Advertisment

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ମାଡ଼, ଟାଣିଓଟାରି ଗାଡ଼ିରେ ବସାଇ ନେଇଗଲେ ଦୁଇ ଯୁବକ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ । ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
tragic incident

tragic incident

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ମାଡ଼ । ମାଡ଼ ମାରିବା ପରେ ସର୍ବସମ୍ମୁଖରେ ଯୁବତୀଙ୍କୁ ଟାଣିନେଇ କ୍ୟାବ୍‌ରେ ବସାଇ ନେଇଗଲେ ଦୁଇ ଯୁବକ । ରାଜଧାନୀ ଦିଲ୍ଲୀର ଜନଗହଳି ପୂର୍ଣ୍ଣ ଟ୍ରାଫିକ୍‌ରେ ପୁଣି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମାମଲା ମଙ୍ଗଲପୁରୀ ଫ୍ଲାଏ ଓଭର ନିକଟରେ ଘଟିଛି । ବର୍ତ୍ତମାନ ସେହି ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ହଠାତ୍ ଶହ ଶହ ଲୋକଙ୍କ ଗହଳି ଭିରେ ଫ୍ଲାଏଓଭର୍ ଉପରେ ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ମାଡ଼ ମାରୁଛନ୍ତି । ଆଉ ତା’ପରେ ଜୋର ଜବରଦସ୍ତି ଟାଣି ନେଇ କାର୍‌ରେ ବସାଉଛନ୍ତି । ବର୍ତ୍ତମାନ ଗାଡ଼ି ଓ ତା’ର ଚାଳକଙ୍କ ପତ୍ତା ମିଳିଛି ।

Advertisment

ଦୁଇଜଣ ପୁଅ ଓ ଜଣେ ଝିଅ ରୋହିଣୀରୁ ବିକାଶପୁରୀ ଯିବା ପାଇଁ ଉବେର୍‌ କ୍ୟାବ୍‌ ବୁକ୍‌ କରିଥିଲେ । ବାଟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ପରେ ଝିଅଟି ରାଗରେ ତଳକୁ ଓହ୍ଲାଇ ଚାଲିଯିବାକୁ ଚାହିଁଥିଲେ । ଫଳରେ ସେଥି ମଧ୍ୟରୁ ଜଣେ ଯୁବକ ଗାଡ଼ିରୁ ବାହାରି ଯୁବତୀଙ୍କୁ ମାଡ଼ ମାରି ଜୋରଜବରଦସ୍ତି ଗାଡ଼ିରେ ବସାଇ ଦେଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି।

ଏହି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଏକ ଟିମ୍ ଗଠନ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି । କାର ଡ୍ରାଇଭର ଏବଂ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି ଦିଲ୍ଲୀ ପୋଲିସ୍ । ଭିଡିଓରେ ଦେଖିବାକୁ ମିଳୁଥିବା ଦୁଇ ପୁଅ ଓ ଝିଅର ଠିକଣା ଜାଣିବା ପାଇଁ କ୍ୟାବ୍‌ ଚଳାଉଥିବା ଡ୍ରାଇଭର୍‌ ନିକଟରେ ପହଞ୍ଚିବାକୁ ଉଦ୍ୟମ କରାଯାଉଛି । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।

Viral Video
Advertisment
Advertisment