ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF। ACF ରେବତୀ ରମଣ ଯୋଶୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ।
ସମ୍ୱଲପୁର ଡିଅର ପାର୍କ ନିକଟରେ ଥିବା ସରକାରୀ ବାସଭବନ, ଅଫିସ୍ ରୁମ୍ ଓ ଅଇଁଠାପାଲିରେ ଥିବା ତିନି ମହଲା କୋଠାରେ ଚଢାଉ କରାଯାଉଛି। ଏଥିସହ ସମ୍ବଲପୁରର ଚର୍ଚ୍ଚ ଛକ ନିକଟରେ ଥିବା ବ୍ରିଜଧାମ ହାଉସିଂ ସୋସାଇଟି କହ୍ନେୟା ବ୍ଲକର ୫ ଓ ୬ନଂ ଫ୍ଲାଟ୍ରେ ରେଡ୍ ହୋଇଛି।
Also Read

