ଆସନ୍ତା ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଯାଉଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ସମ୍ମିଳନୀକୁ ଭଣ୍ଡୁର ପାଇଁ ଏକ ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ୍ ଆସିଛି।
ଆଜି ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ସକାଳ ୧୦ଟା ୧୫ରେ ଶପଥ ପାଠ କରାଇବେ ହାଇକୋର୍ଟ ମୁଖ୍ୟ ବିଚାରପତି ।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
କାହିଁକି ନିଜର ପୁରୁଣା ପିଲାଦିନର ସାଙ୍ଗକୁ ନିଜ ଶିଷ୍ୟଙ୍କୁ ପଠେଇ ବାନ୍ଧି ଆଣିଲା ଜଣେ ସାଙ୍ଗ ? କାହିଁକି ନିଜ ଭାଇମାନଙ୍କୁ ଅନ୍ୟ ଜଣେ ଭାଇ ପୋଡି ମାରିବାର ଯୋଜନା କଲା? ପୁଣି ନିଆଁର ସେ ଚକ୍ରବ୍ୟୁହରୁ ସେମାନେ ଖସିଲେ କେମିତି ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।
ମାଳ ମାଳ ପ୍ରେସକ୍ରିପସନ୍ ଝମେଲାରୁ ମିଳିବ ମୁକ୍ତି । ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି ଆଭା କାର୍ଡ ବ୍ୟବସ୍ଥା ।
ସମୟ କମ୍, ଆୟୋଜନ ବେଶୀ । ଅତିଥି ସତ୍କାରରେ କେମିତି ବିଶ୍ବରେ ଉଦାହରଣ ସାଜିବ ଓଡିଶା । ସେଥିପାଇଁ ଏ ବିଶାଳ ତୟାରି, ପ୍ରଥମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରାତି ଦିନ ଚାଲିଛି ଟେଣ୍ଟ ବନ୍ଧା ଓ ମଣ୍ଡପ ସଜ୍ଜା କାମ ।
ପୋଲିସ ଉପରେ ଗାଡ଼ ମଡାଇଦେଲେ ଗଞ୍ଜେଇ ଚାଲାଣକାରୀ। ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲା କାକିନାଡ଼ା ସହରର କ୍ରିଷ୍ଣାଭରମ ଟୋଲ ପ୍ଲାଜା ନିକଟରେ ଏହି ଆକ୍ରମଣ ହୋଇଛି। ଏହି ଘଟଣାରେ ୨ ଜଣ ପୋଲିସ ଗୁରୁତର ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ଭାରତୀୟ କ୍ରିକେଟ ଇତିହାସରେ କଳା ଅଧ୍ୟାୟ ଭାବେ ବିବେଚିତ ହୋଇଆସୁଛି ବର୍ଷ ୨୦୦୫ର ସୌରଭ ଗାଙ୍ଗୁଲି ଓ ଗ୍ରେଗ୍ ଚାପେଲଙ୍କ ସମୟ । ଗାଙ୍ଗୁଲି ସେତେବେଳେ ଭାରତୀୟ କ୍ରିକେଟର କ୍ୟାପଟେନ୍ ଥିଲେ ହେଲେ ତାଙ୍କ ସହ ଯାହା ଘଟିଥିଲା ସେଥିରେ ସମସ୍ତ ଭାରତୀୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଚା ଦୋକାନର ଏକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଅଛନ୍ତି ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର, ସୁଶାନ୍ତ ପାତ୍ର ଓ ଖୋଦ୍ ପାଟଣାଗଡ଼ ଆଇଆଇସି ହରିବନ୍ଧୁ ଗଡ଼ତିଆ।ପୋଲିସ ବାବୁ ଏଠି କଣ କରୁଛନ୍ତି, କେଉଁ ବିଷୟରେ କଥା ହେଉଛନ୍ତି?
କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?
ଭାରତରେ ଅଧିକାଂଶ ଲୋକ ହିନ୍ଦୀ ଭାଷାରେ କଥା ହୁଅନ୍ତି । ଏହା ଆମର ରାଷ୍ଟ୍ରଭାଷା। କିନ୍ତୁ ଆପଣ ଜାଣନ୍ତି କି ଭାରତ ବ୍ୟତୀତ, ଅନ୍ୟ କେଉଁ ଦେଶରେ ଲୋକେ ହିନ୍ଦୀ ଭାଷାରେ କଥା ହୁଅନ୍ତି ? ତେବେ ଆସନ୍ତୁ ଜାଣିବା ସେହି ଦେଶଗୁଡ଼ିକ ବିଷୟରେ...
