ଭଦ୍ରକ ଧାମନଗର ଅଞ୍ଚଳରେ କୃଷି ଯନ୍ତ୍ରପାତି ଯୋଗାଣ ଆଳରେ ବିଶ୍ବାସ ଜନ୍ମାଇ ଚାରି ଚାରି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଜଣେ ଠକ ଚୂନ ଲଗାଇବା ପରେ ସୃଷ୍ଟି ହୋଇଛି ହଇଚଇ।
ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।
ପରିବର୍ତ୍ତିତ ସମୟ ସହିତ ବିମାନ ବନ୍ଦର ଗମନାଗମନର ଏକ ପ୍ରମୁଖ ଅଙ୍ଗ ଭାବେ ପରିଗଣିତ ହୋଇଛି। ଲୋକମାନଙ୍କୁ ପରିବହନ କରିବା ବ୍ୟତୀତ ମାଲ ପରିବହନ ଓ ସଂସ୍କୃତିର ଆଦାନ ପ୍ରଦାନରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେଉଁ ବିମାନବନ୍ଦରରେ ଦୈନିକ କେତେ ଲୋକ ଯାତ୍ରା କରୁଛନ୍ତି ଓ କେତେ ବିମାନ ଉଡାଣ ଭରୁଛନ୍ତି ଏଥିରୁ ଏହାର ବ୍ୟସ୍ତ ବହୁଳତା ନିର୍ଦ୍ଧାରଣ କରାଯାଇଥାଏ।
ଦ୍ୱାଦଶ ପରେ ଅନେକ ଛାତ୍ର ପାଠ ପଢାର ଅଧିକ ଚାପ ନ ନେଇ ମେଡିକାଲ୍ ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସରେ ଆଡ୍ମିଶନ୍ କରନ୍ତି। ଦ୍ୱାଦଶ ପରେ ଗୋଟିଏ ବର୍ଷରେ ଅନେକ ଡାକ୍ତରୀ କୋର୍ସ କରାଯାଇପାରିବ ତାହା ପୁଣି ବିନା NEETରେ।
ପକୁଡି ପ୍ରସ୍ତୁତ କରିବାରେ ବିଳମ୍ୱ ହେବାରୁ ଅତ୍ୟଧିକ ରାଗିଯାଇ ଘରେ ପାଟିତୁଣ୍ଡ କରିଥିଲା । ତା’ର ସାନ ଭାଇ ଏହାର ପ୍ରତିବାଦ କରିବାରୁ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାନ ଭାଇକୁ ସେ ନିସ୍ତୁକ ପିଟିଥିଲା। ଏହା ପରେ ଚାଳଘରେ ନିଆଁ ଲଗାଇ ଦେଇଥିଲା ।
ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍।
୨୦୨୫ ଆରମ୍ଭ ହେଉ ହେଉ ଖେସରୀ ଲାଲ ନିଜ ଗୀତ ସହିତ ଇଣ୍ଟରନେଟ୍କୁ ଦୋହଲାଇ ଦେଇଛନ୍ତି। ଆଜିକାଲି ଯେତେବେଳେ 'ପୁଷ୍ପା ୨'ର ରୋଜଗାର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ଝାଳ ବୁହାଇ ଦେଉଛି, ସେତେବେଳେ ଭୋଜପୁରୀ ସିନେମା ମେଗାଷ୍ଟାର ଖେସରି ଲାଲ ଯାଦବଙ୍କ ଏକ ଗୀତ ଚର୍ଚ୍ଚାରେ ଅଛି।
କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ରେ ପୁଣି ଏକ ଭାଇରସ୍ ଆତଙ୍କ ଖେଳାଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍' ବା ଏଚ୍ଏମ୍ପିଭି (HMPV) ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି।
ଜୁଡୱା, ମେ ପ୍ରେମ କି ଦିୱାନୀ ହୁଁ ଓ କମେଡି ନାଇଟ୍ସ ୱିଥ କପିଲରେ ନଜର ଆସିଥିବା ଏହି ୪୯ ବର୍ଷୀୟା ଅଭିନେତ୍ରୀ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଏହି ଘଟଣା ପରେ ସପ୍ତାହେ ସେ ଘରୁ ବାହାରି ନ ଥିବା କହିଛନ୍ତି। ସାଉଥର ଜନୈକ ଲୋକପ୍ରିୟ ନିର୍ଦେଶକ ତାଙ୍କୁ ଅନୀଲ କପୁରଙ୍କ ବିପକ୍ଷରେ ଏକ ସିନେମା ପାଇଁ ଡାକିଥିଲେ।ମୁମ୍ବାଇର ଜୁହୁରେ ଏହି ବୈଠକ ହୋଇଥିଲା। ପ୍ରଥମ ଥର ମିଟିଂକୁ ମା’ ଓ ଭଉଣୀଙ୍କୁ ନେଇ ଯାଇଥିଲେ। ତେବେ ମିଟିଂର ଅଭିଜ୍ଞତା ନିରାଶାଜନକ ରହିଥିବା ବେଳେ ସେ ସପ୍ତାହେରୁ ଅଧିକ ସମୟ ନିଜକୁ ରୁମରେ ବନ୍ଦ କରି ରଖିଥିଲେ।
