ସୂର୍ଯ୍ୟବଂଶୀ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଭିନ୍ନ କାରଣରୁ ଏବେ ଡିଭୋର୍ସ ବା ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୈବାହିକ ପରମ୍ପରାର ଏହା ଏକ ଖରାପ ଦିଗ। କିନ୍ତୁ ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ଜଣାପଡୁଛି ଯେ, ଝିଅମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଇଛି, ଯାହା ଫଳରେ ସେମାନେ ତାଙ୍କ ବିରୋଧରେ ହେଉଥିବା ହିଂସା ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉଠାଇ କେଶ୍ ଦାଏର କରୁଛନ୍ତି।
ଆଜି ବର୍ଷର ଶେଷଦିନ । ଆଉ କେଇ ଘଣ୍ଟାପରେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ ।
୨୦୧୪ ନଭେମ୍ବର ୧୦ ତାରିଖର ଘଟଣା । ବିଶାଖାପଟନମରୁ ବାହାରିଥିଲା ଏକ ଟ୍ରେନ । ୪ ବର୍ଷ ପରେ ପହଞ୍ଚିଥିଲା ଲକ୍ଷ୍ୟ ସ୍ଥଳରେ । ଅର୍ଥାତ ୨୦୧୮ ଜୁଲାଇ ୨୫ ତାରିଖରେ ଉତ୍ତରପ୍ରଦେଶର ବସ୍ତି ଷ୍ଟେସନରେ ପହଞ୍ଚିଥିଲା ଏହି ମାଲ୍ଗାଡ଼ି । ଏହି ଟ୍ରେନ୍ ତା’ର ଯାତ୍ରା ପୂରା କରିବାକୁ ନେଇଥିଲା ୩ ବର୍ଷ ୮ମାସ ୭ ଦିନ । ଏହି ଟ୍ରେନ ଯାତ୍ରାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ଅଧିକ ବିଳମ୍ବ ଟ୍ରେନ ବୋଲି ବିଚାର କରାଯାଏ ।
ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହେଲେ ତାଙ୍କ ସରକାରର ଶାସନ ଆରମ୍ଭ ନହେଉଣୁ ଭାରତୀୟମାନଙ୍କୁ ଆମେରିକାରେ ଅପମାନିତ କରାଗଲାଣି । ଭାରତର ପରମ୍ପରା ହେଉଛି ବିଶ୍ୱାସ,ମିତ୍ରତା ଆଉ ଭାରତର ଭାବ ହେଉଛି ବନ୍ଧୁତା । ନିଜର କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶ ସହ ମିତ୍ରତାର ସମ୍ପର୍କ ସ୍ଥାପନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି ।
ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାଷ କ୍ଷୟକ୍ଷତି ଜିଲ୍ଲା ବୁଲାକୁ ସମାଲୋଚନା କରିଛି ବିଜେପି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତିଁ, ଯଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀଙ୍କ ପାଖକୁ ନବୀନ ଯାଇଥାନ୍ତେ, ତେବେ ବିରୋଧୀ ଦଳକୁ ଆସିଲା ପରେ ଯିବାକୁ ପଡ଼ି ନଥାନ୍ତା ।
ପେଟରୁ କାଟି ଓ ପକେଟ୍ ଖର୍ଚ୍ଚକୁ ବଞ୍ଚାଇ ଟଙ୍କା ସଂଚିଥିବା ଯୁବକ ଏବେ ସ୍ତ୍ରୀ, ପିଲାଛୁଆ ଏବଂ ବାପ ମା'ଙ୍କୁ ନେଇ କେମିତି ପରିବାର ପ୍ରତିପୋଷଣ କରିବେ, ସେଇ କଥା ଚିନ୍ତାର କାରଣ ହୋଇଛି। ସବୁ ସ୍ଵପ୍ନ ଏବେ ଧୂଳିସାତ ହୋଇଯାଇଛି । ବିନା ସ୍କାନ ଏବଂ ବିନା ଓଟିପିରେ ଟଙ୍କା କେମିତି ଗାଏବ ହୋଇ ଗଲା,ଏଇ କଥା ଭାବି ଭାବି ନିରାଶ ହୋଇ ପଡ଼ିଛନ୍ତି ଯୁବକ।
ଏମିତି ଦେଖିବାକୁ ଗଲେ ବିରାଟଙ୍କ କ୍ୟାରିୟର ପାଇଁ ୨୦୨୪ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏ ପୁରା ବର୍ଷ ବ୍ୟାଟିଂ କରିବା ବେଳେ କୋହଲି ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ପାଞ୍ଚ ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର। କେବେ ଘଟିନଥିବା ବଡ ବଡ ଘଟଣା ଘଟିଛି, ଅଘଟଣ ଓ ଦୁର୍ଘଟଣା ବି ଦେଖିଛି ବର୍ଷ ୨୦୨୪। I ଘଟଣାବହୁଳ ଥିଲା ଶ୍ରୀକ୍ଷେତ୍ର ପୁରୀ ।
ପ୍ରତ୍ୟୁଷଙ୍କ ଅବସ୍ଥା ଦେଖୁ ଦେଖୁ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତୁରନ୍ତ ଆମ୍ୱୁଲାନ୍ସ ମଗାଇ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଏବେ ତାକୁ SCB ମେଡ଼ିକାଲ ପଠାଯାଇଛି।
ଦିଲ୍ଲୀରେ ଆପ୍ ଜିତିଲେ ବି କେଜ୍ରିୱାଲ ହୋଇପାରିବେନି ମୁଖ୍ୟମନ୍ତ୍ରୀ !
କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧୁପୁର ଗଡ଼ଜାତର ରାଜମାତା ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ। ସେ ଓଡ଼ିଆର ସ୍ଵାଭିମାନ ଓ ଏକଦା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସହ ମଧୁପୁରର ଆଦର୍ଶ ରାଜନ ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସମ୍ପର୍କ, ଲୋକ ହିତକର କାର୍ଯ୍ୟକ୍ରମ ନେଇ ବିଶଦ ଆଲୋଚନା କରିଥିଲେ।
ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ଡିସେମ୍ବର ୩୦ରେ ଏହି ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ଦେଶର ଦୁଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରବପତି। ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୫୨.୫୯କୋଟି ଟଙ୍କା।
ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କ‘ଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ ଉଦ୍ୟତ ହେବେ। ଯଦି ଆପଣ ମିଠା ପ୍ରିୟ, ତେବେ ତ ଏ ଲେଖାଟି ଖାସ୍ ଆପଣଙ୍କ ପାଇଁ। ପୁରୀରେ ଆମ ଜଗା ଯାହା ସବୁ ଖାଏ ତାହାର ତ କଳନା ନାହିଁ।
ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏଥର ତାକୁ ଦକ୍ଷିଣ ଶିମିଳିପାଳରେ ପୂର୍ବରୁ ଯମୁନା ପାଇଁ ତିଆରି ହୋଇଥିବା ଏନକ୍ଲୋଜରରେ ରଖାଯିବ। ଦୁଇ ତିନି ସପ୍ତାହ ଗତିବିଧି ଉପରେ ନଜର ରଖାଯାଇ, ସ୍ବଭାବରେ ସୁଧାର ଆସିବା ପରେ କୋର୍ ଏରିଆରେ ଛଡ଼ାଯିବ।
ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଗତକାଲି ରାତି ୧୦ଟା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା।
କିଏ ସେହି ଅଜଣା ଯୁବକ ଯିଏ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧରଙ୍କ ସହ ପ୍ରତିଯୋଗିତାକୁ ଓଲ୍ଲାଇବାକୁ ଆହ୍ୱାନ କରିପାରିଲା? ପୁଣି କଣ ପାଇଁ ସେ ଅଜଣା ଯୁବକକୁ ସେଇଠି ସୁଯୋଗରୁ ବଞ୍ଚିତ କରାଗଲା? ପୁଣି କେମିତି ହଠାତ ତାଙ୍କୁ ମିଳିଲା ରାଜଗାଦି? କିଏ ସେହି ଯୁବକ? ପରିଚୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି। ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି। ଲୁଚକାଳି ଖେଳୁଛି ଶୀତ।
ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ।
ଦିନେ ପାକିସ୍ତାନଠାରୁ ଅଲଗା ହେବାକୁ ଭାରତର ସହାୟତା ନେଇଥିଲା ବାଂଲାଦେଶ। ଭାରତ ସହଯୋଗରେ ବିଶ୍ୱ ମାନଚିତ୍ର ସୃଷ୍ଟି ହୋଇଥିଲା ଏକ ନୂଆ ଦେଶ ବାଂଲାଦେଶ। ବାଂଲାଦେଶ ମୁକ୍ତି ଆନ୍ଦୋଳନ ବେଲେ ପାକିସ୍ତାନ ସେନା ୩୦ ଲକ୍ଷ ବାଂଲାଦେଶୀଙ୍କୁ ହତ୍ୟା କରିଥିଲେ। ଏବେ ସେଇ ପାକିସ୍ତାନର ଶରଣ ପଶିଛି ବାଂଲାଦେଶ।
ଜବରଦସ୍ତ ଲୁକ୍ସ...ହାଇପ୍ରୋଫାଇଲ୍ ଗେଟଅପ୍...ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ପୋଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି।
ନୂଆବର୍ଷ ପାଇଁ କାଲିଠୁ ଆହୁରି ଭିଡ଼ ହେବ। ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର।