• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାହାର ଯେମିତି ରୋଜଗାର ସେ ସେମିତି ଗଣିବ ତଣ୍ଡ । ଅର୍ଥାତ୍‌ ଯାହାର ଅଧିକ ରୋଜଗାର ସେ ଅଧିକ ଟଙ୍କାର ତଣ୍ଡ ଗଣିବ । ଆଉ ଯାହାର କମ୍‌ ରୋଜଗାର ସେ ଅଳ୍ପ ତଣ୍ଡ ଗଣିବ । ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ଆଉ ଭାବୁଥିବେ ଆମ ଦେଶରେ ତ ଏମିତି ହୁଏନି । ଆଉ ଯଦି ହୁଅନ୍ତା ତେବେ ଭଲ ହୁଅନ୍ତା । ଆଜ୍ଞା ହଁ ସତ କଥା ।  ଆମ ଦେଶରେ ଏମିତି ହୁଏନି । କହିବାକୁ ଗଲେ ଆମ ଦେଶରେ ଯାହାର କମ୍‌ ରୋଜଗାର ଅର୍ଥାତ ଯିଏ ଗରିବ ତାରି ଉପରେ ହିଁ ଆମ ପୋଲିସ ବାବୁ ମାନେ ବେଶି ପ୍ରହାର ଅଭିଯୋଗ ହୁଏ । ଆମ ଦେଶର ପ୍ରାୟ ସମସ୍ତଙ୍କ ମନରେ ଏଭଳି ଧାରଣା ରହିଛି । ଆଉ ଏହା କିଛି ମାତ୍ରାରେ ସତ ମଧ୍ୟ ।

ତେବେ ଆମେ ଆଜି ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହା ଶତପ୍ରତିଶତ ସତ । ୟୁରୋପିଅନ୍‌ ଦେଶ ଫିନ୍‌ଲାଣ୍ଡରେ ଏମିତି କିଛି ନିୟମ ରହିଛି ଯାହା ଆମକୁ ଆଶ୍ଚର୍ଯ୍ୟ କରୁଥିଲେ ବି ସତ । ଏହି ଦେଶରେ ଲୋକେ ଖୁବ୍‌ ଖୁସିରେ ବସବାସ କରନ୍ତି । ଏଠି ଲୋକଙ୍କ ଦୁଃଖ ନାହିଁ କହିଲେ ଚଳେ । କାରଣ ଏଠି ଲୋକଙ୍କ ସବୁ ଦାୟିତ୍ୱ ସରକାର ନେଇଥାନ୍ତି । ଏମିତିରେ ବି ଏଠାରେ ଲୋକଙ୍କ ପାଖରେ ଟଙ୍କାର ଅଭାବ ନାହିଁ କିମ୍ବା ସେମାନଙ୍କ ଆର୍ଥିକ ସ୍ଥିତି ଖରାପ ନୁହେଁ । ତଥାପି ସରକାର ସବୁ ଦାୟିତ୍ୱ ନେଇଥାନ୍ତି ।

ତେବେ ଏହି ଦେଶର ଟ୍ରାଫିକ୍‌ ନିୟମ ଖୁବ୍‌ ଅଜବ । ଆମ ଦେଶର ଲୋକଙ୍କୁ ଏହି ନିୟମ ନିହାତି ଭାବେ ଅଜବ ଲାଗିବ । କାରଣ ଆମ ଜାଣିଛନ୍ତି ନିୟମ କାନୁନ ସମସ୍ତଙ୍କ ପାଇଁ ସମାନ । ହେଲେ ଫିନ୍‌ଲାଣ୍ଡରେ ଯଦି କୌଣସି ଧନୀ ବ୍ୟକ୍ତି ଟ୍ରାଫିକ୍‌ ନିୟମ ଭାଙ୍ଗେ ତେବେ ତାଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଥାଏ । କିନ୍ତୁ ଜଣେ କମ୍‌ ରୋଜଗାର କରୁଥିବା ଲୋକ ଯଦି ଟ୍ରାଫିକ୍‌ ନିୟମ ଭାଙ୍ଗେ ତେବେ ତାଙ୍କୁ ସେହି ଅନୁସାରେ ତଣ୍ଡ ଗଣିବାକୁ ପଡ଼େ ନାହିଁ । ଏହି ନିୟମକୁ ସେଠାକାର ଲୋକେ ସ୍ୱାଗତ ମଧ୍ୟ କରନ୍ତି । ଏଠାକାର ଶାସନ ବ୍ୟବସ୍ଥା ସାରା ବିଶ୍ୱରେ ପରିଚିତ । ଆଉ ଏହାର ଶାସନ ବ୍ୟବସ୍ଥାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଏ ।

ତେବେ ବଡ଼ କଥା ହେଲା, ଏହି ନିୟମ ଲୋକଙ୍କୁ ସିନା ସୁହାଉଛି କିନ୍ତୁ ପୋଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ୁଛି । କାରଣ ଲୋକ ସବୁବେଳେ ନିଜର ରୋଜଗାର କମ୍ ବୋଲି ଦର୍ଶାଇଥାନ୍ତି । ଆଉ ଏଠାକାର ପୋଲିସ ଖୁବ୍‌ ଫ୍ରେଣ୍ଡଲି ବୋଲି କୁହାଯାଏ ।

ଏହି ଦେଶର ଆହୁରି ଅନେକ ବିଶେଷତ୍ୱ ରହିଛି । ଏଠାରେ ଲୋକମାନେ ନିୟମ କାନୁନ କେବେ ଭାଙ୍ଗନ୍ତି ନାହିଁ । ଆଉ ଏହି ଦେଶରେ ଦୁର୍ନୀତି ଭ୍ରଷ୍ଟାଚାର ମଧ୍ୟ ନାହିଁ କହିଲେ ଚଳେ । ଗୋଷ୍ଠି ସଂଘର୍ଷ କିମ୍ବା ହତ୍ୟାକାଣ୍ଡ ଭଳି ଘଟଣା ଏଠାରେ ଖୁବ୍‌ କମ୍‌ ଦେଖାଯାଏ । ଲୋକଙ୍କର ଚାକିରି ଚାଲିଗଲେ ବି ଏଠାରେ ଚିନ୍ତା ନଥାଏ । କାରଣ ସରକାର ବୁଝନ୍ତି ସବୁ କଥା । କୌଣସି ବଡ଼ ରୋଗ କିମ୍ବା ଦୁର୍ଘଟଣା ହେଲେ ଚିକିତ୍ସା ଖର୍ଚ୍ଚ ବି ସରକାର ବହନ କରିଥାନ୍ତି ।