Advertisment

Bolangir Kangaroo Court: ଗୋ-ହତ୍ୟା ଅଭିଯୋଗରେ ବର୍ବର ଶାସ୍ତି; ବେକରେ ପଘା ପକାଇ ବୁଲାଇଲେ ଗାଁ ଲୋକେ

ଆଧୁନିକ ଯୁଗରେ ମଧ୍ୟଯୁଗୀୟ ବର୍ବରତା। ବଲାଙ୍ଗିର ସଦରଥାନା ବାନିପାଲି ଗାଁରେ ଗୋ-ହତ୍ୟା ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କ ପ୍ରତି ବର୍ବର ଆଚରଣର ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ।

author-image
Sujit kumar Swain
Bolangir Kangaroo Court

Bolangir Kangaroo Court

ଆଇନର ଶାସନରେ ବେଆଇନ୍ କାମ। ଆଧୁନିକ ଯୁଗରେ ମଧ୍ୟଯୁଗୀୟ ବର୍ବରତା। ବଲାଙ୍ଗିର ସଦରଥାନା ବାନିପାଲି ଗାଁରେ ଗୋ-ହତ୍ୟା ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କ ପ୍ରତି ବର୍ବର ଆଚରଣର ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ। ବଡ଼ କଥା ହେଉଛି, ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୋଲିସ ଏନେଇ ମାମଲା ରୁଜୁ କରିଥିଲେ ବି ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ୍। 

Advertisment

ଘୃଣ୍ୟ...ବର୍ବର...ଅମାନବୀୟ । ସମ୍ବିଧାନ ପ୍ରଣେତାଙ୍କ ଫଟୋ ରଖି ସଭ୍ୟ ସମାଜକୁ ଲଜ୍ଜିତ କରିବା ଭଳି କାଣ୍ଡ। ଗାଁ ପଡ଼ିଆରେ କଙ୍ଗାରୁକୋର୍ଟ ସମ ସଭା ବସିଲା। ମଝିରେ ଚଉକି ଉପରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫଟୋ ରଖାଗଲା। ଆଉ ସେଇ ଫଟୋ ଚାରିପଟେ ଗାଈ, ବଳଦ ଭଳି ବେକରେ ପଘା ପକାଇ ଦୁଇଜଣ ଅସହାୟ ମଣିଷ ବୁଲିଲେ। ସଂଖ୍ୟା ଗଣିଲେ ଜାତିଭାଇ... 7 ଥର ପରିକ୍ରମା ପରେ, ସାଷ୍ଟାଙ୍ଗ ପ୍ରଣାମ କରି ନେହୁରା ପରେ ଜାତି ସମାଜର ମୁରବୀ, ଗଙ୍ଗା ପାଣି ସିଞ୍ଚି ଶୁଦ୍ଧି କଲେ। ଆଉ ଶେଷରେ ଦୁଇ ଅସହାୟଙ୍କୁ ଜାତିରେ ମିଶାଯିବାର ଘୋଷଣା ହେଲା। କୁହାଯାଉଛି ଗତ ମାସ 27 ତାରିଖର ବଲାଙ୍ଗିର ସଦର ଥାନା ବାଦିବାହାଲ ଗାଁରେ ଏଭଳି ଘଟିଥିଲା। ଆଇନ ଶାସନର ତଣ୍ଟି ଚିପି ଦୁଇ ଜଣଙ୍କ ଉପରେ ପାଣି ସିଞ୍ଚୁଥିବା ବ୍ୟକ୍ତି ଜଣଙ୍କ ପୁଣି କୁଆଡ଼େ ଗଣତନ୍ତ୍ରର ଧ୍ବଜାଧାରୀ ଜଣେ ନେତା ବୋଲି କୁହାଯାଉଛି। ଲକ୍ଷେଘର ଗଣ୍ଡା ସମାଜର ପଶ୍ଚିମ ଓଡିଶା ସଭାପତି, ଓମ୍ ପ୍ରକାଶ କୁମ୍ଭାର। ଯିଏ ଗତ ନିର୍ବାଚନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ବି ହୋଇଥିଲେ। ହେଲେ ତାଙ୍କରି ନେତୃତ୍ବରେ ଏଭଳି କଙ୍ଗାରୁକୋର୍ଟକୁ ନେଇ ଉଦବେଗ।

