• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣ ଯଦି ଚାକିରି ଖୋଜୁଥାଆନ୍ତି ତେବେ ଆପଣଙ୍କୁ ଏହି ଖବର ନିଶ୍ଚୟ ସୁଯୋଗ ଆଣିଦେବ । ସରକାରୀ ଚାକିରି ସହ ଆପଣଙ୍କୁ ମିଳିବ ମୋଟା ଆଙ୍କର ଦରମା । ସୂଚନା ମୁତାବକ ସରକାରଙ୍କ କିଛି ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁମାନେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଏବେଠାରୁ ଆବେଦନ କରିପାରିବେ । HPSC, JNU ଓ IWST ପରି ଅନେକ ବିଭାଗରେ ଚାକିରି କରିବାର ସୁଯୋଗ ମିଳିବ ।

RECରେ ନିଯୁକ୍ତି ସୁଯୋଗ:

REC ପାୱାର ଡବଲପେମେଣ୍ଟ ଆଣ୍ଡ କନସଲଟାନ୍ସି ଲିମିଟେଡ ପକ୍ଷରୁ ଆସିଷ୍ଟାଣ୍ଟ ଏଜ୍ୟୁକେଟିଭ୍‌ ଏବଂ ଅନ୍ୟ ପଦ ପାଇଁ ଆବେଦନ ଆରମ୍ଭ ହୋଇଛି । ୱେବସାଇଟ୍‌ recpdcl.in ଜରିଆରେ ଆନଲାଇନ୍‌ ଜରିଆରେ ଆପଣ ଆବେଦନ କରିପାରିବେ ।

ଅଗ୍ନିବୀରରେ ଚାକିରି ସୁଯୋଗ:

ହିସାର ସେନା କାର୍ଯ୍ୟାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ମୋହିତ ସିଂହ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୨୦୨୩-୨୦୨୪ ପାଇଁ ଅଗ୍ନିବୀର ମାନେ ଭର୍ତ୍ତି ହେବେ । ବର୍ତ୍ତମାନ ଆବେଦନ ଜାରି ରହିଛି । joinindianarmy.nic.in ଜରିଆରେ ଇଚ୍ଛୁକ ବ୍ୟକ୍ତି ମାନେ ଆବେଦନ କରିପାରିବେ । ଏହା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଆଧାରରେ ଲିଖିତ ପରୀକ୍ଷା ହେବ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ଆର୍ମି ରାଲି କାର୍ଯ୍ୟକ୍ରମ କରାଯିବ । ଏହି ପରୀକ୍ଷା ପାଇଁ ୨୫୦ ଟଙ୍କା ଆବେଦନ ଶୁକ୍ଳ ରଖାଯାଇଛି ।

BECILରେ ନିଯୁକ୍ତି ସୁଯୋଗ:

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାନ୍ସି ଇଣ୍ଡିଆ ଲିମିଟେଡ୍ (BECIL) ପକ୍ଷରୁ ଟେକ୍ନିସିଆନ୍‌ ଓ ଅନ୍ୟ ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ମୋଟ୍‌ ୧୫୯ ପଦ ପାଇଁ ଚାକିରିର ସୁଯୋଗ ରହିଛି । ଆବେଦନର ସମୟ ସୀମା ମାର୍ଚ୍ଚ ୭, ୨୦୨୩ ଯାଏଁ ରହିଛି । ଏଥିପାଇଁ ୱେବସାଇଡ୍‌ becil.comରେ ଆବେଦନ କରିପାରିବେ ।

HPSC, JNU ଓ IWSTରେ ଚାକିରିର ସୁଯୋଗ:

ଆରଇସି ପାୱାର ଡେଭଲପମେଣ୍ଟ ଲିମିଟେଡ୍‌ ପକ୍ଷରୁ ଆସିଷ୍ଟାଣ୍ଟ ଏଜୁକେଟିଭ୍‌ ଏବଂ ଅନ୍ୟ ପଦ ପାଇଁ ନିଯୁକ୍ତି ସୃଷ୍ଟି କରିଛି । ଉଚ୍ଛୁକ ପ୍ରାର୍ଥୀ ମାନେ recpdcl.inରେ ଆବେଦନ କରିପାରିବେ ।

ଏସଏସସି ସିଜିଏଲ ୨୦୨୨:

କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ସଯୁକ୍ତ ସ୍ନାତକତ୍ତର ପରୀକ୍ଷା ବା ଏସଏସସି ସିଜିଏଲ ୨୦୨୨ ଟିୟର ୧ ସ୍କୋର କାର୍ଡ ଏବଂ ଅନ୍ତିମ ଉତ୍ତର କୁଞ୍ଜ ରେଲୱେ ସ୍ଥଗିତ ରହିଥିଲା । ହେଲେ ଏହା ୨୭ ଫେବ୍ରୁଆରୀରେ ssc.nic.inରେ ହେବାକୁ ଯାଉଛି ।