Advertisment

ଡିଜେ ଗୀତରେ ଡ୍ୟାନ୍ସ ପାଇଁ ବର-କନ୍ୟା ପକ୍ଷ ପିଟାପିଟି, ଖୁସିର ପରିବେଶରେ ଖେଳିଲା ଶୋକର ଛାୟା...

ଡିଜେ ଗୀତର ତାଳେ ତାଳେ ଡ୍ୟାନ୍ସକୁ ନେଇ ବର-କନ୍ୟା ପକ୍ଷଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା। ଏହିସବୁ ଅଟକାଇବାକୁ ଯାଇ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dispute Over Dance On Dj In Wedding In Uttar Pradesh

Dispute Over Dance On Dj In Wedding In Uttar Pradesh

ବିବାହକୁ ନେଇ ସମସ୍ତେ ଖୁସି ଥିଲେ। ବର ପକ୍ଷଙ୍କୁ ସ୍ୱାଗତ କରିବା ପାଇଁ କନ୍ୟା ପକ୍ଷ ମଧ୍ୟ ପ୍ରସ୍ତୁତ ଥିଲେ। ହେଲେ ହଠାତ୍‌ ଏମିତି କିଛି ଘଟଣା ଘଟିଲା ଖୁସିର ପରିବେଶରେ ଶୋକର ଛାୟା ଖେଳି ଯାଇଥିଲା। ଡିଜେ ଗୀତର ତାଳେ ତାଳେ ଡ୍ୟାନ୍ସକୁ ନେଇ ବର-କନ୍ୟା ପକ୍ଷଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା। ଏହିସବୁ ଅଟକାଇବାକୁ ଯାଇ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି। ଉତ୍ତର ପ୍ରଦେଶର ବୁଲନ୍ଦଶରରେ ବୁଧବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି

Advertisment

ଅଧିକ ପଢ଼ନ୍ତୁ: ବିବାହ ଶୋଭାଯାତ୍ରା ପହଞ୍ଚୁ ପହଞ୍ଚୁ ବାଣ ବଦଳରେ ଫୁଟିଲା ଗୁଳି...

ସୂଚନା ଅନୁସାରେ, ଜନପଦର ଖାନପୁର ଥାନା ଅଞ୍ଚଳରୁ ବରଯାତ୍ରୀ ଧରି ବର ପକ୍ଷ ବୁଲନ୍ଦଶର ଆସିଥିଲେ ଓ କନ୍ୟା ପକ୍ଷ ନଗର କ୍ଷେତ୍ର ଅଞ୍ଚଳର ଥିଲେ। ବିବାହ କାର୍ଯ୍ୟକ୍ରମରେ ସମସ୍ତେ ଖାଇବା ଓ ଡ୍ୟାନ୍ସର ବେଶ୍‌ ମଜା ଉଠାଉ ଥିଲେ। ତେବେ ରାତି ପ୍ରାୟ ୧୧ଟା ସମୟରେ ଉଭୟ ପକ୍ଷର ଅତିଥି ଡିଜେ ଗୀତର ତାଳେ ତାଳେ ଡ୍ୟାନ୍ସ କରିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଓ ପରେ ମାର୍‌ପିଟ ହୋଇଥିଲା। 

ବର-କନ୍ୟା ପକ୍ଷଙ୍କ ମଧ୍ୟରେ ମାର୍‌ପିଟ୍‌ ଦେଖି ସେଠାରେ ଉପସ୍ଥିତ କନ୍ୟା ପକ୍ଷର ଜଣେ ୪୦ ବର୍ଷୀୟ ବ୍ୟକ୍ତି ବଞ୍ଚାଇବାକୁ ପ୍ରୟାସ କରିଥିଲେ। ହେଲେ ସେ ନିଜେ ଆକ୍ରମଣର ଶିକାର ହୋଇଥିଲେ। ବେହୋସ ହୋଇପଡ଼ିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଏହି ଘଟଣାରେ ୪ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବା ସହ ସେମାନଙ୍କୁ ପଚରାଉଚରା ଚଳାଇଛି। 

Advertisment
Marriage
Advertisment
Advertisment