• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚୀନ-ତାଇୱାନ ମଧ୍ୟରେ ଏବେ ବି ବିବାଦ ଲାଗି ରହିଛି । କେତେବେଳେ ଚୀନ ତାଇବାନକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ତ ପୁଣି କେତେବେଳେ ତାଇବାନ୍‌ ଚୀନକୁ ଜବାବ ଦେବାକୁ ଚେଷ୍ଟା କରୁଛି । ଏନେଇ ଗତକାଲି ଅର୍ଥାତ ଶନିବାର ଦିନ ତାଇୱାନର ରାଷ୍ଟ୍ରୀୟ ରକ୍ଷା ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖିଛି ।

ସେ କହିଛନ୍ତି ଚୀନର ପ୍ରାୟ ୨୬ଟି ସୈନ୍ୟ ବିମାନ ଏବଂ ନୌସେନାର ୪ଟି ପୋତ ଆମର ବାୟୁସେନା କ୍ଷେତ୍ରରେ ପ୍ରବେଶ କରିଛି । ଯାହା ତାଇୱାନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ତାଇୱାନ ରାଷ୍ଟ୍ରୀୟ ରକ୍ଷା ମନ୍ତ୍ରଣାଳୟର କହିବା ଅନୁସାରେ ପିପୁଲ୍ସ ଲିବୋରେସନ ଆର୍ମିର ୨୬ଟି ବିମାନ ତାଇବାନର ବାୟୁସେନା କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ସେଥିମଧ୍ୟରେ ୪ଟି ଲଢ଼ୁଆ ବିମାନ ସହ ଅନ୍ୟାନ୍ୟ ବିମାନ ରହିଥିଲା ବୋଲି କୁହାଯାଇଛି ।

ସୂଚନା ମୁତାବକ ଚୀନ ଗତ ଗୋଟିଏ ମାସ ମଧ୍ୟରେ ୬୭ ନୌ ଜାହଜ ଏବଂ ୨୬୬ ସୈନ୍ୟ ବିମାନ ତାଇୱାନକୁ ପଠାଇଛି । ସେପ୍ଟେମ୍ୱର ୨୦୨୦ରେ ତାଇୱାନ ବାୟୁସେନା କ୍ଷେତ୍ରକୁ ନିୟମିତ ବିମାନ ପଠାଉଥିଲା । ତାଇୱାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନ୍‌ ବାରମ୍ବାର ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରୟାସ କରୁଛି ।

ଖାଲି ସେତିକି ନୁହେଁ, ଚୀନର ସୈନ୍ୟ ଜାହଜ ଗୁଡ଼ିକ ନିୟମିତ ତାଇବାନରେ ପ୍ରବେଶ କରୁଛି । ମତ୍ସ୍ୟଜୀବୀଙ୍କ ଜାହଜ ରହୁଥିବା ସ୍ଥାନକୁ ଚୀନର ସୈନିକମାନେ ଆସୁଥିବା ବେଳେ କେତେବେଳେ ବି ଆକ୍ରମଣ ହୋଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।