Advertisment

ପରୀକ୍ଷା ନ ଦେଇ FCI ରେ ମ୍ୟାନେଜର୍‌ ହେବାର ସୁଯୋଗ

FCI ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ FCI ଆସିଷ୍ଟାଣ୍ଟ୍‌ ଜେନେରାଲ୍ ମ୍ୟାନେଜର୍‌ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି।

author-image
Pramod Behera
Opportunity to get manager job without exam in FCI

Opportunity to get manager job without exam in FCI

ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫ୍‌ସିଆଇ) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଏଫ୍‌ସିଆଇ ଆସିଷ୍ଟାଣ୍ଟ୍‌ ଜେନେରାଲ୍ ମ୍ୟାନେଜର୍‌ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି।

Advertisment

ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ସେମାନେ FCIର ଅଫିସିଆଲ୍ ୱେବସାଇଟ୍, fci.gov.in କୁ ଯାଇ ଆବେଦନ କରିପାରିବେ। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଏପ୍ରିଲ୍ ୩ କିମ୍ବା ପୂର୍ବରୁ ଆବେଦନ କରିପାରିବେ। ଏହି ନିଯୁକ୍ତି ଡେପୁଟେସନ୍ ଆଧାରରେ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୬ଟି ପଦବୀ ପୂରଣ ହେବ।

ପୋଷ୍ଟ ସଂଖ୍ୟା:

  • ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପାଇଁ ୨୬ଟି ପଦବୀ ପୂରଣ ହେବ।
  • ମୋଟ ପୋଷ୍ଟ୍‌ ସଂଖ୍ୟା- ୪୬
Advertisment

ଚୟନ ପ୍ରକ୍ରିୟା:

ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ମନୋନୀତ ହେବେ

ଦରମା:

  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM):
  • ସର୍ବନିମ୍ନ ଦରମା - ୬୦,୦୦୦ ଟଙ୍କା
  • ସର୍ବାଧିକ ଦରମା - ୧,୮୦,୦୦୦ ଟଙ୍କା  

ଯୋଗ୍ୟତା:

ଆସିଷ୍ଟାଣ୍ଟ୍‌ ଜେନେରାଲ୍ ମ୍ୟାନେଜର (AE) -

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ବା ଏହାର ସମାନ ଯୋଗ୍ୟତା
  • E-3 କିମ୍ବା L-11 ଗ୍ରେଡ୍‌ରେ ଏକ ଅନୁରୂପ ପୋଷ୍ଟ୍‌ କିମ୍ବା ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ପଦବୀରେ ସର୍ବନିମ୍ ୦୫ ବର୍ଷର କାର୍ଯ୍ୟ ଅଭିଜ୍ଞତା

ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍‌ (EM) -

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ବା ଏହାର ସମକକ୍ଷ ଡିଗ୍ରୀ
  • E-3 କିମ୍ବା L-11 ଗ୍ରେଡ୍‌ରେ ଏକ ଅନୁରୂପ ପୋଷ୍ଟ୍‌ କିମ୍ବା ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ପଦବୀରେ ସର୍ବନିମ୍ ୦୫ ବର୍ଷର କାର୍ଯ୍ୟ ଅଭିଜ୍ଞତା

ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ

Govt Jobs FCI Recruitment
Advertisment
Advertisment