ଆଇନଗତ ଲଢେଇରେ ଜିତିବା ପରେ ବି ହେମନ୍ତଙ୍କ ସମସ୍ୟାର ଅନ୍ତ ଘଟିନାହିଁ । ଏହି ଦୋକାନକୁ ନିଜ ଦଖଲକୁ ନେବା ପାଇଁ ପୁଣି ତାଙ୍କୁ କସରତ କରିବାକୁ ପଡ଼ିବ । ଏହି ଦୋକାନଟି ଏବେ ଦାଉଦ୍ ଇବ୍ରାହିମର ଗୁଣ୍ଡାମାନଙ୍କ କବଜାରେ ରହିଛି । ନିଜ ନାଁକୁ ଆସିବା ପରେ ଏବେ ପୁଣି ଏହି ଗୁଣ୍ଡାମାନଙ୍କ ସହ ଲଢେଇ କରିବାକୁ ପଡ଼ିବ ।
ବିନୋଦ କାମ୍ବଲିଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ବିବାଦ ଘେରରେ ରହିଛି। ଦୁଇ ଦୁଇ ଥର ବିବାହ କରିଥିଲେ ମଧ୍ୟ ଉଭୟ ଥର ଏହା ବିଫଳ ହୋଇଥିଲା। ୧୯୯୮ରେ କାମ୍ବଲି ନୋଏଲା ଲୁଇସଙ୍କୁ ବିବାହ କରିଥିଲେ। କାମ୍ବଲିଙ୍କୁ ବିବାହ କରିବା ଆଗରୁ ନୋଏଲା ପୁଣେର ବ୍ଲୁ ଡାଏମଣ୍ଡ ହୋଟେଲରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ତେବେ କାମ୍ବଲିଙ୍କ ନିଶା ଅଭ୍ୟାସ କାରଣରୁ ଏହି ସମ୍ପର୍କ ଅଧିକ ଦିନ ଚାଲି ନଥିଲା। ୨୦୦୦ ମସିହାରେ ନୋଏଲା ତାଙ୍କୁ ଡିଭୋର୍ସ ଦେଇଥିଲେ।
ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ। ଆପ୍କୁ ଆପ୍ଦା କହିଲେ ମୋଦି । ଗତ ୧୦ ବର୍ଷ ଧରି ଦିଲ୍ଲୀ ବିପର୍ଯ୍ୟୟ ମଧ୍ୟରେ ରହିଛି ।
ପଲିଟାନାକୁ ଅନୁସରଣ କରି ଗୁଜୁରାଟର ରାଜକୋଟ, ଭଦୋଦରା, ଜୁନାଗଡ ଏବଂ ଅହମ୍ମଦାବାଦ ଭଳି ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ନିୟମ ପ୍ରଣୟନ ହୋଇଛି। ରାଜକୋଟରେ କର୍ତ୍ତୃପକ୍ଷ ଆମିଷ ଖାଦ୍ୟ ପ୍ରସ୍ତୁତି ଏବଂ ସର୍ବସାଧାରଣ ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର୍’ର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଟ୍ରେଲର୍ରେ ରାମ ଚରଣଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ। ଚଳଚ୍ଚିତ୍ରଟି ୧୦ ଜାନୁଆରୀ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସେବା ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ ସୃଷ୍ଟି ହୋଇଛି। କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିଥିବା ଆବଶ୍ୟକ।
୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏ ବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ କଟକ ଜିଲ୍ଲା ସାଲେପୁର କଟରପା ଗାଁକୁ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କୁ ଦେଖି ଚାଷୀମାନେ ଆଖି ଛଳ ଛଳ କରି କାନ୍ଦିଥିଲେ। ହେଲେ ଏହା ପଛରେ କେମିତି ଥିଲା ବିଜେଡି ନେତା ଦେବୀ ମିଶ୍ର, ପ୍ରତାପ ଜେନା ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରସ୍ତୁତି ଆସନ୍ତୁ ଜାଣିବା...
