• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ସ୍ପା ସେଣ୍ଟରରେ ରେଡ୍
Police Raid Spa Centres: ସ୍ପା ସେଣ୍ଟରରେ ଅଚାନକ ଚଢାଉ, ଅସଞ୍ଜତ ଅବସ୍ଥାରେ ଧରାହେଲେ ଯୁବକ ଯୁବତୀ

ସ୍ପା ସେଣ୍ଟର ଆଢୁଆଳରେ ଚାଲିଥିବା ଦେହବେପାର ରାକେଟର ପର୍ଦାଫାସ ହୋଇଛି। ୧୮ଟି ସ୍ପା ସେଣ୍ଟର ଉପରେ ପୋଲିସ ଚଢାଉ କରିଥିବା ବେଳେ ୬୮ ଜଣଙ୍କୁ ଅଟକ ରଖାଯାଇଛି। ରେଡ ସମୟରେ ଏକାଧିକ ପୁରୁଷ ଓ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

Fashionable things from Bobei
Art And Craft: ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ମାଟି ଘର ଚାଳ ଛପର ପାଇଁ ବ୍ୟବହାର ହେଉଥିବା ବୋବେଇ ଦଉଡ଼ି ଏବେ ନୂଆ ନୂଆ ଫ୍ୟାସନେବଲ୍ ଜିନିଷର ରୂପ ନେଲାଣି । ତେବେ କ'ଣ ସେ ଜିନିଷ ଜାଣିବା ଆସନ୍ତୁ

ବିମାନ ସେବା ବାଧାପ୍ରାପ୍ତ
Dense Fog: ଦିଲ୍ଲୀ ଆକାଶରେ ଘନ କୁହୁଡି, ବିଳମ୍ବରେ ଉଡିଲା ୪୦୦ ବିମାନ

ଦିଲ୍ଲୀ ଆକାଶରେ ଘନ କୁହୁଡିର ଆସ୍ତରଣ କାରଣରୁ କ୍ରମାଗତ ତୃତୀୟ ଦିନ ପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ଧରି କୁହୁଡି ରହିଥିବା ବେଳେ ୪୦୦ ବିମାନର ଯାତ୍ରା ବିଳମ୍ବିତ ହୋଇଥିଲା। ଏହା ବ୍ୟତୀତ ୪୫ଟି ବିମାନ ଯାତ୍ରା ବାତିଲ କରାଯାଇଥିବା ବେଳେ ୧୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଘନ କୁହୁଡି କାରଣରୁ ବିମାନ ବନ୍ଦରର ଭିଜିବିଲିଟି ୦ ମିଟରରେ ପହଞ୍ଚିଲା। ଅନ୍ୟ ପକ୍ଷରେ ରନୱେର ଭିଜିବିଲିଟି୧୦୦ରୁ ୨୫୦ ମିଟର ରହିଥିଲା।

border gavaskar trophy
Border Gavaskar trophy :୧୦ ବର୍ଷ ପରେ ଅଷ୍ଟ୍ରେଲିଆ ଜିତିଲା ବର୍ଡର-ଗାଭାସ୍କର ଟ୍ରଫି

ସିଡନୀରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ। ତୃତୀୟ ଦିନରେ ବିଜୟ ପାଇଁ ୧୬୨ ରନ ଆବଶ୍ୟକ ଥିବା ବେଳେ ଘରୋଇ ଦଳ ୪ ୱିକେଟ ହରାଇ ହାସଲ କରି ନେଇଥିଲା। ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କରିଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ଭାରତ ଆଉଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୭ ଓଭରରେ ୪ ୱିକେଟ ହରାଇ ୧୬୨ ରନ ସ୍କୋର କରିଥିଲା।

The Story of human eater monster brother and monster have children
Mahabharat Story: ମଣିଷଖିଆ ରାକ୍ଷସ ଭାଇ ଓ ରାକ୍ଷସୀର ପିଲା ଜନ୍ମ କଥା

କ'ଣ ପାଇଁ ଭୟଙ୍କର ରାକ୍ଷସୀ ବିବାହ ପାଇଁ ପସନ୍ଦ କଲା ଜଣେ ମଣିଷକୁ? କିଏ ସେହି ମଣିଷ? ମଣିଷଖିଆ ରାକ୍ଷସକୁ କେମିତି ମାରିଲେ ଜଣେ ବଳୁଆ ମଣିଷ ଓ କାହିଁକି ସେ ପୁଣି ବିବାହ କଲେ ତା' ରାକ୍ଷସୀ ଭଉଣୀକୁ? ରାକ୍ଷସୀ କୋଳରୁ ଜନ୍ମିତ ପୁଅର ନାମ କ'ଣ? ଆହୁରି କାହିଁରେ କେତେ ଚମତ୍କାର ଘଟଣା ବିଷୟରେ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।

Panchang
Panchang Today 5th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମିଜମା କ୍ରୟ କରନ୍ତୁ ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୫ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଦିବା ୦୨.୩୪ ଗତେ ମୀନ ତିଥି- ଷଷ୍ଠୀ ରାତ୍ରି ୦୮.୧୫ ଗତେ ସପ୍ତମୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୨.୩୪ ଗତେ ଧନୁ ରାଶିର ।

shri mandir drone
Drone Over Srimandir: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତରେ ରହିଥିଲେ ମଧ୍ୟ ଭୋର୍ ପ୍ରାୟ ୪ଟା ୧୦ରେ ଡ୍ରୋନ୍ ଉଡିଥିବା ଦେଖାଯାଇଛି। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ତେବେ ଏହି ଡ୍ରୋନଟି କିଏ ଉଡାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଅନ୍ୟ ପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ ଉଡା ଯାଇ ନଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

hmpv virus
HMPV in China: ଚୀନର HMPV ଭାଇରସକୁ ନେଇ ଭାରତରେ ଛନକା, ସତର୍କ ରହିବାକୁ ପରାମର୍ଶ

ଚୀନର ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ଶ୍ବାସ ଜନିତ ଯେକୌଣସି ରୋଗର କାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHOକୁ ଅନୁରୋଧ କରାଯାଇଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏଥିସହ ସ୍ପଷ୍ଟ କରାଯାଇଛି ଯେ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ଜାରି ରହିଛି।

Banglasdesh
Bangladesh revises History: ବାଂଲାଦେଶ ଇତିହାସ ପାଠ୍ୟକ୍ରମ ବଦଳିବ, ବଙ୍ଗବନ୍ଧୁଙ୍କ ନାମ ବାଦ୍ ପଡିବ

ବାଂଲାଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ନାମ ସ୍ବାଧୀନତା ଘୋଷଣା ପତ୍ରରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ସରକାର। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଥିବା ଇତିହାସ ବହି ଅନୁସାରେ ଶେଖ ମୁଜିବୁର ରେହମାନ ବାଂଲାଦେଶର ସ୍ବାଧୀନତା ଘୋଷଣା କରିଥିଲେ। ତେବେ ଏହାକୁ ପରିବର୍ତ୍ତନ କରି ଜିଆଉର ରେହମାନ ଏହି ଘୋଷଣା କରିଥିଲେ ବୋଲି ବର୍ତ୍ତମାନର ପୁସ୍ତକରେ ଉଲ୍ଲେଖ କରାଯାଇଛି।

liquor
Beer Price Hiked: ମଦ ହେଲା ମହଙ୍ଗା, ବୋତଲ ପିଛା ବଢିଲା ଏତିକି ଟଙ୍କା

ରାଜ୍ୟରେ ମଦ ଦର ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର ବୋତଲ ପିଛା ୧୦ ଟଙ୍କା ବଢା ଯାଇଥିବା ବେଳେ ସମାନ ଭାବେ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଉପରେ ୧୦ ଟଙ୍କା ଲେଖାଏ ମୂଲ୍ୟବୃଦ୍ଧି ଘୋଷଣା କରାଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଅବକାରୀ ରାଜସ୍ବରେ କ୍ଷତି ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାଇସ ଫିକ୍ସେସନ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

National Bird Day 2025
National Bird Day 2025: ପକ୍ଷୀମାନଙ୍କ ଯୋଗୁଁ ପୃଥିବୀ ହୁଏ ସବୁଜିମାରେ ପରିପୂର୍ଣ୍ଣ; ଜାଣନ୍ତୁ କିପରି…

ଭାରତରେ ଅନେକ ପ୍ରକାରର ପକ୍ଷୀ ପ୍ରଜାତି ବର୍ତ୍ତମାନ ମଧ୍ୟ ବଞ୍ଚି ରହିଛନ୍ତି। ଦେଶରେ ପ୍ରାୟ ୧୩୦୦ ପ୍ରଜାତିର ପକ୍ଷୀ ବାସ କରନ୍ତି, ଯାହା ବିଶ୍ୱର ପକ୍ଷୀ ସଂଖ୍ୟାର ପ୍ରାୟ ୧୩%। ଭାରତରେ ଅନେକ ପକ୍ଷୀ ଅଭୟାରଣ୍ୟ ମଧ୍ୟ ରହିଛି। ଆସନ୍ତି ଭାରତରରେ ଥିବା କେତେକ ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ବିଷୟରେ ଜାଣିବା।

ଭବ୍ୟ କରିବାକୁ ଭାରି ଚେଷ୍ଟା
Pravasi Bharatiya Divas: ଭବ୍ୟ ହେବ ପ୍ରବାସୀ ଭାରତୀୟ ଦିବସ...ହୋମ୍ ଷ୍ଟେରେ ରହିବେ, ଡବଲ ଡେକର ବସରେ ବୁଲିବେ ଅତିଥି

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆଉ ମାତ୍ର ୩ ଦିନର ଅପେକ୍ଷା। ଭୁବନେଶ୍ବରରେ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଏଁ, ତାସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ଯୋଗଦେବେ ଏହି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭରେ ।

କିଏ କଂସ, କିଏ ରାବଣ
Pravat Biswal: କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।

୧୫ ପରେ ପୁଣି ସୁଭଦ୍ରା ଟଙ୍କା
Subhadra Yojana: ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ । ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା ।

ISRO Achieves Major Success
ISRO Achieves Major Success: ସ୍ପେଡେକ୍ସ ମିଶନରେ ଆଗକୁ ବଢୁଛି ଇସ୍ରୋ; ମହାକାଶରେ ଗଜାହେଲା ଝୁଡ଼ଙ୍ଗ ମଞ୍ଜି, ଖୁବଶୀଘ୍ର ଆସିବ ପତ୍ର

ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି। 

Gold Jewelleries Worth Crores Stolen
Gold Jewelleries Stolen: ଫାଇନାନ୍ସ ସଂସ୍ଥାରୁ ସୁନା ଚୋରି; ଚିନ୍ତାରେ ଗ୍ରାହକ, ମିଳିବ ତ ବନ୍ଧକ ସୁନା ?

ଫାଇନାନ୍ସ ସଂସ୍ଥାରୁ କଷ୍ଟ ଉପାର୍ଜିତ ସୁନା ଅଳଙ୍କାର ଚୋରି ପରେ ଏବେ ବଢ଼ିଛି ଗ୍ରାହକଙ୍କ ଚିନ୍ତା। ମିଳିବ ତ ବନ୍ଧକ ସୁନା ? ଯଦି ନମିଳେ କ’ଣ କରିବେ ? ଆଶା ଆଶଙ୍କାରେ ଗ୍ରାହକ।

Jajpur Firing Incident
Jajpur Firing Incident: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍; ଡକାୟତଙ୍କ ଗୁଳିରେ ୨ଜଣଙ୍କର ମୃତ୍ୟୁ...

ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ। 

Manoj Sahoo
Manoj Sahoo: ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମିଳିଲା ନୂଆ ନିଯୁକ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ମନୋଜ ୨୦୦୬ ବ୍ୟାଚର ଆଇଏଏସ ଅଧିକାରୀ। ସେ ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଛନ୍ତି । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ।

Robbers in Jajpur
Firing Incident: ଫାୟାରିଂ କରି ଲୁଟ୍ ଉଦ୍ୟମ ଘଟଣା: ଲୁଟେରା ଅଣ୍ଟାରୁ ମିଳିଲା ପୁଳା ପୁଳା ସୁନା...

 ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର। ଲୁଟେରା ଅଣ୍ଟାରୁ ମିଳିଲା ପୁଳା ପୁଳା ସୁନା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। 

AF Agniveervayu Recruitment 2025
AF Agniveervayu Recruitment 2025: ପୂରଣ ହେବ ଅଗ୍ନିବୀର ବାୟୁ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Loot Attempt In Jajpur
Loot Attempt In Jajpur: ପାଣିକୋଇଲିରେ ଲୁଟ୍ ପାଇଁ ଫାୟାରିଂ; ଜଣେ ମୃତ, ଆଉ ଜଣେ ଗୁରୁତର

ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ... ଫାୟାରିଂରେ ଜଣେ ମୃତ, ଆଉ ଜଣେ ଗୁରୁତର... ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼... 

Sonu sood reveal bollywood parties secret
Sonu Sood: ବଲିଉଡ୍‌ ପାର୍ଟିର ଗୁମର୍ ଖୋଲିଲେ ସୋନୁ ସୁଦ; କହିଲେ ପାର୍ଟିରେ କ୍ୟାରିୟର ତିଆରି ହୁଏ ନାହିଁ

ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ ବଲିଉଡ୍‌ ପାର୍ଟିର କିଛି ରହସ୍ୟ ମଧ୍ୟ ପ୍ରକାଶ କରିଛନ୍ତି। ତେବେ ବଲିଉଡ୍ ପାର୍ଟିକୁ ନେଇ ସୋନୁ ସୁଦ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

prashant kishor
Prashant Kishore Hunger Strike: ବିହାର ପରୀକ୍ଷା ଦୁର୍ନୀତି, ଆମରଣ ଅନଶନରେ ପ୍ରଶାନ୍ତ କିଶୋର

ବିପିଏସସିର ଅଧାରୁ ଅଧିକ ସିଟ ‍ବିକ୍ରି ହେଉଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଆଜିର ଦିନରେ ୧୫ ହଜାର ପରୀକ୍ଷାର୍ଥୀ ପୁଣି ଥରେ ବିପିଏସସି ପରୀକ୍ଷା ଦେଉଛନ୍ତି। କିନ୍ତୁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ସୁଯୋଗ ମିଳୁ ନଥିବା ନେଇ ଅଭିଯୋଗ କରି ଧାରଣାରେ ବସିଛନ୍ତି। ରାଜ୍ୟରେ ଡିଏସପି ଚାକିରି ଗୁଡିକ ୧.୫ କୋଟି ଟଙ୍କାରେ ବିକ୍ରି ହେଉଛି। ଦୁର୍ନୀତିଖୋର ଲୋକମାନେ ଖୋଲାଖୋଲି ଏଭଳି କରୁଥିବା ବେଳେ ସରକାର ନିଦା ବିଷ୍ଣୁ ସାଜିଛନ୍ତି।

ISRO Successfully Germinates Cowpea Seeds
ISRO Successfully Germinates Cowpea Seeds: ଇସ୍ରୋର ବଡ଼ ସଫଳତା; ମହାକାଶରେ ଗଜାହେଲା ଝୁଡ଼ଙ୍ଗ ମଞ୍ଜି

ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି। 

PM Narendra Modi
PM Narendra Modi: ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି; ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ହେବେ ସାମିଲ

୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି ।