୪୯ ବେଡରୁମ ବିଶିଷ୍ଟ ଏହି ଘରର ୨ ଟି ଫ୍ଲୋରରେ ସୁଇମିଂ ପୁଲ, ଜିମ, ଡାନ୍ସ ଷ୍ଟୁଡିଓ, ଯୋଗଶାଳା ରହିଛି । ଏହାର ଉପର ମହଲାରେ ଏକ ସ୍ପା ସେଲୁନ ଓ ମସାଜ ରୁମ ମଧ୍ୟ ରହିଛି । ମନୋରଞ୍ଜନ ପାଇଁ ଏକ ସିନମା ହଲ ରହିଛି, ଯେଉଁଠି ୫୦ ଲୋକ ଏକା ସହ ବସି ଫିଲ୍ମ ଦେଖିପାରିବେ । ଏହି ଘରେ ଏକ ୱିଣ୍ଟର ୱଣ୍ଡରଲ୍ୟାଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନୋ-ଫଲ୍ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ଆଣ୍ଟିଲିଆରେ ଅଛି ଏକ ଆଇସକ୍ରିମ ପାର୍ଲର ।
ମେଲ୍ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?
ସାହିତ୍ୟ, ବିଜ୍ଞାନ, ଭୂଗୋଳ ପରି ବିଶେଷ ଭାବେ ଗଣିତର ସମସ୍ତ ପ୍ରଶ୍ନର ଉତ୍ତର ତାଙ୍କ ମୁହଁରେ । କେବଳ ପାଠରେ ନୁହେଁ, ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ୍ ଏକ୍ଟିଭିଟିରେ ସେ ନିଜ ବୟସର ପିଲା ମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି।
ଉପମା, ସୁଜି, ପାଉଁରୁଟି, ଫଳମୂଳ ଅଣ୍ଡା ଯାହା ଦେଖିବ ଏଠି ସବୁ କିଛି ପିଲାଙ୍କୁ ମିଳୁଛି । ହେଲେ କାଗଜ କଲମରେ ଛୁଆଙ୍କୁ ଯାହା ମିଳୁଛି ବାସ୍ତବରେ ତା’ର ଚିତ୍ର ପୂରା ଭିନ୍ନ ।
ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିଲେବି କଂଟାମାଳ ସୀମାନ୍ତରେ ରହିଥିବା ଏହି ଖଣ୍ଡିକନପା ଅଂଚଳଟି ପିକନିକ ପାଇଁ ବେଶ ଆକର୍ଷଣୀୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଶେଷକରି ପିକିନିକ ଋତୁ ଆସିଲେ ଏହି ସ୍ଥାନରେ ଜମେ ପର୍ଯ୍ୟଟକଙ୍କ ଭିଡ ।
ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ ।
ହୋଟେଲ ଶରଣଜୀତରେ ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ପ୍ରାଥମିକ ସୂଚନାରୁ ଏହି ହତ୍ୟାକାଣ୍ଡ ପାରିବାରିକ କଳହରୁ ହୋଇଥାଇପାରେ ବୋଲି କୁହାଯାଉଛି ।
ଜିରୋ ନାଇଟ୍ରେ ଏମିତି ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡପାଲ୍ଲୀ ଓଡ଼ିଆରପି କଲୋନୀରେ ।
ଚଳିତ ଜାନୁଆରୀରେ ଇସ୍ରୋର ବାହୁବଳୀ ରକେଟ୍ GSLV ମାର୍କ-ଥ୍ରୀ ସହାୟତାରେ ଏହି ଉତକ୍ଷେପଣ ହେବ । GSLV-F15ରେ ମହାକାଶକୁ ଯିବ ନାଭିଗେସନ୍ ସାଟେଲାଇଟ୍ NVS-02 / IRNSS-1K ।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
୨ ଦିନ ତଳେ ପଶ୍ଚିମବଙ୍ଗ ବାଙ୍କୁରାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ, ଓଡ଼ିଶା ନ ପଠାଇ ବାଘୁଣୀକୁ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା । ଏହାକୁ ନେଇ ହରଡ଼ଘଣାରେ ପଡିଥିଲା ପଶ୍ଚିମବଙ୍ଗ ବନବିଭାଗ ।
ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ବଡ଼ ଠାକୁରଙ୍କୁ ସହଳ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
ଆମ ମଧ୍ୟରୁ ଅଧିକାଂଶ ଲୋକେ ଭାବନ୍ତି ଯେ ଆମେ କାହିଁକି ଡିସେମ୍ବର ୩୧ରେ ଆନୁଷ୍ଠାନିକ ଭାବରେ ଗୋଟିଏ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା। ଆସନ୍ତୁ ସେ ବିଷୟରେ ଜାଣିବା।
ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର ଟେନସନ୍, ଏଣେ କ୍ଷତିପୂରଣ ପାଇବାକୁ ରେଜିଷ୍ଟ୍ରେସନର ଚିନ୍ତା । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ବାବଦ ସୂଚନା ଦେବାର ଅବଧିକୁ ଆଉ ୭୨ ଘଣ୍ଟା ବଢ଼ାଇଛନ୍ତି ସରକାର ।
ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି।
ବଡ଼ ଦୁର୍ନୀତି, ବଡ଼ ମୁଣ୍ଡ, ବଡ଼ ରେଡ୍ । ବର୍ଷକରେ ୧୮୧ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଯେଉଁଥିରେ ଅଛନ୍ତି ୫୦ ଜଣ କ୍ଲାସ୍ ୱାନ୍ ଅଫିସର। ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହାପୂର୍ବରୁ କେବେ ବି ଏତେ ପରିମାଣର ଗ୍ରୁପ୍ A ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିନଥିଲେ।
ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି ବିଜେଡି ନେତା ! ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ, ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ! ରୁବେନଙ୍କ ପାଣ୍ଡିଆନ ପଜଲକୁ ଡାଇଭର୍ଟ କରିବାକୁ କଳିଙ୍ଗ ଷ୍ଟାଡିୟମକୁ ପ୍ରସଙ୍ଗ କରିଛନ୍ତି ବିଜେଡି ନେତା। ନାଁ ନନେଇ ପାଣ୍ଡିଆନଙ୍କ ଉପରେ ଏମିତି ବର୍ଷିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ । ମହିଳା କମିଶନ୍ର ନାଲି ଆଖି ଦେଖାଇ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନା ମାମଲାରେ ବ୍ରେକ୍ ଦେବାକୁ ହେଲେ ପୁରୁଷ କମିଶନ ଗଠନ ନିହାତି ଦରକାର ବୋଲି କହିଛନ୍ତି ବାବା ।
ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ନୂଆବର୍ଷକୁ ସ୍ୱାଗତ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କଲା ଅକଲାଣ୍ଡ ।
ଚନ୍ଦ୍ରବାବୁ ନାଇଡୁ କରିଛନ୍ତି ମାତ୍ର ୧୦ କୋଟି ଋଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ । ତାଙ୍କର ମାତ୍ର ୧୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି ।
ସାମ୍ନାକୁ ଆସିଲା ଓଡିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ । ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ ମାମଲା ରୁଜୁ କରାଯାଇଛି ।
ବର୍ଷ ୨୦୨୪ରେ ଓଡ଼ିଶାର ସବୁଠୁ ବଡ଼ ଘଟଣା ଥିଲା ସରକାର ପରିବର୍ତ୍ତନ । ବିଜେଡି ସରକାରରୁ ହଟିଲା ଓ ବିଜେପି କ୍ଷମତାକୁ ଆସିଲା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା । ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ ମାଝୀ । କିନ୍ତୁ ରାଜନୀତି ବ୍ୟତୀତ କାହିଁକି ମନେରହିବ ୨୦୨୪ ? ପଢନ୍ତୁ ଏଇ ରିପୋର୍ଟ ।
ନୂଆବର୍ଷରେ ଖସିବ ପାରଦ, ଆସିବ ଜାଡ଼ । ଥରାଇବ ତାଳୁରୁ ତଳିପା ।
ଆସନ୍ତା ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ହଟିକଲଚର ବିଭାଗ ସହ ଯୋଗାଯୋଗ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଆଣି ସବୁ ଗଜା କରାଇବା ସହ ଏକର ଏକର ଜମିରେ ଖତ ପକାଇ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ନିଇତି ସଞ୍ଜ ବାଜିବା କ୍ଷଣି ଏବେ ହାତୀ କ୍ଷେତ ମୁହାଁ ହେଉଛନ୍ତି। ଆଳୁ ଲଗାଇଲେ ନଷ୍ଟ ହବା ଥୟ ବୋଲି ଜାଣିବା ପରେ ଆଳୁ ଲଗାଇବାକୁ ଡ଼ରୁଛନ୍ତି ଚାଷୀ।