୨୦୨୪ ମସିହାରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଯେଉଁ ଦୁଇଟି ବଡ ଘଟଣା ଘଟିଥିଲା ତାହା ହେଲା ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏବଂ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ବା ବିଜେଡି ସରକାରର ପତନ ଘଟିବା । ବିଜେଡିର ଏହି ପତନକୁ ଏକ ଭୂମିକମ୍ପ ସହିତ ତୂଳନା କରାଯାଉଛି । ଯେଉଁ ବିଜେଡି ଦିନେ ନିଜକୁ ଅପରାଜେୟ ବୋଲି ଦାବି କରୁଥିଲା ଏବଂ ନବୀନ ପଟ୍ଟନାୟକ ବଂଚିଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହୁଥିଲା, ତାହାର ଏଭଳି ପତନ ହେବ ବୋଲି ବହୁ କମ୍ ସମୀକ୍ଷକ କଳ୍ପନା କରିଥିଲେ ।
ମେଡିକାଲରୁ ଆସିବା ବେଳେ କିଛି ବାଟ ଦୂରରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର କରିଥିଲେ ।
ବିମାନ ଯାତ୍ରା ସମୟେର ଇଣ୍ଟରେନଟର ସୁବିଧା ମିଳିନଥାଏ। ପ୍ରଥମ ଥର ପାଇଁ ଭାରତର ଘରୋଇ ବିମାନର ଯାତ୍ରୀଙ୍କୁ ମିଳିବ ଇଣ୍ଟରନେଟ ସୁବିଧା। ଜାନୁୟାରୀ ୧ ତାରିଖରୁ ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ କିଛି ନିର୍ଦ୍ଦଷ୍ଟ ବିମାନରେ ଯାତ୍ରୀ ମାନଙ୍କ ପାଇଁ ୱାଇ ଫାଇ ସେବା ଆରମ୍ଭ କରିଛି।
ଭାଇ ଭଉଣୀଙ୍କୁ ଗୁଳିମାଡ଼ । ବିଳମ୍ୱିତ ରାତିରେ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ଗୁଳିମାଡ଼ କରିଛି।
ନିର୍ବାଚନ ପରେ ବିରୋଧୀଦଳ ନେତା ନବୀନ ୬ ମାସ ଧରି ବାହାରକୁ ବାହାରି ନଥିଲେ। ଆଉ ଏ ସମୟରେ ଚାଷୀଙ୍କୁ ଦେଖାକରିବାକୁ ବାହାରିପଡିଲେ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି।
ଆରବିଆଇ ଚିନ୍ତା ପ୍ରକଟ କରି ସୁନା ଋଣ କାରବାରକୁ ନଜରରେ ରଖିବା ପାଇଁ ନୋଟିସ୍ ଜାରି କରିଛି। ଯେଉଁ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ଗୁଡିକ ସୁନା ଋଣ ଦେଉଛନ୍ତି, ସେମାନେ ଋଣକ୍ରେତାଙ୍କ ସୁନାର ଉତ୍ସ ବାବଦରେ ଖବର ରଖିବା ପାଇଁ ପରୋକ୍ଷରେ ସୂଚାଇ ଦେଇଛି।
କେବଳ ଚେନ୍ନାଇକୁ ଛାଡିଦେଲେ ଓଡିଶା ତୁଳନାରେ ଅନ୍ୟ ରାଜ୍ୟର ଆଳୁ ଦର କମ ରହିଛି। ଉତ୍ତରପ୍ରଦେଶରେ ଆଳୁ କେଜି ୧୭ ରୁ ୨୦ ଟଙ୍କାରେ ମିଳୁଥିବା ବେଳେ, ମହାରାଷ୍ଟ୍ରରେ ଆଳୁ କେଜି ୧୯ ଟଙ୍କାରୁ ୨୫ ଟଙ୍କା, କେରଳରେ କେଜି ପିଛା ୩୦ ଟଙ୍କାରୁ ୩୫ ଟଙ୍କା, ତାମିଲନାଡୁରେ ୩୫ ଟଙ୍କା ରହିଛି।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୯,୨୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୬୦୦ ଟଙ୍କା ରହିଛି ।