/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677143544.jpg)
You Can Be Jailed
କୌଣସି କଥାକୁ ନେଇ ରାଗିବା ଏକ ସାଧାରଣ କଥା । ପ୍ରତ୍ୟେକ ମଣିଷଙ୍କ ମନରେ କିଛିନା କିଛି କଥାକୁ ନେଇ କ୍ଷୋଭ ଆସିଥାଏ । କିନ୍ତୁ କିଛି ଲୋକ ନିଜର ରାଗ ଉପରେ ଆୟତ୍ତ ରଖିପାରନ୍ତି ନାହିଁ । ଫଳରେ ଏଥିପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥାଏ । ରାଗିବା କହାପାଇଁ କେବେ ବି ଭଲ ହୋଇନଥାଏ । ରାଗ ଯୋଗୁଁ ମଣିଷ ଶାରୀରିକ ଓ ମାନସିକ ସ୍ଥିତି ଦୁର୍ବଳ ହୋଇଥାଏ ।
କ’ଣ ଆପଣ ଜାଣନ୍ତି କି ? ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ରଗାଉଛନ୍ତି କିମ୍ୱା ଚିଡାଉଛନ୍ତି ଏହା ଆଇନ ଗତ ଅପରାଧ । ଆଉ ଆପଣ ଏହାକୁ ନେଇ ଯଦି ଅଭିଯୋଗ ଆଣିଲେ ବ୍ୟକ୍ତି ଜଣକ ଜେଲ୍ ଯାଇପାରନ୍ତି । ଆଜ୍ଞା ହଁ, ଆପଣଙ୍କୁ ଏହି ଆଇନ୍ ଅଜବ ଲାଗୁଥିଲେ ମଧ୍ୟ ସତ ।
ଏପରି ଏକ ଦେଶ ରହିଛି ଯେଉଁଠି ଏହିଭଳି ଆଇନ୍ ଲାଗୁ କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ରଗାଇଲେ କିମ୍ୱା ଚିଡାଇଲେ ଜେଲ ଯିବେ ବୋଲି କୁହାଯାଇଛି । ଏକ ରିପୋର୍ଟ ଆନୁସାରେ ଫିଲିଫାଇନ୍ସରେ ଏହି ନିୟମ ଲାଗୁ କରାଯାଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଜେଲ୍ ଦଣ୍ଡ ସହ ୭ହଜାର ୫ଶହ ଟଙ୍କା ଆଦାୟ କରିବାକୁ କୁହାଯାଇଛି ।
ଖାଲି ସେତିକି ନୁହେଁ, ସୂଚନା ମୁତାବକ ଏହି କାନୁନ ୧୯୩୦ରେ ତିଆରି କରାଯାଇଥିଲା । ସେହି ସମୟରେ ଜଣେ ବ୍ୟକ୍ତିଙ୍କୁ ଚିଡାଇବା ଅପରାଧରେ ସଜା ମିଳିଥିଲା । ଅଭିଯୁକ୍ତ ଜଣଙ୍କୁ ୩ ପାଉଣ୍ଡ ଜରିମାନା ସହ ୩୦ ଦିନ ଜେଲ୍ ଦଣ୍ଡ ଦିଆଯାଇଥିଲା । ଯାହାକି ବର୍ତ୍ତମାନ ପାଇଁ ଏହି ସଜାକୁ ବଢ଼ାଇ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)