• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ ବର୍ଷ ହେଉ ସର୍ବନିମ୍ନ ବୟସ ସୀମା। ଅର୍ଥାତ୍ ୬ ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାନଯାଉ। ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଚିଠି ଲେଖାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ, ୩ ବର୍ଷରୁ ୮ ବର୍ଷ ବୟସରେ ପିଲାମାନଙ୍କ ଶିକ୍ଷା ଗ୍ରହଣର ମୂଳଦୁଆ ପଡ଼ିବା ଉଚିତ୍‌। ଏହି ୫ ବର୍ଷରୁ ପ୍ରଥମ ୩ ବର୍ଷ ପ୍ରି-ସ୍କୁଲ ଏଜୁକେସନ ଏବଂ ତା’ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ। ଫଳରେ ଏହା ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ।

ତେଣୁ ଏହି ନୂଆ ଶିକ୍ଷାନୀତିର ଅନୁପାଳନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖା ଯାଇଛି। ୬ ବର୍ଷ କିମ୍ବା ତା’ଠୁ ଅଧିକ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।