ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି ଖାଉଟି।
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୋଲିସ୍ ଇନ୍ଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ ।
ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଏଇ ଦମ୍ପତି
ଜେଲ ଭିତରେ ଏବେ ଚିନ୍ତାରେ ଅଛି କି ଗୋପାଳ? ନିଜର ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ହୋଇପଡିଛି କି ? ଯଦି ପୂର୍ବରୁ ମନ୍ତ୍ରୀଙ୍କୁ ରାଗରେ ମାରିଥିବା ଗୋପାଳ କହୁଥିଲା ତେବେ ଏବେ ଜେଲ ଚାରିକାନ୍ଥ ଭିତରେ ଅନୁତାପ କରୁଛି କି?
ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ ଦେଇଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ
ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ହୋଲି ସମେତ ଅନେକ ପର୍ବପର୍ବାଣୀ ଚଳିତ ମାସରେ ପଡ଼ୁଛି। ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍ କରନ୍ତୁ।
ଅଚେତ୍ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀମାନେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ। କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଜ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍ରୁ ଉଠି ତାଙ୍କର ଚିକିତ୍ସା କରିଥିଲେ।
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପିକ୍ଅପ୍ ଭ୍ୟାନ୍-ଟ୍ରକ୍ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଧାନ ବିକ୍ରି ଚିନ୍ତା ଭିତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସରକାରୀ ମଣ୍ଡି ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି।
ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପଞ୍ଚମ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ।
ଅନ୍ତର୍ଜାତୀୟ ଟିଭି ଚାନେଲରେ ପ୍ରାଇମ୍ ଟାଇମ୍ ସାକ୍ଷାତକାର ଦେଇ ସେ ନିଜ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଘୋଷଣା କରିବା ପରେ, ରାମସ୍ୱାମୀଙ୍କୁ ମିଳିଛି ଆମେରିକାବାସୀଙ୍କ ବିପୁଳ ସମର୍ଥନ ।
ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ୨୦୨୨ରେ ସ୍କ୍ରାପ ପଲିସି ପ୍ରଣୟନ କରିଛନ୍ତି । ତେବେ ଏହି ନିୟମ ଅନୁସାରେ, ରାସ୍ତାରୁ ପୁରୁଣା ଗାଡି ହଟିବ
ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ ।
ନବ ଦାସ ହତ୍ୟା ମାମଲାରେ ଯଦି ବି FBIର ସହାୟତା ମିଳେ, ତାହେଲେ ଆମେରିକାର ଏହି ତଦନ୍ତକାରୀ ସଂସ୍ଥାର ବିହେଭିୟୋରାଲ୍ ସପୋର୍ଟ ୟୁନିଟ୍ କେବଳ ଗୋପାଳର ବ୍ୟାବହାରିକ ମୂଲ୍ୟାୟନ କରିବ । କିନ୍ତୁ ଅପରାଧ ଦିଗରେ ତଦନ୍ତ କରିବ ନାହିଁ । ଗୋପାଳ ଜଣେ ମାନସିକ ରୋଗୀ କି ନୁହେଁ ?
ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।
ଫିଲ୍ମଟି ଏକ ବଙ୍ଗାଳୀ ପରିବାରର କାହାଣୀ ଉପରେ ଆଧାରିତ । ଦେବୀକା ଚାଟାର୍ଜୀ ଭୂମିକାରେ ରାନୀଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ରାନୀ ଓରଫ ଦେବୀକାଙ୍କ ୨ଟି ସନ୍ତାନ ରହିଛି । ଯାହାକୁ ଦେବୀକା ଖୁବ୍ ଭଲ ପାଇବା ସହ ସ୍ନେହ ଦେଉଥିବା ଦେଖିବାକୁ ମିଳିବ ।
ଷ୍ଟେସନକୁ ଆସି ଷ୍ଟେସନ ମାଷ୍ଟରଙ୍କୁ ରୁମରୁ ବାହାର କରି ତାଲା ପକାଇ ଦେଇଥିଲେ । ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ଅଟକି ରହିଥିଲା । ପରେ ଖବର ପାଇ ଚକ୍ରଧରପୁର ଡିଆରଏମ୍ ଘଟଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ବାମରାରେ ୧୧ଟି ଟ୍ରେନ୍ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏସ୍ଡିପିଓ ଗାଁଲୋକଙ୍କୁ ଡାକି ଆପୋଷ ସମାଧାନ ପାଇଁ ଉଦ୍ୟମ କରିଛନ୍ତି । ହେଲେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।
ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୧୧.୫ରୁ ୭.୮%କୁ ଖସିଲା ଅଭିବୃଦ୍ଧି ହାର ।
ଆଗକୁ ଶଙ୍ଖ ଫୁଙ୍କିବେ କି ସୁରଙ୍କ ପରିବାର? ନବୀନ ନିବାସରେ ସୁର-ସିଏମଙ୍କ ସାକ୍ଷାତକାର ।
ସରକାରଙ୍କ କିଛି ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁମାନେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଏବେଠାରୁ ଆବେଦନ କରିପାରିବେ । HPSC, JNU ଓ IWST ପରି ଅନେକ ବିଭାଗରେ ଚାକିରି କରିବାର ସୁଯୋଗ ମିଳିବ ।
ବିକ୍ଷୋଭ କରୁଥିବା ବେଳେ ଆସାମ ପୋଲିସ୍ର ଗୋଟିଏ ଟିମ ବିମାନବନ୍ଦରରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି ।