Advertisment

Aishwarya Rai: ଏକାଠି ହେଲେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନ; ଶେଷ ହେଲା କି ଛାଡ଼ପତ୍ର ଗୁଜବ

ଗୁରୁବାର ରାତିରେ ଏକ ହାଇ ପ୍ରୋଫାଇଲ୍ ପାର୍ଟିରେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ପାର୍ଟିରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁହେଁ ଏକାଠି ନଜର ଆସିବା ପରେ ଏବେ ସେମାନଙ୍କୁ ନେଇ ଉଠୁଥିବା ଛାଡପତ୍ର ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Abhishek bachchan and aishwarya rai shut down divorce rumors with a photos

Abhishek bachchan and aishwarya rai shut down divorce rumors with a photos

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ସେମାନଙ୍କ ଅଲଗା ହେବାର ଗୁଜବ ବର୍ତ୍ତମାନ ମିଥ୍ୟା ପ୍ରମାଣିତ ହୋଇଛି। କଥା କ’ଣ କି, ଗୁରୁବାର ରାତିରେ ଏକ ହାଇ ପ୍ରୋଫାଇଲ୍ ପାର୍ଟିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ପାର୍ଟିରୁ ତାଙ୍କର ଫଟୋ ସୋସିଆଲ ମିଡିଆରେଭାଇରାଲ ହେବାରେ ଲାଗିଛି।

Advertisment
Abhishek bachchan and aishwarya rai ଏକାଠି ହେଲେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନ

ଐଶ୍ୱର୍ଯ୍ୟା ତାଙ୍କ ମା’ ଏବଂ ଅଭିଷେକଙ୍କ ସହ ନଜର ଆସିଥିଲେ:

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପାର୍ଟିର ଫଟୋରେ ଐଶ୍ୱର୍ଯ୍ୟା ରାୟ ତାଙ୍କ ମା’ ବୃନ୍ଦା ରାୟ ଏବଂ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିଛନ୍ତି। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ପାର୍ଟୀରେ ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଆୟେଶା ଜୁଲ୍‌କାଙ୍କ ସହ ପୋଜ୍ ଦେଇଥିଲେ।

ଏହି ସମୟରେ ତାଙ୍କ ସହିତ ଅନ୍ୟ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଏକ ସର୍ବସାଧାରଣ ଇଭେଣ୍ଟ ବା ପାର୍ଟିରେ ଦେଖିବାକୁ ମିଳିଛି।

Advertisment

ଦୁହେଁ ଏକାଠି ନଜର ଆସିବା ପରେ ଏବେ ସେମାନଙ୍କୁ ନେଇ ଉଠୁଥିବା ଛାଡପତ୍ର ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଅନୁ ରଂଜନ କିଛି ସମୟ ପୂର୍ବରୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କଭାଇରାଲ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର କରିଛନ୍ତି। ଅନୁ 'ଇଣ୍ଡିଆନ୍ ଟେଲିଭିଜନ ଏକାଡେମୀ'ର ପ୍ରତିଷ୍ଠାତା।


ଦୀର୍ଘ ଦିନ ଧରି ଅଲଗା ହେବାର ଗୁଜବ:

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି ଏବଂ ଉଭୟ ଅଲଗା ହେବା ରାସ୍ତାରେ ଆଗେଇ ଆସିଛନ୍ତି, ଦୀର୍ଘ ଦିନ ଧରି ମିଡିଆ ରିପୋର୍ଟ ମାଧ୍ୟମରେ ଏଭଳି ଖବର ଆସୁଥିଲା। ଏହି ଖବରର ଗୋଟିଏ କାରଣ ଥିଲା ଯେ ଅଭିଷେକ ବଚ୍ଚନ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନରେ ଯୋଗ ଦେଇନଥିଲେ।

ଏଥିପାଇଁ ଅଭିଷେକ ବଚ୍ଚନଙ୍କୁସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଇଥିଲା। ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଏକ ଇଭେଣ୍ଟରେ ଐଶ୍ୱର୍ଯ୍ୟା ରାୟଙ୍କ ନା’ରେ ଉପନାମ ବଚ୍ଚନ ଲେଖାଯାଇ ନଥିଲା।

Abhishek bachchan and aishwarya rai ଆୟେଶା ଜୁଲ୍‌କାଙ୍କ ସହ ପୋଜ୍

ଏହିସବୁ ଜିନିଷ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ଅଲଗା ହେବାର ଖବରକୁ ଖୋରାକ ଯୋଗାଇଥିଲା। ଏଥିସହ ଦୁହେଁ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇ ନାହାଁନ୍ତି।

ପ୍ରଶଂସକଙ୍କ ଖୁସି:

କିଛି ଦିନ ପୂର୍ବରୁ ଅଭିଷେକ ବଚ୍ଚନ ମଧ୍ୟ ଝିଅର ଯତ୍ନ ନେଉଥିବାରୁ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ପରେ ମଧ୍ୟ ଲାଗୁଥିଲା ଯେ ଏହି ଦୁଇଜଣଙ୍କ ମଧ୍ୟରେ କୌଣସି ଅସୁବିଧା ନାହିଁ। କିନ୍ତୁ ଉଭୟ ଦୀର୍ଘ ଦିନ ଧରି ଏକାଠି ନଜର ନଆସିବା ନେଇ ପ୍ରଶଂସକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା।

ବର୍ତ୍ତମାନ ଉଭୟଙ୍କୁ ଏକାଠି ଦେଖି ସେମାନଙ୍କ ପ୍ରଶଂସକଙ୍କ ଖୁସି କହିଲେ ନସରେ। ଅନୁ ରଂଜନ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଥିବା ଦମ୍ପତିଙ୍କ ଫଟୋରେ ଜଣେ ପ୍ରଶଂସକ ଲେଖିଛନ୍ତି, 'ସତ୍ୟ ପ୍ରକାଶ କରିଥିବାରୁ ଧନ୍ୟବାଦ।' ଏହି ବାର୍ତ୍ତା ମାଧ୍ୟମରେ ପ୍ରଶଂସକ କହିଛନ୍ତି ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କୁ ଏକାଠି ଦେଖି ସେ ବହୁତ ଖୁସି। ବାକି ପ୍ରଶଂସକମାନେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଏହି ଫଟୋ ଉପରେ ମଧ୍ୟ ବହୁତ ପ୍ରେମ ଦେଇଛନ୍ତି।

Bollywood Abhishek Bachchan Aishwarya Rai Bachchan Viral Photo
Advertisment
Advertisment