ବଜ୍ରପାତ ନୁହେଁ ତ ସତେ ଯେମିତି ଆକାଶରୁ ଖସୁଛି ମୃତ୍ୟୁ । ଯମ ଦୂତ ସାଜି ବାନ୍ଧି ନେଉଛି । ଏମିତି କେତେ ପରିବାରକୁ ନିସ୍ୱ କରିଦେଲାଣି ବଜ୍ରପାତ । ବିଧାନସଭାରେ ଆସିଥିବା ତଥ୍ୟ କହୁଛି ୩ ବର୍ଷରେ ଏକ ହଜାର ୫୭ ଜୀବନ ନେଲାଣି ବଜ୍ରପାତ । ଆଉ ପ୍ରତିବର୍ଷ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ଅଧିକ ରହୁଛି ସଂଖ୍ୟା । ଯଦିଓ ସରକାର ପଦକ୍ଷେପ ନେଉଛନ୍ତି, ସତର୍କ ସୂଚନା ବି ଦେଉଛନ୍ତି, କିନ୍ତୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି ।
ଯମ ଦୂତ ସାଜିଛି ବଜ୍ରପାତ! ଅକାଳରେ ନେଉଛି ଜୀବନ । ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ପ୍ରାଣ । ବିଧାନସଭାରେ ଆସିଛି ବଜ୍ରପାତଜନିତ ଏହି ମୃତ୍ୟୁ ତଥ୍ୟ । ବଡ କଥା ହେଲା ଚଳିତ ବର୍ଷ ମାତ୍ର ୭ ମାସ ମଧ୍ୟରେ ୨୦୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୦୨୩-୨୪ ଅର୍ଥାତ ଗତ ବର୍ଷ ରାଜ୍ୟରେ ୨୭୨ ଜଣ ପ୍ରାଣ ହରାଇଛନ୍ତି । ୨୦୨୨-୨୩ରେ ମଧ୍ୟ ୩୦୬ ଜଣଙ୍କ ବଜ୍ରପାତରେ ଜୀବନ ହାନି ହୋଇଛି ।
ଅଧିକ ପଢ଼ନ୍ତୁ: ୪ ଦଶନ୍ଧି ପରେ କୋର୍ଟର ନବକଳ୍ପ; ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ
Also Read
ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବଜ୍ରାପାତ ମୃତ୍ୟୁ ରୋକିବାକୁ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଅଧିକ ତାଳଗଛ ଲଗାଇବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗକୁ ୭ କୋଟି ଟଙ୍କା ଦିଆଯାଇଛି । SMS ଏବଂ ଲିଫଲେଟ୍ ଜରିଆରେ ଆଗୁଆ ସଚେତନ କରାଯାଉଛି । ବିଶେଷ କରି ସ୍କୁଲଗୁଡିକରେ ଯେଉଁଠି ଆର୍ଥିଙ୍ଗ ସିଷ୍ଟମ ଖରାପ ଅଛି ସେଠି ଠିକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲା ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ସର୍ବାଧିକ ବଜ୍ରାପାତ ମୃତ୍ୟୁ ଦେଖିବାକୁ ମିଳିଛି । ବାରିପଦା ବାଉର ଅଞ୍ଚଳର ୭୦ ବର୍ଷ ବୟସ୍କ ରାଇତ ମୁର୍ମୁ । ହାତରେ ଏକମାତ୍ର ରୋଜଗାରକ୍ଷମ ପୁଅ ଅଶୋକ ମୁର୍ମୁର ଫଟୋ । ଠିକ୍ ବର୍ଷକ ତଳେ ଫୁଟବଲ୍ ଖେଳ ଦେଖିବାକୁ ଯାଇଥିବା ବେଳେ ବଜ୍ରାଘାତରେ ଚାଲି ଯାଇଥିଲା ଜୀବନ । ତଥ୍ୟ କହୁଛି ମୟୁରଭଞ୍ଜରେ ଗତ ୩ ବର୍ଷରେ ମୋଟ ୯୨ ଜଣଙ୍କର ଜୀବନ ଗଲାଣି ।
ସେହିପରି ଅନ୍ୟତମ ବଜ୍ରପାତ ପ୍ରବଣ ଜିଲ୍ଲା ବାଲେଶ୍ୱର ସୋରୋ ଥାନା ଲାଖବିନ୍ଧା ଗାଁରେ ବଜ୍ରପାତ ନେଇଛି ନାବାଳକର ଜୀବନ । କିଛିଦିନ ତଳେ ବିଲରୁ ଫେରୁଥିବା ବେଳେ ଏକା ସଙ୍ଗେ ପରିବାରର ୬ ଜଣ ସଦସ୍ୟଙ୍କ ବଜ୍ରାଘାତ ହୋଇଥିଲା କିନ୍ତୁ ହରିଶଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ କହିବା କଥା ସହାୟତା ମିଳିଛି ସତ କିନ୍ତୁ ଭେଣ୍ଡିଆ ପୁଅ ଆଉ ଫେରିବ ନାହିଁ l ଏମିତି କେତେ ପରିବାରକୁ ନିସ୍ୱ କରିଦେଉଛି ବଜ୍ରପାତ ।