• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ବୃଷ ରାଶି ବିଷୟରେ

ଏହା ଏକ ସ୍ଥିର ରାଶି । କୃତିକା ,ରୋହିଣୀ ,ମୃଗଶିରା ନକ୍ଷତ୍ରରେ ଏହି ରାଶିର ବ୍ୟକ୍ତି ବା ମହିଳା ମାନେ ଜନ୍ମ ଗ୍ରହଣ କରିଥାନ୍ତି । ନାମର ପ୍ରଥମ ଅକ୍ଷର ଇ, ଉ, ଏ, ଓ, ବ, ବି, ବୁ, ବେ, ବୋ ଏହି ଅକ୍ଷର ଗୁଡିକ ନାମର ପ୍ରଥମ ଅକ୍ଷର । ଏମାନେ ପରୋପକାରୀ ,ସାହାସୀ,ବଳବାନ୍ ,ତେଜବନ୍ତ । ଏମାନେ ସର୍ବବଶକାରୀ ଓ ଶତୃହାରୀ ହୋଇଥାନ୍ତି । ଏହି ରାଶିର ଅଧିପତି ଶୁକ୍ର ମହାଗ୍ରହ ହୋଇଥିବାରୁ ଏମାନେ ମୋହିନୀ ଓ କଳା ବିଦ୍ୟାରେ ପରାକ୍ରମୀ ହୋଇଥାନ୍ତି

ସ୍ୱାସ୍ଥ୍ୟ-

  • ଏମାନଙ୍କର ଶରୀର ଗଠନ ଶକ୍ତ, ମାଂସ ପେଶୀ ସୁଢଳ ସୁନ୍ଦର ହୋଇଥାଏ । ଦୀର୍ଘକାୟ ସୁନ୍ଦର ମୁଖମଣ୍ଡଳ, ସ୍ଥୁଳନେତ୍ର ଓ ମୁଖମଣ୍ଡଳରେ ପ୍ରାୟତଃ କଳାଯାଇ ଚିହ୍ନ ଦେଖାଯାଇଥାଏ । ଚର୍ବି ଜାତୀୟ ଖାଦ୍ୟରେ ଏମାନଙ୍କର ରୁଚି ଅଧିକ ଥିବାରୁ ଉଦର ଧିରେ ଧିରେ ବୃଦ୍ଧି ପାଇଥାଏ । ସେଥିପାଇଁ ଉଦର ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏମାନେ ଜୀବନର ମଧ୍ୟମ ବୟସ ପରଠାରୁ ପାକସ୍ଥଳୀ , ଯକୃତ, ଅନ୍ତନଳୀ, ଫୁସଫୁସ୍ ଜନିତ ରୋଗ, ଗୁପ୍ତ ରୋଗ , ଜନେନ୍ଦ୍ରିୟ ରୋଗ ଭୋଗ କରିବାକୁ ପଡିଥାଏ ।

ଚରିତ୍ର-

ଏମାନେ ଦୃଢ ଓ ସବଳ ଏବଂ ସହନଶୀଳ ଗୁଣରେ ପରିପୂର୍ଣ୍ଣ ହୋଇଥାନ୍ତି । ଈଶ୍ୱର ବିଶ୍ୱାସୀ, ଦାନଧର୍ମ, ଯଜ୍ଞ ଆଦିରେ ଏମାନଙ୍କର ଆଗ୍ରହ ଥାଏ । ଯେତେବେଳେ ଅସୁବିଧାରେ ପଡିଯାଆନ୍ତି , ସେତେବେଳେ ବିଚଳିତ ହୋଇଯାନ୍ତି । ଏମାନଙ୍କର ସରଳତା ଓ ଶାନ୍ତିପ୍ରିୟତା ଆଗରେ ସମାଲୋଚକ ମାନେ ହାରିଯିବେ । ଏମାନଙ୍କୁ ସ୍ୱାର୍ଥପ୍ରିୟତା ଭାବରେ ବର୍ଣ୍ଣନା କରିଥାନ୍ତି । ଏମାନେ ସଙ୍ଗୀତପ୍ରିୟ ହୋଇଥାନ୍ତି ।

