ରାୟ ୧୨୦୦ ନକଲି ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବା ଏକ ଡାଟାବେସ୍ ପୋଲିସ୍ ହାତରେ ଲାଗିଛି ।
ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣାର ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତା’ ସୌନ୍ଦର୍ଯ୍ୟର ପ୍ରେମରେ ପଡିଯିବ ।
ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରସଙ୍ଗ। ବିରୋଧୀଙ୍କ ଗର୍ଜନ ଓ ନାରାବାଜିରେ କମ୍ପିଲା ଗୃହ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଲେ...
ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ସେମାନେ ଝୁଲୁଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହେଲା ।
କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଯେ ଭିଡ଼ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସରୁ ବିଜେଡି ଆସିଥିବା ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିଲେ । ନିର୍ବାଚନ ପୂର୍ବରୁ ଶଙ୍ଖଭବନରେ ସେ ବାହାର ଦଳର ନେତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବାରେ ସର୍ବାଗ୍ରେ ଥିବା ଦେଖାଗଲା ।
ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି ବୋଲି ମଧ୍ୟ ପ୍ରଶ୍ନ ହେଉଛି।
ଆଖି ଆଗରେ ନିଜ କଅଁଳ ପିଲାମାନଙ୍କର ହତ୍ୟାକୁ କାହିଁକି ସହୁଥିଲା ଜଣେ ବାପା? ସାତ ଭାଇଙ୍କ ମୃତ୍ୟୁ ପରେ ସାନ ଭାଇଟି ବଞ୍ଚିଗଲା ପୁଣି କେମିତି? କ'ଣ ତା'ର ପ୍ରକୃତ ପରିଚୟ? ମହାଭାରତ ଭିତରୁ ଏମିତି ପ୍ରଶ୍ନର ଉତ୍ତର ଖୋଜିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି।
ଆମ୍ବେଦକର ସ୍କୁଲ୍ରେ ପଢିବା ବେଳେ ତାଙ୍କୁ ଅସ୍ପୃଶ୍ୟ ଜାତି ବୋଲି କହି ବିଦ୍ୟାଳୟର ଏକ କୋଣରେ ବସିବାକୁ ଦିଆଯାଉଥିଲା। ଏପରିକି ଶିକ୍ଷକମାନେ ତାଙ୍କର କପି ମଧ୍ୟ ଛୁଁ ନ ଥିଲେ। ଏଭଳି ପରିସ୍ଥିତିରେ ଆମ୍ବେଦକର ପିଲାଦିନରୁ ଉଚ୍ଚ-ନିଚ୍ଚ ଏବଂ ଛୁଆଁ-ଅଛୁଆଁ ମଧ୍ୟରେ ଭେଦଭାବ ଦେଖିଥିଲେ। କିନ୍ତୁ ଏହା ସତ୍ତ୍ୱେ ସେ ଅଧ୍ୟୟନ ଜାରି ରଖିଥିଲେ।
ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଏଡିଜି। ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷି ଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।
ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଫର୍ମ ପୂରଣ ତଥ୍ୟ ଯାଞ୍ଚ ଲାଗି କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୁଅ ଦେଲାନି ଟଙ୍କା, ବାପା ପାଲଟିଲା ଜହ୍ଲାଦ। ପୁଅ-ବୋହୂଙ୍କୁ ପୋଡ଼ି ମାରିଦେଲା। ପୂର୍ବରୁ ବୋହୂ ସସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ପୁଅ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଶୁକ୍ରବାର। ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ
ସାମାନ୍ୟ କ୍ରୋଧ ପ୍ରତ୍ୟେକ ମଣିଷର ଏକ ପ୍ରାକୃତିକ ପ୍ରତିକ୍ରିୟା। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ରୋକାଯାଇ ପାରିବ।
ଯମ ଦୂତ ସାଜିଛି ବଜ୍ରପାତ! ଅକାଳରେ ନେଉଛି ଜୀବନ । ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ପ୍ରାଣ ।
ଆଧୁନିକ ଯୁଗରେ ମଧ୍ୟଯୁଗୀୟ ବର୍ବରତା। ବଲାଙ୍ଗିର ସଦରଥାନା ବାନିପାଲି ଗାଁରେ ଗୋ-ହତ୍ୟା ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କ ପ୍ରତି ବର୍ବର ଆଚରଣର ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ।
ପୁଣି ବ୍ରହ୍ମପୁର ରାଜନୀତିରେ ବଡ଼ ହଟଚମଟ ! ପୁଣିଥରେ ପଦାରେ ପଡ଼ିଲା ବିଜେଡି ଅନ୍ତର୍କନ୍ଦଳ ! ମୁହାଁମୁହିଁ ମହାନଗର ନିଗମର ଦୁଇ କର୍ପୋରେଟର ଗୋଷ୍ଠୀ ! ବ୍ରହ୍ମପୁର ମେୟରଙ୍କୁ ଗାଦିଚ୍ୟୁତ କରିବାକୁ ଚାଲିଛି କି ମସୁଧା?
ଝଟକିଲା ନୂଆ ନ୍ୟାୟିକ କୋଠା । ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ ।
‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।