ଅଧିକ ପଢ଼ନ୍ତୁ: Odisha Assembly: ଜାଣିଛନ୍ତି କି ଓଡ଼ିଶାର କେଉଁ ଜିଲ୍ଲାରେ ଅଛନ୍ତି ସବୁଠୁ ଅଧିକ ଷଣ୍ଢ?

Advertisment

ଘଟଣା ପରଠୁ ଗୁରୁତର ମାନସିକ ଅବସାଦରେ ପୀଡ଼ିତ ଦୁଇଜଣ। ହେଲେ କଣ ପାଇଁ ଏ ମଧ୍ୟଯୁଗୀୟ ବର୍ବରତା ? କାହିଁକି କଂଗାରୁ କୋର୍ଟରେ ସଜା ପାଇଲେ ଦୁଇଜଣ? ଘଟଣାଟି ଏମିତି। ପ୍ରାୟ ୧୫ ଦିନ ତଳେ ଏମାନଙ୍କ ଭିତରୁ ଜଣେ, ନିଜର ଏକ ଗାଈକୁ ବିକିଥିଲେ, ଅନ୍ୟ ଜଣକ ଏ ବିକା କିଣାର ମଧ୍ୟସ୍ଥ ଥିଲେ। ତେବେ ଗାଈ ବିକ୍ରିର ପରଦିନ ପାଖ ପଡ଼ିଆରେ ଅସ୍ଥି ପଡ଼ିଥିବା ଦେଖିଥିଲେ ଗାଁ ଲୋକେ। ତେଣୁ ବିନା ତଦନ୍ତରେ ଏ ଦୁହିଁଙ୍କ ଉପରେ ଗୋହତ୍ୟାର ଦୋଷ ଲଗାଇଲା ଗାଁ କମିଟି। 

ସନ୍ଧ୍ୟାରେ ଗାଁର ବରଗଛ ତଳେ କଂଗାରୁ କୋର୍ଟ ବସି ଉଭୟଙ୍କୁ ଗାଁ ଛାଡିଯିବାକୁ ଧମକ ଦିଆଗଲା। ସମାଧାନ ପାଇଁ ନେହୁରା ହେବାରୁ ଦୁହିଁଙ୍କ ଉପରେ 11 ହଜାର ଟଙ୍କା ଲେଖାଏଁ ଫାଇନ୍ ବସିଲା। ଗାଁ କମିଟିର ନିର୍ଦେଶ ଅନୁଯାୟୀ ନୃସିଂହନାଥ ଯାଇ ଜଣେ ଲଣ୍ଡା ହେଲେ। ଏସବୁ ବାଦ ପୁଣି ଜାତି କମିଟିରେ ବି ପୁଣି କଂଗାରୁ କୋର୍ଟ ବସି ଦିଆଗଲା ଏମିତି ସଜା। ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ସଦର ଥାନାରେ ମାମଲା ତ ରୁଜୁ କରିଛି, ହେଲେ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ୍। ପୋଲିସ ମୁହଁ ଖୋଲୁ ନଥିଲା ବେଳେ ପ୍ରଶାସନ ଦେଇଛି ମପାଚୁପା ପ୍ରତିକ୍ରିୟା।

ଅଧିକ ପଢ଼ନ୍ତୁ: Onion Price: ବିଚିତ୍ର ହିସାବ: ପିଆଜ ଉତ୍ପାଦନରେ ଆମେ ବଳକା ରାଜ୍ୟ, ତଥାପି ଦର ଆକାଶ ଛୁଆଁ...

Odisha News Bolangir Kangaroo Court
Advertisment
Advertisment