ବନ୍ଧୁତା / ଶତୃତା-

  • ଏମାନେ ବିଶ୍ୱାସ ଦୃଢ ନହେବା ଯାଏ କାହାରିକୁ ବନ୍ଧୁ ବା ମିତ୍ର ଭାବରେ ଗ୍ରହଣ କରିନଥାନ୍ତି । ଥରେ କାହାରିକୁ ବନ୍ଧୁ ବା ମିତ୍ର ଭାବରେ ଗ୍ରହଣ କରି ନେଲେ ସେମାନଙ୍କୁ ପରିତ୍ୟାଗ କରିବା ଏମାନଙ୍କ ପକ୍ଷେ କଷ୍ଟ କର ହୋଇଥାଏ । ଏମାନେ ବନ୍ଧୁ ମାନଙ୍କର ଆଦର୍ଶ ଉପରେ ବିଶେଷ ଦୁଷ୍ଟି ଦେଇଥାନ୍ତି ।
  • ଆଳସ୍ୟ ଏମାନଙ୍କର ପ୍ରଧାନ ଶତୃ । ନିଜକୁ ଅତି ଚତୁର, ଚାଲାକ ଭାବି ଶତୃର କାର୍ଯ୍ୟକଳାପକୁ ତିକ୍ଷ୍ନ ଦୃଷ୍ଟି ନଦେଇ ବେଳେବେଳେ ଶତୃ ମାନଙ୍କ ଠାରୁ ପରାଜିତ ହେବାର ମଧ୍ୟ ଦେଖାଯାଏ । ଏମାନେ ବୁଦ୍ଧି ଠାରୁ ଶାରୀରିକ ବଳ ଉପରେ ଅଧିକ ଜୋର ଦେଇଥାନ୍ତି । ଯାହା ଫଳରେ ଅନେକ ସମୟରେ ପରାଜୟ ବରଣ କରିବାକୁ ପଡିଥାଏ ।

କର୍ମ / ବ୍ୟବସାୟ-

  • ଏମାନେ କଳାକାର ,ହିସାବ ରକ୍ଷକ, କୋଷାଧ୍ୟକ, ବ୍ୟାଙ୍କ ପରିଚାଳକ, ପଶୁ ଡାକ୍ତର, ଦଲାଲ୍ , ଅଧ୍ୟାପକ ପ୍ରଚାରକ, ଇଂଜିନିୟର ଆଦି କର୍ମରୁ ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ଏତତ୍ ବ୍ୟତିତ ଏମାନଙ୍କମଧ୍ୟରୁ କେହି କେହି ସଫଳ ଶିଳ୍ପପତି, ପଶୁପାଳନ, ବୟନଶିଳ୍ପ, ସୁନା ବ୍ୟବସାୟ ( ଅଳଙ୍କାର ଦୋକାନ) , ହୋଟେଲ୍ , କୃଷି, ଫଳ ବ୍ୟବସାୟ, ବସ୍ତ୍ର ବ୍ୟବସାୟ , ସୌନ୍ଦର୍ଯ୍ୟ ଓ ପ୍ରଶାଧନ ସାମଗ୍ରୀକୁ ନେଇ ବ୍ୟବସାୟ , ମଦ ବ୍ୟବସାୟ, ଯାନ ବାହନ ବ୍ୟବସାୟ , ଗୃହ ଆସବାବ ବ୍ୟବସାୟ ଆଦି ବ୍ୟବସାୟରେ ମଧ୍ୟ ସଫଳତା ପାଇଥାନ୍ତି ।

ଜୀବନସାଥି / ବିବାହ-

  • ବିବାହିତ ଜୀବନର ପ୍ରଥମ ପାହାଚ ସୁଦୃଢ କରି ଜୀବନ ସାଥୀକୁ ପ୍ରିତି ମୂଳକ ସ୍ନେହଶ୍ରଦ୍ଧା ଦେଇ ପାରୁଥିବାରୁ ଏମାନଙ୍କ ସଂସାର ହସି ଉଠିଥାଏ । ଏହି ରାଶିର ବ୍ୟକ୍ତି , ମହିଳା ମାନଙ୍କର ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ବିଛା. ମକର, କୁମ୍ଭ ଆଦି ରାଶି ସହିତ ବିବାହ କରିଲେ ବିବାହ ଜୀବନ ଶାନ୍ତିରେ କଟିଥାଏ । ଏତତ୍ ବ୍ୟତୀତ ଅନ୍ୟ ରାଶି ସହିତ ବିବାହ କରିଲେ ଦାମ୍ପତ୍ୟ ଜୀବନ ଅଶାନ୍ତିରେ କଟିଥାଏ ।

ଦାମ୍ପତ୍ୟ ଜୀବନ-

  • ଏମାନେ ପ୍ରେମ ବା ପ୍ରଣୟ ସଂପର୍କ ପ୍ରତିଷ୍ଠା ଦିଗରେ ଅନ୍ୟର ଗୁଣ , ଗାରିମା ତାର ବଂଶ ପରମ୍ପରା ଓ ଆଭିଯାତ୍ୟ ପ୍ରତି ଆଦୈା ଦୃଷ୍ଟି ଦେଇ ନଥାନ୍ତି । ଶାରୀରିକ ସୈାନ୍ଦର୍ଯ୍ୟକୁ ଏମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି । 
  • ସେଥିପାଇଁ ପରିବାର ବା ସମାଜରେ ସମାଲୋଚିତ ହୋଇଥାନ୍ତି । ଯୁବକ ବା ଯୁବତୀ ଅବସ୍ଥାରେ ଯାହାକୁ ପ୍ରେମ କରିଥାନ୍ତି ପରବର୍ତ୍ତୀ ସମୟରେ ଅନେକ କ୍ଷେତ୍ରରେ ଉଭୟ ଉଭୟଙ୍କୁ ଦୂରେଇ ଦେବାର ସମ୍ଭାବନା ରହିଥାଏ । ଜୀବନର ପ୍ରଥମ ପ୍ରେମକୁ ଏମାନେ କଦାପି ଭୁଲି ନଥାନ୍ତି । ଏମାନଙ୍କର ନିଜର ଭଦ୍ରତା, ଶାଳୀନତା ତଥା ଆତ୍ମନିର୍ଭରଶୀଳ ଗୁଣ ପାଇଁ ସ୍ୱାମୀ ବା ସ୍ତ୍ରୀଙ୍କ ସହ ଉତ୍ତମ ବୁଝାମଣା ରକ୍ଷାକରି ଦାମ୍ପତ୍ୟ ଜୀବନ ଆଗକୁ ନେଇଥାନ୍ତି ।

