• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଜଣେ ବିଜେଡି ନେତା ଅଡ଼ୁଆରେ । ବିଜେଡି ନେତାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଜାଲ୍ ଜାତି ପ୍ରମାଣପତ୍ର ଦେଇ ନାମାଙ୍କନ ଭିରିଥିବା ଅଭିଯୋଗ ଆଣିଲେ ବିରୋଧୀ । ବରଗଡ଼ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜୀବ କହଁର ଜାଲ ଜାତି ପ୍ରମାଣପତ୍ର ଦେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କଂଗ୍ରେସ ଓ ବିଜେପି ନେତା ।

ଏନେଇ ଅତାବିରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ, ଜାଲ୍ ଜାତି ପ୍ରମାଣ ପତ୍ର ଦେଇ ସେ ନାମାଙ୍କନ ଭରିଥିବା ପ୍ରମାଣ ଦେବା ପରେ ମଧ୍ୟ ରାଜୀବଙ୍କ ନାମାଙ୍କନ କାଏମ ରହିଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ରାଜୀବ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଏନେଇ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତିକ୍ରିୟା ମିଳି ପରିନାହିଁ ।