/odishatv-khabar/media/post_attachments/uploadimage/library/16_9/16_9_0/Rahul_Hero_1679108511.jpg)
Rahul Hero
ମୁମ୍ବାଇ ୱାନ୍ ଡେ’ର ହିରୋ ହୋଇଛନ୍ତି କେଏଲ ରାହୁଲ । ଖରାପ ଫର୍ମ ପାଇଁ ତାଙ୍କୁ ବହୁତ ସମାଲୋଚନା କରାଯାଉଥିଲା । କିନ୍ତୁ ଏହି ମ୍ୟାଚ୍ରେ ତାଙ୍କର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ୫ ୱିକେଟରେ ଜିତିଛି । ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରି ୩୫ ଓଭର ୪ଟି ବଲରେ ମାତ୍ର ୧୮୮ ରନ୍ କରି ଅଲଆଉଟ ହୋଇଥିଲା । ମିଚେଲ ମାର୍ଶ ସର୍ବାଧିକ ୮୧ ରନ କରିଥିଲେ । ଆଉ କେହି ବଡ଼ ସ୍କୋର କରିପାରିନଥିଲେ । ଏପରିକି ଶେଷ ୫ଟି ୱିକେଟ ପଡ଼ିଥିଲା ମାତ୍ର ୧୯ ରନରେ ।
ସାମି ଓ ସିରାଜଙ୍କୁ ମିଳିଛି ୩ଟି ଲେଖାଏଁ ୱିକେଟ ମିଳିଛି । ୧୮୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୬ ରନରେ ୩ଟି ୱିକେଟ ହରାଇଥିଲା ଦଳ । ପୁରା ମ୍ୟାଚରେ ପେସ୍ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ରାହୁଲ ଓ ରବୀନ୍ଦ୍ରଙ୍କ ଶତକୀୟ ପାର୍ଟନରସିପ୍ ବଳରେ ଟିମ୍ ଇଣ୍ଡିଆ ୪୦ ନମ୍ବର ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ରାହୁଲ ନଟ୍ ଆଉଟ୍ ୭୫ ରନ୍ କରିଥିବା ବେଳେ ରବୀନ୍ଦ୍ର କରିଛନ୍ତି ନଟ୍ ଆଉଟ୍ ୪୫ ।
ଟିମ ଇଣ୍ଡିଆର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାକୁ ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ସଠିକ ନିଷ୍ପତ୍ତି ବୋଲି ସାବ୍ୟସ୍ତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)