ପାରିବାରିକ ଜୀବନ-

  • ଏମାନେ ନିଜେ ସୁଖ ଶାନ୍ତିରେ ରହିବାକୁ ଚାହିଁଲେ ମଧ୍ୟ ଅନ୍ୟର ଦୁଃଖରେ ଦୁଃଖି ହୋଇ ଅନେକ ସମୟରେ କଷ୍ଟ ସହିଥାନ୍ତି । ଏମାନଙ୍କର ଏକଚାଟିଆ ମନଭାବ ପାଇଁ ପରିବାର ମଧ୍ୟରେ ଅନେକ ସମୟରେ ଅସନ୍ତୋଷ ଦେଖାଯାଇଥାଏ । ସେଥିପାଇଁ ଏମାନଙ୍କୁ ବେଳେବେଳେ ପରିବାର ଠାରୁ ଦୂରେଇ ଯିବାକୁ ପଡିଥାଏ ।

ଆର୍ଥିକ ସ୍ଥିତି-

  • ଏମାନେ ଜୀବନର ପ୍ରଥମ ଓ ତୃତୀୟ ସୋପାନ ମଧ୍ୟରେ ଅନେକ ଅର୍ଥ ଆୟ କରିଥାନ୍ତି । ମଧ୍ୟମ ବୟସ ବେଳକୁ ବ୍ୟୟ କରି ବହୁ ମନସ୍ଥାପରେ ପଡିଥାନ୍ତି । ଏମାନେ ପିତୃ ଅର୍ଜିତ ଧନ ସମ୍ପତିକୁ ଅଭିବୃଦ୍ଧି କରିଥାନ୍ତି । ଓ ପିତା ମାତାଙ୍କର ସୁଯୋଗ୍ୟ ସନ୍ତାନ ରୂପେ ପରିଗଣିତ ହୋଇଥାନ୍ତି ।

ଲକ୍ଷପଥ-

  • ଧନ, ମାନ ଓ ସୁନାମ ପାଇଁ କଠିନ ପରିଶ୍ରମ କରି କିପରି ଶୀର୍ଷ ସ୍ଥାନରେ ପହଞ୍ଚିବେ ସେଥିପାଇଁ ସର୍ବଦା ପ୍ରଚେଷ୍ଟା କରିଥାନ୍ତି । ନିଜେ ବଳିୟାନ ହୋଇଥାନ୍ତି । ଏମାନଙ୍କର ଏହି ଚିନ୍ତାଧାରାରେ ହିଁ ଏମାନଙ୍କ ଲକ୍ଷ୍ୟ ସ୍ଥଳରେ ପହାଞ୍ଚାଇଥାଏ । କୈାଣସି ଚାପ ବା ତର୍କକୁ ଏମାନେ ଖାତିର କରନ୍ତି ନାହିଁ । କୈାଣସି କାର୍ଯ୍ୟରେ ହାତକୁ ନେଲେ ତାହା ନସରିବା ଯାଏ ଲାଗିଥାନ୍ତି ।

ଶୁଭ-

ଶୁଭବାର- ବୁଧ, ଶୁକ୍ର

ଶୁଭରଙ୍ଗ- ନୀଳ, ଧଳା

ଶୁଭସଂଖ୍ୟା- ୫,୬,୮

ଶୁଭରତ୍ନ- ହୀରା

ଦେବତା- ବିଷ୍ଣୁ

ଦେବୀ- ମହାଲକ୍ଷ୍ମୀ

ରୁଦ୍ରାକ୍ଷ- ଛ ମୁକ୍ଷୀ

ଅଶୁଭ-

ଘାତବାର- ଶନିବାର

ଘାତଚନ୍ଦ୍ର- କନ୍ୟା

ଘାତତୀଥି- ପଞ୍ଚମୀ, ଦଶମୀ, ପୂର୍ଣ୍ଣିମା, ଅମାବାସ୍ୟା

ଘାତ ନକ୍ଷତ୍ର- ହସ୍ତା