ପୁରୁଣା ବ୍ରାଣ୍ଡର ନାଁରେ ମାର୍କେଟରେ ଚାଲିଥିଲା ନକଲି ସିମେଣ୍ଟ ବିକ୍ରି । ଏହି ଘଟଣାରେ କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
କଂସଙ୍କ ପାଇଁ ରଙ୍ଗ ମହଲ ଓ ରାଜ ଦରବାରର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। କଳାକାର ମାନେ ବେଶ ଉତ୍ସାହିତ ଥିବାବେଳେ ବରଗଡବାସୀ ମଧ୍ୟ ଚାତକ ପକ୍ଷୀ ପରି ଚାହିଁ ରହିଛନ୍ତି ଧନୁଯାତ୍ରାକୁ । ବର୍ଷକରେ ଥରେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ହେଉଥିବାରୁ ସମସ୍ତେ ଧନୁଯାତ୍ରାକୁ ଅପେକ୍ଷା କରିଥାନ୍ତି। ସମସ୍ତଙ୍କ ମନରେ ବେଶ୍ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ବରଗଡ଼ ପୋଲିସ ପୁରା ପ୍ରସ୍ତୁତ ରହିଛି ।
ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।
ପୋଲିସ ପହଞ୍ଚି ଯୁବକ ମାନଙ୍କୁ ଖୁଣ୍ଟାରୁ ଫିଟାଇ ଆଣିବା ସହିତ ସେମାନଙ୍କ ଠାରୁ ନକଲି ବନ୍ଧୁକ ଜବତ କରିଥିବା ବେଳେ ଉଭୟ ପକ୍ଷର ଆପୋଷ ବୁଝାବଣ। ହୋଇଥିବା ପୋଲିସ କହିଛି ତେବେ ଗାଁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଭିଡିଓ ଏବେ ବେସ ଭାଇରଲ ହେଉଥିବା ଦେଖିବାକୁ ମିଳିଛି ।
କମିଟିଗୁଡିକ ଦେଇଥିବା ସୁପାରିଶକୁ ଭିତ୍ତି କରି କେନ୍ଦ୍ର ସରକାର ମନୁ ଭାକର, ଡି ଗୁକେଶ, ହରମାନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବେ ମନୁ ଭାକରଙ୍କ ନାମ ଖେଳରତ୍ନ ପୁରସ୍କାର ପାଇବାକୁ ସୁପାରିଶ ହୋଇଥିବା ଆଥଲେଟ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବାକୁ ନେଇ ବିବାଦ ଉପୁଜିଥିଲା।
ବଢ଼ିଲା ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା। ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇଗୁଣା ହେଲା।
ସଫଳତାର ସିଡ଼ି ଚଢ଼ୁଥିବା ମଣିଷ ଧୀରେ ଧୀରେ ନିଜର ପରମ୍ପରା, ସସ୍କୃତି ଓ ମୂଳଦୁଆକୁ ଭୁଲିଯାଏ । ହେଲେ ଆନନ୍ଦ ମହିନ୍ଦ୍ରା ଏସବୁର ଉର୍ଦ୍ଧ୍ୱରେ । ଟଙ୍କାର ପାହାଡ଼ ଉପରେ କମ୍ପାନୀ ଚଳାଉଥିଲେ ବି ନୀତି ନୈତିକତା, ମୂଳ ତଥା ପୁରୁଣା ଘରକୁ ଭୁଲିନାହାନ୍ତି । ରଜା ଘରକୁ ଖଜା ମହରଗ ପରି ସେ ଚାହିଁଥିଲେ ନିଜ ପାଇଁ ରାଜଉଆସ ତୋଳି ଦେଇ ପାରିଥାଆନ୍ତେ । କିନ୍ତୁ ଆଜି ବି ସେ ବାପା ଅଜା ଅମଳର ପୁରୁଣା ଘରେ ରୁହନ୍ତି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୮,୩୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୧,୮୦୦ ଟଙ୍କା ରହିଛି ।
୪୦ ବର୍ଷ ପରେ ୨୦୨୫ ଜାନୁଆରୀ ୧ ତାରିଖ ରାତିରେ ଏବେ ଏହି ପରିତ୍ୟକ୍ତ ଫ୍ୟାକ୍ଟ୍ରିରୁ ହଟିଛି ବିପଦଜନକ ବର୍ଜ୍ୟବସ୍ତୁ । ଏହି ସ୍ଥାନାନ୍ତରଣ ବେଳେ ପ୍ରାୟ ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା କର୍ମଚାରୀଙ୍କ ମନରେ ଛନକା ପଶିଛି ।
ବିଜେପି କ୍ଷମତାକୁ ଆସିବାର ପ୍ରାୟ ୭ ମାସ ପରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବିଲବୁଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥଗ୍ରହଣ ସମାରୋହରେ ନବୀନଙ୍କ ଉପସ୍ଥିତି, ପୂଜାମେଢ ବୁଲିବା, ପୁରୀ ରଥଯାତ୍ରା, ଡିଏଭି ସ୍କୁଲ ସମାରୋହ କାର୍ଯ୍ୟକ୍ରମ ଆଦି ବିଭିନ୍ନ କ୍ଷେତ୍ରରେ ପୂର୍ବନତ ମୁଖ୍ୟମନ୍ତ୍ରୀ ଯୋଗଦେବା ପ୍ରସଙ୍ଗ ମଧ୍ୟ ଏହି ଚର୍ଚ୍ଚାର ପରିସରକୁ ଆସିଛି।
ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବା ପରେ, ସାମ୍ନାକୁ ଆସିଲା ଜିନ୍ନତ୍ର ଗୋଟିଏ ପରେ ଗୋଟିଏ ଭିଡିଓ ।
ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ୍ । ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ ।
ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ ।