ସାମ୍ନାକୁ ଆସିଲା ଓଡିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ । ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ ମାମଲା ରୁଜୁ କରାଯାଇଛି । ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୬୦ଟି ଡିଏ କେସରେ ୩୮ ଜଣ ଅଭିଯୁକ୍ତଙ୍କ ପତି-ପତ୍ନୀଙ୍କ ବିରୋଧରେ ସହ ଅଭିଯୁକ୍ତ ଭାବେ ରୁଜୁ ହୋଇଛି ମାମଲା ।
୫୦ ଜଣ କ୍ଳାସ ୱାନ୍ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ୬ ଜଣ ଚିଫ୍ ଇଞ୍ଜିନିୟର, ଅବକାରୀ ଜଏଣ୍ଟ କମିଶନର, ଫିସରି ଡେପୁଟି ଡ଼ାଇରେକ୍ଟର, ସିଟି ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ସବ କଲେକ୍ଟର, ତହସିଲଦାର, ବିଡ଼ିଓଙ୍କ ବିରୋଧରେ ମାମଲା ହୋଇଛି ।
Also Read
ଅଧିକ ପଢ଼ନ୍ତୁ: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ; କୁନି ପୁଅ ପାଇଁ ମଗାଇଲେ ଆମ୍ୱୁଲାନ୍ସ, ଦେଲେ ଚିକିତ୍ସା ନିର୍ଦ୍ଦେଶ
ସେହିପରି ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରେଭେନ୍ୟୁ ଅଫିସିଆଲ, ୯ ଜଣ ପୋଲିସ, ୫ ଜଣ ଡାକ୍ତର, ୩ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗିରଫ କରାଯାଇଛି । ୬ ଟି ଡିଏ କେସ ହୋଇଛି। ସେହିପରି ୯୬ଟି କେସରେ ଟ୍ରାପ କରି ୧୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯ ଲକ୍ଷ ୨୫ ହଜାର ନଗଦ ଟଙ୍କା ଜବତ କରାଯାଇଛି ।
ଟ୍ରାପ ଓ ଡିଏ କେସରେ ୪୮୩ ସ୍ଥାନରେ ରେଡ଼ ହୋଇଛି । ଦୁର୍ନୀତିଗସ୍ତ ଅଧିକାରୀଙ୍କ ୭୯୨ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ସେହିଭଳି ୩୦୭ଟି କେସରେ ତଦନ୍ତ ଶେଷ ହୋଇଛି । ୧୦୫ଟି ମାମଲାର ଦଣ୍ଡବିଧାନ ଶେଷ କରିଛି ଭିଜିଲାନ୍ସ । ଡିଏ କେସରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୫ ସରକାରୀ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ।