ସରକାରଙ୍କ କିଛି ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁମାନେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଏବେଠାରୁ ଆବେଦନ କରିପାରିବେ । HPSC, JNU ଓ IWST ପରି ଅନେକ ବିଭାଗରେ ଚାକିରି କରିବାର ସୁଯୋଗ ମିଳିବ ।
ବିକ୍ଷୋଭ କରୁଥିବା ବେଳେ ଆସାମ ପୋଲିସ୍ର ଗୋଟିଏ ଟିମ ବିମାନବନ୍ଦରରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି ।
ପୋଲିସରେ ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି ।
ଇଂଲଣ୍ଡ ନିକଟରେ ରହିଛି ଦୁନିଆର ସବୁଠାରୁ ଏହି ଛୋଟ ଦେଶ । ଯାହାର ନାଁ ସିଲ୍ୟାଣ୍ଡ । ଏହା ଇଂଲଣ୍ଡ ନିକଟରେ ରହିଥିବା ବେଳେ ଏଠାରେ ମାତ୍ର ୨୭ ଜଣ ରହିଥାଆନ୍ତି ।
‘ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ’ । ‘ମୃତ୍ୟୁ ସମୟ ଲୁଚାଯିବା ଗର୍ହିତ ଅପରାଧ,IPC ୨୦୧ରେ ତାହା ଅପରାଧ’ ।
ଏକ୍ସପ୍ରେସ-ୱେ, ହାଇୱେ ଏବଂ ଫ୍ରୀୱେ ମଧ୍ୟରେ ବିଶେଷ ଫରକ ରହିଛି । ଏହି ୩ଟି ରାସ୍ତାର ନାଁକୁ ପ୍ରାୟ ସମସ୍ତେ ଜାଣିଥିବେ । ହେଲେ ଏହାରି ମଧ୍ୟରେ ରହିଥିବା ଅନେକ ତଥ୍ୟ ବହୁ ଲୋକ ଜାଣିନଥିବେ ।
ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍ ନଥିବା ସେସବୁ ଗାଡ଼ିକୁ ସ୍କ୍ରାପ୍ କରାଯିବ। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
କ’ଣ ଆପଣ ଜାଣନ୍ତି କି ? ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ରଗାଉଛନ୍ତି କିମ୍ୱା ଚିଡାଉଛନ୍ତି ଏହା ଆଇନ ଗତ ଅପରାଧ । ଆଉ ଆପଣ ଏହାକୁ ନେଇ ଯଦି ଅଭିଯୋଗ ଆଣିଲେ ବ୍ୟକ୍ତି ଜଣକ ଜେଲ୍ ଯାଇପାରନ୍ତି । ଆଜ୍ଞା ହଁ, ଆପଣଙ୍କୁ ଏହି ଆଇନ୍ ଅଜବ ଲାଗୁଥିଲେ ମଧ୍ୟ ସତ ।
ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗ୍ରାହକ ଅର୍ଡର କରିଥିବା ପ୍ରଡକ୍ଟ ବଦଳରେ ଭୁଲ୍ରେ ଅନ୍ୟ ପ୍ରଡକ୍ଟ ଡେଲିଭରି ହୋଇଛି। ହେଲେ ଆପଣ କେବେ ଶୁଣିଛନ୍ତି, ଜାଣିଶୁଣି ଇ-କମର୍ସ ୱେବ୍ସାଇଟ୍ ଭୁଲ୍ ଜିନିଷ ଗ୍ରାହକଙ୍କୁ ଡେଲିଭରି କରିବା। ହୁଏତ ଏଭଳି କଥା ଶୁଣି ନଥିବେ।
ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି ଖୁଆଇ ଦେଉଛି ତାହା ନୁହେଁ ନିଜେ ଘରଟା ଯାକର ପାଇଟି ବି କରୁଛି। କେତେବେଳେ ଘର ଓଳାଉଛି ତ ଆଉ କେତେବେଳେ ରୋଷେଇ କରୁଛି। ନିଜେ ସ୍ୱପ୍ନ ଦେଖିବା ବୟସରେ ଅନ୍ୟ ଭଉଣୀଙ୍କର ସ୍ୱପ୍ନ ପୂରଣ ପାଇଁ ଅନବରତ କରୁଛି ପରିଶ୍ରମ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠିଘର, ଘରର ଠାକୁର ରାଧା ବିନୋଦ ବିହାରୀଙ୍କ ନୂତନ ମନ୍ଦିର, ଶିଶୁମାନଙ୍କ ପାଇଁ ଶିଶୁ ବାଟିକା ଓ ନୂତନ ପାର୍କ ପର୍ଯ୍ୟଟକଙ୍କ ପାଇଁ ଗୃହ ରହିଛି ।
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ରହୁଥିବା ସେଲ୍ରେ ପ୍ରଶାସନ ପକ୍ଷରୁ ରେଡ୍ କରାଯାଇଥିଲା। ଏହି ସମୟରେ ସୁକେଶ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ପ୍ୟାଣ୍ଟ ଜବତ ହୋଇଛି।
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଏବେ ବେଶି ଚର୍ଚ୍ଚାରେ । ୨୦୧୬ ମସିହାରେ ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ମର୍ଡର କେସ୍ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ୨ ବର୍ଷ ଜେଲ୍ରେ ରହି ଜାମିନରେ ଏବେ ମୁକୁଳିଛନ୍ତି
ନରସିଂହପୁରରେ ଦେବୀଙ୍କର ୨୮ ବର୍ଷ ଶାସନ ହେଲାଣି କିନ୍ତୁ ମେଡିକାଲକୁ ନେଇ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ସ୍ଥିତି ଏମିତି ହେଲାଣି ଯେ ଡାକ୍ତରଖାନାରେ ଡାକ୍ତର ବି ନାହାନ୍ତି। ଯାହାର ଯାହା ହେଲା ଯଦି ମେଡିକାଲକୁ ଗଲେ ତେବେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଯୋଡୁମ୍ରୁ ନରସିଂହପୁରକୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ। ୫ ପଂଚାୟତର ୪୦ ହଜାରରୁ ଅଧିକ ଲୋକ ଏଇ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି।
ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ ୮୦ ବର୍ଷ ହେଲାଣି...ଆଉ ଜେଙ୍ଗିଙ୍କୁ ୭୦ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପିଲାମାନେ ବିବାହ କରିବା ପରେ ଏବେ ଅନ୍ୟତ୍ର ରହୁଛନ୍ତି
ଡିଜେ ଗୀତର ତାଳେ ତାଳେ ଡ୍ୟାନ୍ସକୁ ନେଇ ବର-କନ୍ୟା ପକ୍ଷଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା। ଏହିସବୁ ଅଟକାଇବାକୁ ଯାଇ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।
ସବୁବେଳ ଆୟତାକାର ଏବଂ ବର୍ଗାକାର ଭୂମି ସର୍ବଶ୍ରେଷ୍ଠ ହୋଇଥାଏ, କିନ୍ତୁ ବେଳେ ବେଳେ ଆମେ ଏହିପରି ଭୂଖଣ୍ଡ ବି ଦେଖିଥାଉ ଯାହା ବିଭିନ୍ନ ଦିଗ ଏବଂ କୋଣରେ ବିସ୍ତାର ବା ବୃଦ୍ଧି ହୋଇଥାଏ ନଚେତ୍ କମି ଯାଇଥାଏ। ଏହା ବେଳେବେଳେ ସୁଫଳ ଦେଇଥାଏ ତ ପୁଣି କେତେକ କ୍ଷେତ୍ରରେ କୁଫଳ ମିଳେ।
ଟଙ୍କା ହରାଇଥିବା ଜମାକରୀମାନେ ଅନେକଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ବି ଆରମ୍ଭ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ପୋଷ୍ଟମାଷ୍ଟର ମନୋରଞ୍ଜନ ଏବେ କେଉଁଠି ?
‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’। ପ୍ରେସ୍ମିଟ୍ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ରାତ୍ରି ୦୩.୪୫ ଗତେ ମେଷ,ତିଥି – ୪ର୍ଥୀ ରାତ୍ରି ୦୧.୩୩ ଗତେ ୫ମୀ ,ଘାତ ଚନ୍ଦ୍ର – ଧନୁ ରାତ୍ରି ୦୩.୪୫ ଗତେ ମେଷ,ଘାତ ବାର- ତୁଳା , କୁମ୍ଭ, ପୁଷ୍କର ଦୋଷ – ନାସ୍ତି
କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ।
ତୁର୍କୀ ପରେ ଚୀନରେ ବଡ଼ ଧରଣର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ସୀମାନ୍ତ ଜିନଜିଆଙ୍ଗ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା।
୬ ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାନଯାଉ। ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି।
ସବୁବେଳେ ଆପଣଙ୍କ ଘରକୁ ନାଲି ରଙ୍ଗର ଏଲପିଜି ସିଲିଣ୍ଡର ଆସୁଥିବ । ଯାହାକୁ ଆପଣ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବେ । କିନ୍ତୁ କେବେ ଭାବିଛନ୍ତି ? ଏଲପିଜି ସିଲିଣ୍ଡର ଗୁଡ଼ିକ ସାଧାରଣତଃ ସବୁବେଳେ ନାଲି ରଙ୍ଗର କାହିଁକି ଆସିଥାଏ । ଧଳା, ହଳଦିଆ, ନୀଳ, କଳା ଓ ବାଇଗଣୀ ରଙ୍ଗ ପରି ଅନ୍ୟ ରଙ୍ଗ କାହିଁକି ନୁହେଁ ?
ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା ବାହାର ନେତାଙ୍କ ଲୋଲୁପ ନଜର ? ଯାହାର ଝଲକ୍ ଗତ ୧୭ ତାରିଖରେ ଦେଖିବାକୁ ମିଳିଥିବା କୁହାଯାଉଛି