• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

corruption cases
ବେଶ ବଦଳାଇ ଚକମା ଦେଉଥିଲେ, ୮ ବର୍ଷ ପରେ ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ପୋଲିସ

ପୋଲିସ ସହ ଲୁଚକାଳି ଖେଳୁଥିବା ପୂର୍ବତନ ବିଡିଓ ଶେଷରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି ।

Chhattisgarh CM Bhupesh Baghel
ଚାଲିଥିଲା ପ୍ରେସ୍‌ କନ୍‌ଫରେନ୍ସ; ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଶିଗଲା ସାପ

ଗତ ରବିବାର ଦିନ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ହେଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘଟଣାକୁ ଅତି ସାଧାରଣ ଭାବେ ନେବା ସହିତ ସେହି ସମୟରେ ଖୁବ୍‌ ହସିଛନ୍ତି ।

Chandrayaan-3
ଚନ୍ଦ୍ରଯାନ- ୩ ନଜରରେ ଦେଖନ୍ତୁ ଚନ୍ଦ୍ର, ISRO ଦେଲା ବଡ଼ ଅପଡେଟ୍

ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ପୁଣି ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡର । କେଉଁ ସ୍ଥାନରେ କରାଯିବ ଲ୍ୟାଣ୍ଡିଂ,ଫଟୋ ଦେଖି ନିଷ୍ପତ୍ତି ନେବ ଇସ୍ରୋ । ଲ୍ୟାଣ୍ଡିଂ ବେଳେ ପାହାଡ଼ କିମ୍ବା ଗର୍ତ୍ତ ଯେଭଳି ବାଧକ ନ ସାଜେ ସେନେଇ ହେବ ସହାୟକ ।

crime
ଜେଲର୍‌ ମ୍ୟାଡମଙ୍କୁ ଦରକାର ମୁଣ୍ଡ,ଅଡିଓ ଭାଇରାଲ

ଅଡିଓରେ ତାଙ୍କୁ ଜଣଙ୍କ ମୁଣ୍ଡ ଦରକାର ବୋଲି କହୁଛନ୍ତି ଜେଲର । ଜୀବନ୍ତ କିମ୍ବା ମୃତ ଯେମିତି ହେଲେ ମୁଣ୍ଡ ଦରକାର ବୋଲି କହୁଛନ୍ତି ।

 Kalahandi
ଚୋରର ବେଳା ଖରାପ : ପାଚେରୀରୁ ପଡ଼ି ଗୋଡ଼ ଭାଙ୍ଗିଲା, ଧରି ପକାଇଲେ ଲୋକେ

କଳାହାଣ୍ଡି କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ।

Chandrayaan-3
ସାରା ଦେଶରେ ଉତ୍କଣ୍ଠା, ଆଉ ଦିନକ ପରେ ଚନ୍ଦ୍ରରେ ପାଦ ଥାପିବ ଭାରତ

ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ । ସନ୍ଧ୍ୟା ୬ଟା ୦୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଲ୍ୟାଣ୍ଡର୍ ୧୯ ମିନିଟ୍ ଭିତରେ ୨୫ କିମି ଉଚ୍ଚତାରୁ ଖସିବ ।

Today Panchang
Today Panchang 21st August 2023: ଜାଣନ୍ତୁ ଆଜି କେଉଁ ରାଶିର ରହିଛି ଘାତ ବାର...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଜାଣନ୍ତୁ ଆଜି ଆପଣଙ୍କ ଶୁଭ ଅଶୁଭ ସମୟ

Virat Kohli completes 15 years in international cricket
Sports: ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ୧୫ ବର୍ଷ ପୂର୍ତ୍ତି

ନିକଟରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୫ ବର୍ଷ ପୂର୍ଣ୍ଣ କରିଛନ୍ତି ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ଭାରତର ବିରାଟ କୋହଲି। ଟେଷ୍ଟ ହେଉ କି ଦିନିକିଆ ଆନ୍ତର୍ଜାତିକ - ଅନେକ ଉପଲବ୍‌ଧିର ଅଧିକାରୀ ବିରାଟଙ୍କ ବିନା ସମ୍ପୂର୍ଣ୍ଣ ହୋଇପାରେନି ଟିମ୍ ଇଣ୍ଡିଆ। ସେ ଫର୍ମରେ ଥାଆନ୍ତୁ ବା ନ ଥାଆନ୍ତୁ, ଜଣେ ଅଭିଜ୍ଞ ତଥା ଫିଟ୍ ଖେଳାଳି ଭାବେ ଟିମ୍‌ରେ ଅପରିହାର୍ଯ୍ୟ ହୋଇଯାଇଛି ତାଙ୍କ ଉପସ୍ଥିତି।

Kalahandi University
ୟୁନିଭର୍ସିଟି କ୍ୟାମ୍ପସରେ ଚାପରେ ରହୁଛନ୍ତି ପିଲା ! ଛାତ୍ରଛାତ୍ରୀଙ୍କୁ ଘାରିଛି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୟ 

ସାମାଜିକ କାର୍ଯ୍ୟରେ ଭାଗ ନେଇପାରୁନଥିବା ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଆକଟ ଲାଗି ଘଟୁନି ପିଲାଙ୍କ ବୌଦ୍ଧିକ ବିକାଶ !

Ragging case
ପୁଣି ଫେରିଲା ରାଗିଂ ରୋଗ, ଜୁନିୟରଙ୍କ ନିଶଦାଢି କାଟିଦେଲେ ସିନିୟର୍

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର ଥାନାରେ ଏତଲା । ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଲେ ଡିନ୍ ।

jojanara Na Hariloot
ସରକାରକା ମାଲ୍‌ ଦରିଆ ମେ ଡାଲ, ପାଣିରେ ପଡ଼ିଲା ୨ କୋଟି ୯୦ ଲକ୍ଷ

କାମ ଠିକରେ ହୋଇନଥିଲା କି ? ଯଦି ହୋଇଥିଲା କିଭଳି ଭୁଶୁଡ଼ି ପଡିଲା ? ଲୋକଙ୍କ ଅଭିଯୋଗ, ନିମ୍ନମାନର କାମ ହୋଇଛି।

accident
କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର : ୨ ମୃତ, ୧୧ ଆହତ

ଗଞ୍ଜାମ ଭେଟନଇ-ଭେଜିପୁଟ ରାସ୍ତାରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ସୂଚନା ।

Consume 3 grams of cumin for three months avoid serious issues like obesity
Health Tips: ଜିରାର ଚମତ୍କାରିତା; ମୋଟାପା କମାଏ, କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ

ରୋଷେଇ ବେଳେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ଜିରା ପ୍ରାୟ ପ୍ରତିଦିନ ବ୍ୟବହୃତ ହେଉଥିବାବେଳେ ଜିରା ମଧ୍ୟ ପେଟରେ ସୃଷ୍ଟି ହେଉଥିବା ବଦହଜମି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ବ୍ୟବହୃତ ହୁଏ। ଖାଲି ଏତିକି ନୁହେଁ, ଏହା ଅନେକ ଗମ୍ଭୀର ରୋଗକୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

bike-car collision in Boudh
୨ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଲା କାର୍; କନେଷ୍ଟବଳଙ୍କ ମୃତ୍ୟୁ

ବୌଦ୍ଧ ଆଡ଼େଣିଗଡ ଫାଣ୍ଡି କଖାରୁଫାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି କନେଷ୍ଟବଳ ପ୍ରମୋଦ କୁମାର ପାଣିଗ୍ରାହୀ ।

Uttarakhand bus accident
ଗଭୀର ଖାଇକୁ ଖସିଲା ବସ୍; ୮ ମୃତ, ୨୭ ଆହତ

ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସଟିରେ ଗୁଜରାଟର ଯାତ୍ରୀମାନେ ଥିବା ସୂଚନା ମିଳିଛି । ବସରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ ।

Rise in dengue cases in Odisha raises concern
ଡେଙ୍ଗୁ ସଂକ୍ରମଣରେ ନୋ ବ୍ରେକ୍; ଟେଷ୍ଟିଂ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି

କ୍ୟାପିଟାଲ ହସ୍ପିଟାଲରେ ନିଜ ୩ ବର୍ଷର ଛୁଆର ଡେଙ୍ଗୁ ଟେଷ୍ଟ କରାଇବାକୁ ଦୁଇ ଘଣ୍ଟା ଛିଡ଼ା ହେଲେଣି ମହିଳା । ତଥାପି ପାଳି ପଡ଼ିନି। କେବଳ ସେ ନୁହନ୍ତି, ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ କରାଇବାକୁ ଆସୁଥିବା ବହୁ ଲୋକ ପ୍ରତିଦିନ ଏମିତି ହଇରାଣ ହେଉଛନ୍ତି ।

Fire safety
ବାରିପଦା ମେଡିକାଲ କଲେଜ କୋଠାରେ କେମିତି ଲାଗିଲା ନିଆଁ ? କାରଣ ଜାଣିବାକୁ ତଦନ୍ତ ନିଶ୍ଚିତ କହିଲେ ସୁପରିଟେଣ୍ଡେଣ୍ଟ

ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ ।

Impersonation and cheating case:
ଚାକିରି ଦେବା ନାଁରେ ମାଳମାଳ ଠକ; ମାଷ୍ଟରମାଇଣ୍ଡ ସହ ୨ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF

ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ !

Woman tortured for dowry in Jagatsinghpur, husband and mother-in-law arrested
ଯୌତୁକ କରିଦେଲା ଅନ୍ଧ; ବୋହୂକୁ ତତଲା ତାୱା ଚେଙ୍କ ଦେଲେ ଅଧ୍ୟାପିକା ଶାଶୂ !

ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ ।

Koraput girl’s Independence Day speech
ଦୋହଲାଇ ଦେଲା କୁନିଝିଅର ଦୁଇ ପଦ କଥା; ପଙ୍କ କାଦୁଅରେ ଘାଣ୍ଟି ହେଲେ ସରକାରୀ ବାବୁ

କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।

Chandrayaan-3
କାଉଣ୍ଟଡାଉନ୍ ଆରମ୍ଭ; ଆସନ୍ତା ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରୟାନ

ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରୟାନ-ଥ୍ରୀ ମିଶନ୍ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବୁଧବାର ସନ୍ଧ୍ୟା ଠିକ୍ ୬ଟା ୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରୟାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ପାଦ ଥାପି, ଇତିହାସ ରଚିବ ଭାରତ ।

onion price touches Rs 35/kg
ଖାଉଟି ଛାନିଆ ! ଟମାଟୋ ତାଉ ନଯାଉଣୁ, ବଢ଼ିଲାଣି ପିଆଜ ଦର

କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।

Ink Attack on VK Pandian
ଥମୁନି 5T ସଚିବଙ୍କୁ କାଳିମାଡ଼ ଚର୍ଚ୍ଚା; ମୁହଁ ଖୋଲିଲେ କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ

ଭାସ୍କର ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମାଜସେବା କାର୍ଯ୍ୟରେ ବି ଜଡ଼ିତ । ଦୟା ସୁରକ୍ଷା ଅଭିଯୋନରେ ମଧ୍ୟ ସେ ଜଣେ କର୍ମକର୍ତ୍ତା । ଗତ ପଂଚାୟତ ନିର୍ବାଚନରେ ସେ ସମିତି ସଭ୍ୟ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

Woman coffin
ଶ୍ମଶାନରୁ ଶୁଭୁଥିଲା ଚିତ୍କାର; ୧୧ଦିନ ପରେ କବର ଖୋଲି ଦେଖିଲେ ତ ଉଡ଼ିଗଲା ହୋସ୍‌ !

କଫିନ୍‌ର ଚତୁଃପାର୍ଶ୍ୱରେ ପ୍ଲାଷ୍ଟର ମଧ୍ୟ କରାଯାଇଥିଲା । ହେଲେ ମହିଳାଙ୍କୁ କବର ଦେବାର ୧୧ ଦିନ ବିତିଯିବା ପରେ କବରରୁ କିଛି ଶବ୍ଦ ଶୁଶିବାକୁ ମିଳିଥିଲା । ଯାହାକୁ ଶ୍ମଶାନ ନିକଟରେ ରହିଥିବା କିଛି ଲୋକ ଶୁଣିବାକୁ ପାଇଥିଲେ ।

Sarapancha
ଇଏ ବି ଜଣେ ସରପଂଚ ! ନିଜସ୍ୱ ଖର୍ଚ୍ଚରୁ ଲୋକଙ୍କୁ ଦେଉଛନ୍ତି ଘର

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର