• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଆ...ଏ ଶବ୍ଦର ତୁଳନା ନାହିଁ କି ବର୍ଣ୍ଣନା ବି ନାହିଁ । ଗୋଟିଏ ଅକ୍ଷର ହିଁ କହିଥାଏ ଅନେକ କିଛି । ମାଆର ହୃଦୟ ସମସ୍ତଙ୍କ ପାଇଁ ସମାନ । ସେ ହୃଦୟର ମାପ କାହା ପାଖରେ ବି ନାହିଁ । ଛୁଆ ଯେତେ ବଡ଼ ହେଉ କି ଛୁଆ ଯାହାର ହେଉ । ସମସ୍ତଙ୍କୁ ନିଜର ପଣତ କାନିରେ ବାନ୍ଧିରଖେ ମାଆ ।

ରାସ୍ତା ଉପରେ ମାଆ ଟିଏ ବସିଛି । କୁନି କୁକୁର ଛୁଆକୁ କୋଳରେ ଧରିଛି । ଆଖିକୁ ଠିକ୍‌ରେ ବି ଦିଶୁନି । ହେଲେ କୁନି କୁକୁର ଛୁଆର ପେଟର କଥାକୁ ବେଶ୍‌ ଭଲରେ ବୁଝିପାରୁଛି ମାଆ । ସେଇଥି ଲାଗି ତ ପପୁ ବୋତଲରୁ କ୍ଷୀର କାଢି ଢକଢକ କରି ପିଆଇ ଦେଉଥିଲା । ଆଉ କୁନି କୁକୁର ଛୁଆ ବି ମାଆର ସ୍ନେହ ପାଇ ବେଶ୍‌ ଆରାମରେ ଢକଢକ ହୋଇ ପିଇଯାଇଥିଲା କ୍ଷୀର ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ସବୁଠି ଭାରି ଚର୍ଚ୍ଚା । ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଇନଷ୍ଟାଗ୍ରାମରେ ଇନ୍ସପାୟର ନେଚର ନାମକ ପେଜରୁ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଛନ୍ତି। ତାଙ୍କ ପଛପାର୍ଶ୍ୱରେ ଲୋକେ ଯିବା ଆସିବା କରୁଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ ଦୃଷ୍ଟିଶକ୍ତି ନଥିବା ଭିଡିଓରେ ଦେଖିବାକୁ ମିଳୁଛି । ପୁରୁଷ ହାତରେ ମାଇକ୍ରୋଫୋନ ଧରିଥିବା ବେଳେ ମହିଳା କୋଳରେ ଏକ ଧଳାରଙ୍ଗର କୁକୁର ଛୁଆକୁ ଧରିଛନ୍ତି । ଖାଲି ଧରିଛନ୍ତି ତାହା ନୁହେଁ ବରଂ ତାର ପେଟର ଭୋକକୁ ବୁଝିପାରି ତାକୁ କ୍ଷୀର ଖୁଆଇ ଦେଉଛନ୍ତି । ଆଉ ତାରୁ ବେଶ୍‌ ଆଦର ବି କରୁଛନ୍ତି ।

 

କଥାରେ ଅଛି ପେଟର ଭୋକ କେବଳ ମାଆ ବୁଝିପାରେ । ଠିକ୍‌ ଏମିତି କିଛି ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି । କୁନି କୁକୁର ଛୁଆର ଭୋକକୁ ଭଲରେ ବୁଝିପାରୁଛନ୍ତି ଏହି ମହିଳା ଜଣକ । ଖାଲି ବୁଝିପାରୁଛନ୍ତି ତାହା ନୁହେଁ ବରଂ ତାକୁ କ୍ଷୀର ବି ପିଆଇ ଦେଉଛନ୍ତି । ତେବେ ଭିଡିଓ ପୋଷ୍ଟ ହେବା ପରେ ମହିଳା ଓ କୁକୁର ଛୁଆର ସମ୍ପର୍କୁ ବେଶ ପସନ୍ଦ କରିଛନ୍ତି ଦର୍ଶକ।