• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶ୍ୱରେ ଚୀନର ଜନସଂଖ୍ୟା ସବୁଠାରୁ ଅଧିକ । ପରେ ପରେ ଜନସଂଖ୍ୟାର ତାଲିକାରେ ଚୀନର ତଳକୁ ଅନେକ ଦେଶର ନାଁ ରହିଛି । ହେଲେ ସବୁଠାରୁ କମ୍‌ ଜନସଂଖ୍ୟା ଓ ଛୋଟିଆ ଦେଶ କଥା କ’ଣ ଆପଣ ଜାଣିଛନ୍ତି ? ଆଜ୍ଞା ହଁ ବିଶ୍ୱରେ ଏମିତି ବି ଏକ ଦେଶ ରହିଛି । ଯେଉଁଠି ମାତ୍ର ୨୭ଜଣ ବସବାସ କରନ୍ତି । ଆସନ୍ତୁ ଜାଣିବା ଏହି ଦେଶ ସମ୍ପର୍କରେ...

ଏହି କଥା ଜାଣିବା ପରେ ଆପଣଙ୍କୁ ଟିକିଏ ଅଲଗା ଲାଗୁଥିବ ନିଶ୍ଚୟ । ହେଲେ କଥାଟି ସମ୍ପୂର୍ଣ୍ଣ ଭାବେ ସତ । ଇଂଲଣ୍ଡ ନିକଟରେ ରହିଛି ଦୁନିଆର ସବୁଠାରୁ ଏହି ଛୋଟ ଦେଶ । ଯାହାର ନାଁ ସିଲ୍ୟାଣ୍ଡ । ଏହା ଇଂଲଣ୍ଡ ନିକଟରେ ରହିଥିବା ବେଳେ ଏଠାରେ ମାତ୍ର ୨୭ ଜଣ ରହିଥାଆନ୍ତି ।

ଅଧିକ ପଢ଼ନ୍ତୁ: ବିଶ୍ୱର ବୃହତ୍ତମ କାର୍ ! ହେଲିପ୍ୟାଡ୍ ସହ ରହିଛି ସୁଇମିଂ ପୁଲ ସୁବିଧା

ସମୁଦ୍ର ମଧ୍ୟରେ ରହିଛି ଏହି ଛୋଟ ଦେଶ । ଦୁଇଟି ବଡ଼ ବଡ଼ ଖୁମ୍ବ ଉପରେ ଏହା ପୋଲ ସଦୃଶ ପରି ଛିଡ଼ା ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍‌ ଏହାକୁ ନିର୍ମାଣ କରିଥିଲା । ପରେ ପରେ ଏହାକୁ ବ୍ରିଟେନ୍‌ ପକ୍ଷରୁ ନଷ୍ଟ କରିଦିଆଯାଇଥିଲା । ସେବେଠାରୁ ଏହାକୁ ଅନ୍ୟଦେଶର ଲୋକମାନେ ନିଜର ଅଧିନକୁ ନେଇଥିଲେ । ପ୍ରାୟ ୧୩ ବର୍ଷ ପୂର୍ବରୁ ଆର୍ଥାତ୍‌ ୯ ଅକ୍ଟୋବର ୨୦୧୨ରେ ବ୍ରେଟ୍ସ ନାମକ ଜଣେ ବ୍ୟକ୍ତି ଏଠିକାର ପ୍ରିନ୍ସ ବୋଲି ଘୋଷଣା କରିଥିଲେ ।

ବ୍ରେଟ୍ସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାଇକେଲ ଏଠାରେ ଶାସନ କଲେ । ବର୍ତ୍ତମାନ ସିଲ୍ୟାଣ୍ଡକୁ ସବୁଠାରୁ ଛୋଟ ଦେଶ ବୋଲି କୁହାଯାଉଛି । କିନ୍ତୁ ଏହାକୁ ଆନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିନାହିଁ । ସବୁଠାରୁ ବଡ଼ କଥା ହେଉଛି ଏଠାରେ କୌଣସି ହିଂସା ଦେଖିବାକୁ ମିଳେନାହିଁ । କି କୌଣସି ଦେଶ ଏହା ଉପରେ ଆକ୍ରମଣ କରନ୍ତି ନାହିଁ । ସିଲ୍ୟାଣ୍ଡରେ ଥିବା ଖମ୍ବର କ୍ଷେତ୍ରଫଳ ୨୫୦ ମିଟର ରହିଛି ।