କିଛି ଦିନର ଶୀତ ପରେ ରାଜ୍ୟରୁ ଶୀତ ଉଭାନ। କମ୍ୱଳ ଘୋଡ଼ାଇ ହେବା ସମୟରେ ଫ୍ୟାନ ଦରକାର ପଡୁଛି। ତେବେ ଆଜିଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଶୀତ ସାମାନ୍ୟ କମିପାରେ।
ମାଛ ପେଟରେ କେମିତି ରହିଲେ ଯାଆଁଳା ମଣିଷ ପିଲା? ପୁଅ ଜନ୍ମ କଲା ପରେ ବି ତଥାପି କେମିତି କୁମାରୀ ରହିଲେ ଯୁବତୀ? ବୁଢ଼ା ବାପା ପାଇଁ କାହିଁକି କନିଆଁ ଖୋଜିଲା ପୁଅ?
ପୋଲିସ ଭ୍ୟାନ୍ଟି ସପୋରରୁ ତଲୱାର ଟ୍ରେନିଂ ସେଣ୍ଟର ଯାଉଥିଲା। ଏଥିରେ ଥିବା ୨ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ରାଗରେ ଜଣେ ଅନ୍ୟଜଣଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସମ୍ୱଲ ହିଂସାର ଭିଡିଓ ଦେଖି ପୋଲିସକୁ ପ୍ରଶଂସା କରିଥିଲେ ମହିଳା। ସ୍ୱାମୀ ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତିନି ତଲାକ ଦେଇଥିଲେ। ଏନେଇ ମହିଳାଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।
ଆଜି ଚାଷୀଙ୍କୁ ଧାନର ଇନପୁଟ ସହାୟତା ରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୧୩ ବର୍ଷ ପରେ ସିରିଆରେ ବିଦ୍ରୋହ ଆରମ୍ଭ ହୋଇଛି । ବିଦ୍ରୋହୀମାନେ ଦେଶର ବୃହତ୍ତମ ସହର ଆଲେପ୍ପୋକୁ କାବୁ କରିଛନ୍ତି। ଇସ୍ରାଏଲ-ହାମାସ ଏବଂ ଇସ୍ରାଏଲ-ହିଜବୁଲ ମଧ୍ୟରେ ଯୁଦ୍ଧ ପରେ ମଧ୍ୟ ପୂର୍ବରେ ଏକ ନୂତନ ଯୁଦ୍ଧ ଆରମ୍ଭ ହୋଇଛି । ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ସମର୍ଥନରେ ବାହାରିଛନ୍ତି ରୁଷ ଏବଂ ଇରାନ ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଡିସେମ୍ବର ୧ ତାରିଖରୁ ସରକାରୀ ତେଲ କମ୍ପାନୀ ମାନେ ଏଭିଏସନ୍ ଟର୍ବାଇନ୍ ଫୁଏଲ ବା ବିମାନ ଇନ୍ଧନ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଛି ବିମାନ ସେବା କମ୍ପାନୀ ନିଜ ନିଜ ବିମାନ ଭଡ଼ା ବଢାଇଥିବା ବେଳେ ଆଉ କିଛି ଖୁବଶୀଘ୍ର ଭଡା ବଢାଇପାରନ୍ତି।
ଆଜି ମାର୍ଗଶୀର ମାସରେ ଜାଣିବା ଆସନ୍ତୁ ମାଣବସା ଗୁରୁବାରରେ ପାଇଁ ଘରେ ଘରେ ପରିଚିତ ଥିବା ଝୋଟି ଚ଼ିତା କଥା। ଝୋଟି କେବଳ କ'ଣ ମାଣବସା ଗୁରୁବାରରେ ପଡ଼େ? ଯଦି ନାଁ, ତେବେ ଆଉ କେଉଁ ଅବସରରେ କି କି ପ୍ରକାରର ଝୋଟି ଚ଼ିତା ସବୁ ପଡ଼େ ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ।
ଏହି ଦାମୀଗାଡ଼ିରୁ ପ୍ରାୟ ୧ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ତେବେ ଏହି ଦାମୀ ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।
ଗତକାଲି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ବିଧାନସଭାରେ ଆଗତ କରି ଯେଉଁ ବିବୃତି ରଖିଲେ ତାହା ନବୀନ ସରକାରର ଗୁମର ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ୨୫ରୁ ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା ।
ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା ।
ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।
ରାଜଧାନୀରେ ମାତିଛନ୍ତି ଘର ଭଡ଼ା ଦଲାଲ। ମାଲିକଙ୍କ ଅଜାଣତରେ ସେମାନଙ୍କ ଘର ଦେଖାଇ, ଘର ଖୋଜୁଥିବା ଲୋକଙ୍କଠାରୁ ଲୁଟି ନେଉଛନ୍ତି ଟଙ୍କା। ପରେ ନା ଘର ମିଳୁଛି ନା ସେମାନଙ୍କ ଟଙ୍କା। ଘର ଖୋଜିବାକୁ ଆସି ଠିକ୍ ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜଣେ ଶିକ୍ଷିତ ଯୁବକ।
ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ। ତେଣୁ ଲାଳନ ପାଳନ ଚିନ୍ତାରେ ଟେକିଦେଲେ ୬ ନମ୍ବର ଛୁଆକୁ।
ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲା ଏହି ଭଣ୍ଡ ବାବା। ଗରିବ ଅସୁସ୍ଥ ଯୁବତୀ ଓ ମହିଳାମାନଙ୍କୁ ଟାର୍ଗେଟ କରୁଥିଲା ।
ଆମ ଓଡ଼ିଆରେ ଗୋଟିଏ କଥା ଅଛି, ‘ଅତି ରୁ ଇତି’ । ଠିକ୍ ସେମିତି ଯେକୌଣସି ଜିନିଷକୁ ଆମେ ଅଧିକ ଖାଇବା ତାହା ଖରାପ ହେବ । ଫଳ ଯଦି ଆମେ ଅଧିକ ଖାଇବା ତେବେ ଏହା ଶରୀର ଉପରେ ନାକାରାତ୍ମକ ପ୍ରଭାବ ପକାଇପାରେ ।
ବାବା ଭେଙ୍ଗା ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି । ଆଫଗାନିସ୍ତାନ 9/11 ଆତଙ୍କବାଦୀ ଆକ୍ରମଣ ଏବଂ ବ୍ରେକ୍ସିଟ୍ ବିଷୟରେ ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ସିରିଆ ଉପରେ ତାଙ୍କର ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।
ସବୁ ଲୋକ ସହଜ ନୁହଁନ୍ତି। ଆପଣଙ୍କୁ ଅଡୁଆରେ ପକାଇବାକୁ କିଛି ଲୋକ ସବୁବେଳେ ତୟାର ହୋଇ ଥାଆନ୍ତି। ସେମାନେ ଏଥିରୁ କିଛି ଲାଭ ପାଆନ୍ତି ନାହିଁ, କେବଳ ଆପଣଙ୍କୁ ଅଡୁଆରେ ପକାଇ ସେମାନେ ଆନନ୍ଦ ପାଆନ୍ତି। ଆପଣଙ୍କ ସମୟ ମଧ୍ୟ ନଷ୍ଟ କରନ୍ତି। କିନ୍ତୁ ଆପଣଙ୍କୁ ତ ଏଭଳି ଲୋକଙ୍କ ସହ କାମ କରିବାକୁ ପଡ଼ିବ। ତେଣୁ ଏଭଳି ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ ଅବଲମ୍ବନ କରନ୍ତୁ।
ସ୍ୱାଧୀନତା ପରେ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନ, ପ୍ରତିରକ୍ଷା ବିଭାଗ ଓ କ୍ରୀଡା ଜଗତ ପର୍ଯ୍ୟନ୍ତ ଅନେକ ମହିଳା ଦାୟିତ୍ୱ ନେଇଛନ୍ତି। ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା IAS ଅଧିକାରୀ ହୋଇଥିଲେ। ଆସନ୍ତୁ ଜାଣିବା ଦେଶର ପ୍ରଥମ ମହିଳା IAS ଅଧିକାରୀଙ୍କ ବିଷୟରେ ।
କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନା ମହାକୁଡ଼।
ଅବକାରୀ ଜିଲ୍ଲା ଭାବେ ବରଗଡରୁ ଅଧିକ ରାଜସ୍ୱ ମିଳିଥିବା ବେଳେ ରାଜସ୍ୱ ଜିଲ୍ଲା ଭାବେ ଅନ୍ୟ ଏକ ଜିଲ୍ଲାରେ ବିକ୍ରି ହୋଇଛି ଅଧିକ ମଦ । କେଉଁ ଜିଲ୍ଲାରେ ବିକ୍ରି ହେଉଛି ଅଧିକ ମଦ, ଦେଖନ୍ତୁ ଏଇ ରିପୋର୍ଟ ।
ୟୁରୋପ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। ବିଶ୍ୱର ଅନେକ ସୁନ୍ଦର ସହର ଏଠାରେ ରହିଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ୟୁରୋପରେ କିଛି ଦ୍ୱୀପପୁଞ୍ଜ ଅଛି, ଯଦି ଆପଣ ସେଠାକୁ ଯିବେ ଆପଣଙ୍କୁ କୌଣସି ଭିସାର ଆବଶ୍ୟକତା ପଡ଼ିବ ନାହିଁ।