• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇ କାର୍ ସହ ଫେରାର ମାରିଲା ଡ୍ରାଇଭର । ବୌଦ୍ଧ ଆଡ଼େଣିଗଡ ଫାଣ୍ଡି କଖାରୁଫାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି କନେଷ୍ଟବଳ ପ୍ରମୋଦ କୁମାର ପାଣିଗ୍ରାହୀ । ଗୁରୁତର ଆହତ ଅବସ୍ଥାରେ ଫାଣ୍ଡି ଡ୍ରାଇଭର ଟୁକୁନା ବେହେରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଉଭୟ ବାଇକରେ ଯାଉଥିବାବେଳେ ଏକ ଅଜଣା କାର୍ ଦ୍ରୁତଗତିରେ ଆସି ପିଟି ଦେଇଥିଲା । ଉଭୟଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ କନେଷ୍ଟବଳ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବିୟୋଗ ଘଟିଛି ।

ତେବେ କିଏ ଏବଂ କାହିଁକି ଏଭଳି ଦୁର୍ଘଟଣା ଘଟାଇଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ଏବଂ ଉତ୍ତ୍ୟକ୍ତ ଲୋକେ ବୌଦ୍ଧ-ଭୁବନେଶ୍ୱର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

  • Reported by:
  • DEEPAK KUMAR ADAR