• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସିଟରୁ ମିଳିଛି ନୋଟ୍ ବିଡ଼ା । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ । ରାଜ୍ୟସଭାରେ ଆଜି ଏହା ହିଁ ହୋଇଛି ଚର୍ଚ୍ଚାର ବିଷୟ ।

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ ଗୃହରେ ଘୋଷଣା କରିଥିଲେ । ଜଣେ ସାଂସଦଙ୍କ ସିଟରୁ ନୋଟ୍ ବିଡ଼ା ମିଳିଛି । ଗୃହ ମୁଲତବୀ ହେବା ପରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରିବା ବେଳେ ଏହି ନୋଟ୍ ବିଡ଼ା ଠାବ କରିଛନ୍ତି । ଏହି ୨୨୨ ସିଟଟି ତେଲଙ୍ଗାନାର କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କୁ ଆଲଟ୍ କରାଯାଇଛି । ରୁଟିନ୍ ଚେକ୍ ବେଳେ ସିଟରେ ଏହି ନୋଟ୍ ଥିବା ଜଣାପଡିଥିଲା । ସୁରକ୍ଷା କର୍ମୀମାନେ ତୁରନ୍ତ ଏହା ତାଙ୍କ ଦୃଷ୍ଟିକୁ ଆଣିଥିଲେ ବୋଲି କହିଛନ୍ତି ଧନକଡ । ତେଣୁ ଏହାର ତଦନ୍ତ କରାଯାଉଛି । 

ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଏହାର ଚଟାପଟ୍ ଉତ୍ତର ଦେଇଛନ୍ତି ଅଭିଷେକ ମନୁ ସିଂଘଭି । ସେ କହିଛନ୍ତି, ସେ ମାତ୍ର ୩ ମିନିଟ ପାଇଁ ଗୃହରେ ଥିଲେ । ୧୨ଟା ୫୭ରେ ଗୃହକୁ ପ୍ରବେଶ କରିଥିଲେ ଓ ଠିକ୍ ଗୋଟାଏ ବେଳେ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିଲେ । ତାଙ୍କ ସହ ସେତେବେଳେ ସାଂସଦ ଅଯୋଧ୍ୟା ରାମି ରେଡ୍ଡି ଥିଲେ । ସେ ଗୋଟାଏ ୩୦ ମନିଟ୍‌ରେ ସଂସଦରୁ ଚାଲିଆସିଥିଲେ । ତେବେ ସେ ମାନିଛନ୍ତି, ସେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ନେଇ ଯାଇଥିଲେ । ସେ ପ୍ରାୟ ସମୟରେ ଗୋଟିଏ ୫୦୦ଟଙ୍କିଆ ନୋଟ୍ ନେଇ ସଂସଦକୁ ଯାଆନ୍ତି । କିନ୍ତୁ ଏଭଳି ଅଭିଯୋଗ ସେ ପ୍ରଥମ ଥର ଶୁଣୁଥିବାର ଉଲ୍ଲେଖ କରିଛନ୍ତି । ସେ ପୁଣି କହିଛନ୍ତି, କେହି ବି ଯେ କୌଣସି ସିଟ ପାଖକୁ ଆସିପାରିବେ ।  ତେଣୁ ସିଟରେ କେହି ବି କିଛି କରିପାରିବେ ଓ ଏଭଳି ଅଭିଯୋଗ ଆଣିପାରିବେ । 

ଅଧିକ ପଢନ୍ତୁ: ମହାରାଷ୍ଟ୍ରର ରାଜଗାଦିରେ ଦେବେନ୍ଦ୍ର, ଏକନାଥ ପାଲଟିଲେ ଡେପୁଟି CM

ରାଜ୍ୟସଭା ଅଧ୍ୟକ୍ଷ ଏହି କଥା ଘୋଷଣା କରିବା ପରେ ଗୃହର ସଦସ୍ୟ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହାର ପ୍ରତିବାଦ କରିଥିଲେ । ସେ କହିଥିଲେ, ତଦନ୍ତ ଚାଲିଥିଲା ବେଳେ ସଦସ୍ୟଙ୍କ ନାଁ ଘୋଷଣା କରାଯିବା ଠିକ୍ ହୋଇନାହିଁ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଖଡଗେଙ୍କୁ ମନ୍ତବ୍ୟର ପ୍ରତିବାଦ କରିବା ସହ ଘଟଣାର ନିନ୍ଦା କରିଥିଲେ । ଏହି ଘଟଣାକୁ ଏକ ଗୁରୁତର ଘଠଣା ବୋଲି ଦର୍ଶାଇ ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।  ସେ କହିଛନ୍ତି, ଯାଞ୍ଚ ବେଳେ ଏହା ଜଣାପଡିଛି । ଗୃହରେ ସଂପୃକ୍ତ ସାଂସଦଙ୍କ ନାଁ ଘୋଷଣା କରାଯିବା ଉଚିତ । ଗୃହରେ କାହିଁକି ନାଁ ଘୋଷଣା କରାଯିବ ନାହିଁ ତାହା ମୁଁ ବୁଝିପାରୁନାହିଁ ବୋଲି ସେ କହିଛନ୍ତି । ଗୃହର ଅଧ୍ୟକ୍ଷ ନାଁ ଘୋଷଣା କରିବାରେ କେଉଁଠି ଅସୁବିଧା ରହିଲା ? ଆମେ ଯେତେବେଳେ ଡିଜିଟାଲ ଆଡକୁ ଅଗ୍ରସର ହେଉଛେ, ସେତେବେଳେ ଗୃହକୁ ନୋଟ ବିଡ଼ା ଆସିବାର ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ: ଷ୍ଟାର ହୋଟେଲ୍‌ରେ ବିକ୍ରି ହେଉଛି ବିଶୁଦ୍ଧ ବାୟୁ; ଟଙ୍କା ଥିଲେ ବଞ୍ଚିବ ଜୀବନ !

OTV is now on Whatsapp

Join and get latest news update delivered to you via whatsapp

Join Now