• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିର ସମୟରେ ଏଲପିଜି ଗ୍ୟାସ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି । ଆପଣଙ୍କ ରୋଷେଇ ଘରେ ନିଶ୍ଚୟ ଏଲପିଜି ସିଲିଣ୍ଡର ରହିଥିବ । ଯାହାକୁ ଆପଣମାନେ ପ୍ରତ୍ୟେକ ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଥିବେ । ହେଲେ ଆପଣଙ୍କ ଘରକୁ ଆସୁଥିବା ସେହି ଏଲପିଜି ସିଲିଣ୍ଡରକୁ କେବେ ଆପଣ ଲକ୍ଷ୍ୟ ରଖିଛନ୍ତି ?

ସବୁବେଳେ ଆପଣଙ୍କ ଘରକୁ ନାଲି ରଙ୍ଗର ଏଲପିଜି ସିଲିଣ୍ଡର ଆସୁଥିବ । ଯାହାକୁ ଆପଣ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବେ । କିନ୍ତୁ କେବେ ଭାବିଛନ୍ତି ? ଏଲପିଜି ସିଲିଣ୍ଡର ଗୁଡ଼ିକ ସାଧାରଣତଃ ସବୁବେଳେ ନାଲି ରଙ୍ଗର କାହିଁକି ଆସିଥାଏ । ଧଳା, ହଳଦିଆ, ନୀଳ, କଳା ଓ ବାଇଗଣୀ ରଙ୍ଗ ପରି ଅନ୍ୟ ରଙ୍ଗ କାହିଁକି ନୁହେଁ ?

ଅଧିକ ପଢ଼ନ୍ତୁ: ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?

ତେବେ ଆସନ୍ତୁ ଜାଣିବା ଏଲପିଜି ସିଲିଣ୍ଡରର ରଙ୍ଗ କାହିଁକି ନାଲି ହୋଇଥାଏ ? ନାଲି ରଙ୍ଗ ବ୍ୟତିତ ଏଲପିଜି ସିଲିଣ୍ଡରରେ ଅନ୍ୟ ରଙ୍ଗ କାହିଁକି ବ୍ୟବହାର କରାଯାଏନାହିଁ । ସୂଚନା ଅନୁସାରେ ଏଲପିଜି ସିଲିଣ୍ଡର ବ୍ୟବହାର କରିବା ପଛରେ ଦୁଇଟି କାରଣ ରହିଛି । ଯାହା ଆପଣ ଜାଣିବା ଜରୁରୀ ।

ପ୍ରଥମ କାରଣଟି ହେଉଛି ଏଲପିଜି ସିଲିଣ୍ଡର ବହୁତ ଅଧିକ ଜ୍ୱଳନଶୀଳ । ଯାହା ବହୁତ ବିପଦଜ୍ଜନକ । ନାଲି ରଙ୍ଗ ବିପଦର ସଙ୍କେତ ବୋଲି ଧରାଯାଏ । ତେଣୁ ଏଲପିଜି ସିଲିଣ୍ଡରରେ ନାଲି ରଙ୍ଗ ବ୍ୟବହାର ହୋଇଥାଏ । ଆଉ ଦ୍ୱିତୀୟ କାରଣଟି ହେଉଛି, କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ ସିଲିଣ୍ଡରର ରଙ୍ଗ ଗ୍ରେ ରହିଥିବା ବେଳେ ନାଇଟ୍ରୋ ଅକ୍ସାଇଡ୍‌ ଗ୍ୟାସ ସିଲିଣ୍ଡରର ରଙ୍ଗ ନୀଳ ହୋଇଥାଏ ।

ତେଣୁ ଏଲପିଜି ଗ୍ୟାସ ସିଲିଣ୍ଡରର ରଙ୍ଗ ନାଲି ରଙ୍ଗ ଦିଆଯାଇଥାଏ । ଯାହାଦ୍ୱାରା ସମସ୍ତ ଗ୍ୟାସ ସିଲିଣ୍ଡର ଗୁଡ଼ିକୁ ସହଜରେ ଜାଣି ହୋଇଥାଏ ।